ଓଡିଶା

odisha

ETV Bharat / bharat

ଲୋକାର୍ପିତ ହେଲା ବହୁ ପ୍ରତୀକ୍ଷିତ ‘ଅଟଳ ଟନେଲ’ - ହିମାଚଳପ୍ରଦେଶର ରୋହତାଙ୍ଗରେ ଅଟଲ ଟନେଲ ଉଦଘାଟିତ

ଲୋକାର୍ପିତ ହେଲା ପ୍ରତୀକ୍ଷିତ ଅଟଳ ଟନେଲ । ହିମାଚଳପ୍ରଦେଶର ରୋହତାଙ୍ଗରେ ଲୋକାର୍ପିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦୀର୍ଘ 14 ବର୍ଷ ପରେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଏହି ସ୍ୱପ୍ନ ସାକାର ହୋଇଛି । ଅଧିକ ପଢନ୍ତୁ...

ଲୋକାର୍ପିତ ହେଲା ବହୁ ପ୍ରତୀକ୍ଷିତ ଅଟେଲ ଟନେଲ
ଲୋକାର୍ପିତ ହେଲା ବହୁ ପ୍ରତୀକ୍ଷିତ ଅଟେଲ ଟନେଲ

By

Published : Oct 3, 2020, 11:29 AM IST

Updated : Oct 3, 2020, 11:44 AM IST

ଶିମଲା: ଉଦଘାଟିତ ହେଲା ବହୁ ପ୍ରତୀକ୍ଷିତ ଅଟଳ ଟନେଲ । ୨୦୧୦ ଜୁନ୍ ୨୮ରୁ ଆରମ୍ଭ ହୋଇଥିବା ଏହି ଟନେଲକୁ ହିମାଚଳପ୍ରଦେଶର ରୋହତାଙ୍ଗରେ ଲୋକାର୍ପିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । 3 ହଜାର ମିଟର ଉଚ୍ଚ ପାହାଡରେ ନିର୍ମିତ ହୋଇଛି ଟନେଲ । 9 କିମି ବିଶିଷ୍ଟ ବିଶ୍ବର ସୁଦୀର୍ଘ ଓ ସର୍ବୋଚ୍ଚ ହାଇୱେ ଟନେଲ । ଏହି ଟନେଲ ଯୋଗୁଁ ମନାଲି ଓ ଲେହର ଦୂରତା 46 କିମି ଦୂରତା ହ୍ରାସ ପାଇବ । ସମୟ ପ୍ରାୟ 4ରୁ 5ଘଣ୍ଟା କମି ଯିବ । ସାମିରକ ଦୃଷ୍ଟି କୋଣରୁ ମଧ୍ୟ ଏହି ଟନେଲ ଅନେକ ଗୁରୁତ୍ବ ରଖୁଛି । ଅଟଳ ଟନେଲ ଦୁନିଆର ସବୁଠାରୁ ଲମ୍ବା ରାଜପଥ ଟନେଲ । ବର୍ତ୍ତମାନ ଏହା ବର୍ଷ ତମାମ ଖୋଲା ରହିବ । ପୂର୍ବରୁ ପ୍ରବଳ ତୁଷାରପାତ ହେତୁ ପ୍ରତିବର୍ଷ ପ୍ରାୟ 6 ମାସ ପର୍ଯ୍ୟନ୍ତ ଉପତ୍ୟକା ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଉଥିଲା ।

ଲୋକାର୍ପିତ ହେଲା ବହୁ ପ୍ରତୀକ୍ଷିତ ଅଟେଲ ଟନେଲ

ଅଟଳ ଟନେଲର ଦକ୍ଷିଣ ପୋର୍ଟାଲ ମନାଲି ଠାରୁ 25 କିଲୋମିଟର ଦୂରରେ 3,060 ମିଟର ଉଚ୍ଚରେ ନିର୍ମିତ ହୋଇଥିବାବେଳେ ଉତ୍ତର ପୋର୍ଟାଲ ଲାହଲ ଉପତ୍ୟକାର ସିସୁ ଗାଁର ତାଲିଙ୍ଗ ନିକଟରେ 3,071 ମିଟର ଉଚ୍ଚରେ ଅବସ୍ଥିତ । ଦେଶର ପ୍ରତିରକ୍ଷା ଦୃଷ୍ଟିକୋଣରୁ 3,300 କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ଟନେଲ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଟନେଲରେ ଦୈନିକ ତିନି ହଜାର କାର ଏବଂ 1500 ଟ୍ରକ୍ ଯାତାୟାତ କରିପାରିବ । ଏଥିରେ ଯାନଗୁଡିକର ସର୍ବାଧିକ ଗତି ଘଣ୍ଟା ପ୍ରତି 80 କିଲୋମିଟର ରହିବ ।

ଅଟଳ ବିହାରୀ ବାଜପେୟୀ ସରକାର ରୋହତାଙ୍ଗରେ ସାମରିକ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ଟନେଲ୍ ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଥିଲେ । 26 ମଇ 2002 ରେ ଟନେଲର ଦକ୍ଷିଣ ପୋର୍ଟାଲରେ ସଂଯୋଗ ମାର୍ଗର ମୂଳଦୁଆ ପକାଯାଇଥିଲା। ଡିସେମ୍ବର 2019 ରେ ମୋଦି ସରକାର ପୂର୍ବତନ ପ୍ରଧାନମନ୍ତ୍ରୀ ବାଜପେୟୀଙ୍କ ସମ୍ମାନାର୍ଥେ ରୋହତାଙ୍ଗ ଟନେଲକୁ ଅଟଳ ଟନେଲ ନାମରେ ନାମିତ କରିବାକୁ ନିଷ୍ପତ୍ତି ନେଇଥିଲେ।

ଅଟଳ ଟନେଲ ମନାଲି ଏବଂ ଲାହଲ ଉପତ୍ୟକା ସମେତ ସମଗ୍ର ରାଜ୍ୟରେ ପର୍ଯ୍ୟଟନକୁ ବୃଦ୍ଧି କରିବ । ସୂଚନାଯୋଗ୍ୟ, ଅଟଳ ବିହାରୀ ବାଜପେୟୀଙ୍କ ପୂର୍ବରୁ ଏହି ସ୍ବପ୍ନ ଇନ୍ଦିରା ଗାନ୍ଧୀ ଦେଖିଥିଲେ । ବର୍ତ୍ତମାନ ଏହାକୁ ମୋଦି ସରକାରଙ୍କ କାର୍ଯ୍ୟକାଳରେ ପୁରା କରାଯାଇଛି ।

ଉଦଘାଟନୀ କାର୍ଯ୍ୟକ୍ରମରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ହିମାଚଳ ପ୍ରଦେଶର ମୁଖ୍ଯମନ୍ତ୍ରୀ ଜୟ ରାମ ଠାକୁରଙ୍କ, କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର, ସିଡିଏସ ବିପିନ ରାଓ୍ୱତ୍ , ସ୍ଥଳସେନା ମୁଖ୍ୟ ଏମ୍ଏମ୍ ନର୍ଭାଣେ ଉପସ୍ଥିତ ଥିଲେ। ଉପସ୍ଥିତ ରହିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Oct 3, 2020, 11:44 AM IST

ABOUT THE AUTHOR

...view details