ଓଡିଶା

odisha

ETV Bharat / bharat

ଇନ୍ଦିରା ଗାନ୍ଧୀଙ୍କ ଲେହ ଗସ୍ତକୁ ନେଇ ମୋଦିଙ୍କୁ କଂଗ୍ରେସର ସମାଲୋଚନା - ଲେହ ଗସ୍ତ

ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହି ଅଚାନକ ଗସ୍ତକୁ ନେଇ କଂଗ୍ରେସ ନେତା ମନୀଷ ତିୱାରୀ ପ୍ରଥମ ପ୍ରତିକ୍ରିୟା ଦେଇଛନ୍ତି । କଂଗ୍ରେସ ନେତା ମନୀଷ ତିୱାରୀ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଲେହ ଗସ୍ତର ଏକ ଫଟୋ ସେୟାର କରି ଲେଖିଛନ୍ତି, ‘ଯେତେବେଳେ ଇନ୍ଦିରା ଗାନ୍ଧୀ ଲେହ ଗସ୍ତ କରିଥିଲେ ସେତେବେଳେ ପାକିସ୍ତାନ ଦୁଇ ଭାଗରେ ବିଭକ୍ତ କରାଯାଇଥିଲା। ଏବେ ଦେଖିବା ବାକି ରହିଲା ପ୍ରଧାନମନ୍ତ୍ରୀ ମୋଦି କଣ କରୁଛନ୍ତି ?’

manish  tiwari
ମୋଦିଙ୍କ ଲେହ ଗସ୍ତକୁ ନେଇ କଂଗ୍ରେସ ନେତାଙ୍କ ପ୍ରତିକ୍ରିୟା

By

Published : Jul 3, 2020, 3:30 PM IST

ନୂଆଦିଲ୍ଲୀ: ଅଚାନକ ଲେହ ଗସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଶୁକ୍ରବାର ସକାଳେ ଚିଫ ଅଫ ଡିଫେନ୍ସ ଷ୍ଟାଫ ମୁଖ୍ୟ ବିପିନ ରାୱତଙ୍କ ସହ ପ୍ରଧାନମନ୍ତ୍ରୀ ମୋଦି ସେଠାରେ ପହଞ୍ଚି ଯବାନମାନଙ୍କୁ ଭେଟୁଛନ୍ତି । ଏପଟେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହି ଅଚାନକ ଗସ୍ତକୁ ନେଇ ରାଜନୀତି ଆରମ୍ଭ ହୋଇଛି । ଏନେଇ କଂଗ୍ରେସ ନେତା ମନୀଷ ତିୱାରୀ ପ୍ରଥମ ପ୍ରତିକ୍ରିୟା ଦେଇଛନ୍ତି।

କଂଗ୍ରେସ ନେତା ମନୀଷ ତିୱାରୀ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଲେହ ଗସ୍ତର ଏକ ଫଟୋ ସେୟାର କରି ଲେଖିଛନ୍ତି, ‘ଯେତେବେଳେ ଇନ୍ଦିରା ଗାନ୍ଧୀ ଲେହ ଗସ୍ତ କରିଥିଲେ ସେତେବେଳେ ପାକିସ୍ତାନ ଦୁଇ ଭାଗରେ ବିଭକ୍ତ କରାଯାଇଥିଲା। ଏବେ ଦେଖିବାକୁ ବାକି ରହିଲା ପ୍ରଧାନମନ୍ତ୍ରୀ ମୋଦି କଣ କରୁଛନ୍ତି ?’

ପ୍ରକାଶ ଥାଉକି, ଇନ୍ଦିରା ଗାନ୍ଧୀଙ୍କ ଏହି ଫଟୋ 1971 ମସିହାର । ସେତେବେଳେ ଇନ୍ଦିରା ଗାନ୍ଧୀ ଲେହରେ ଯବାନମାନଙ୍କୁ ସମ୍ବୋଧିତ କରିଥିଲେ । ଯାହା ଗଲୱାନ ଘାଟିରୁ ପ୍ରାୟ 220 କି.ମି ଦୂର ଅଟେ । 1971ରେ ଭାରତ ପାକିସ୍ତାନ ମଧ୍ୟରେ ଯୁଦ୍ଧ ହୋଇଉଥିଲା । ଏହାପରେ ବାଂଲାଦେଶ ସଷ୍ଟି ହୋଇଥିଲା। ତେବେ ଇନ୍ଦିରା ଗାନ୍ଧୀଙ୍କ ଏହି ଫଟୋ ବହୁ ଦିନ ହେବ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ପ୍ରକାଶ ଥାଉକି, ଚୀନ୍ ସହ ଚାଲିଥିବା ବିବାଦ ମଧ୍ୟରେ ସେନାବାହିନୀ ପ୍ରସ୍ତୁତିର ସମୀକ୍ଷା ନେଇ ଶୁକ୍ରବାର ପ୍ରତିରକ୍ଷା ମନ୍ତ୍ରୀଙ୍କ ଲଦାଖ ଗସ୍ତ କରିବାର କାର୍ଯ୍ୟକ୍ରମ ଥିଲା । କିନ୍ତୁ ପ୍ରତିରକ୍ଷା ମନ୍ତ୍ରୀଙ୍କ ଗ୍ରସ୍ତ ସ୍ଥଗିତ ହେବାପରେ ଶୁକ୍ରବାର ଡିଫେନ୍ସ ଷ୍ଟାଫ ମୁଖ୍ୟ ବିପିନ ରାୱତଙ୍କ ସହ ପ୍ରଧାନମନ୍ତ୍ରୀ ମୋଦି ସେଠାରେ ପହଞ୍ଚି ଯବାନମାନଙ୍କ ସହ ଭେଟୁଛନ୍ତି । ଚୀନ ସୀମାରେ ଲାଗି ରହିଥିବା ଉତ୍ତେଜନା ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହା ପ୍ରଥମ ଲେହ ଗସ୍ତ ।

ABOUT THE AUTHOR

...view details