ନୂଆଦିଲ୍ଲୀ: ବୁଧବାର ଇଥିଓପିଆନ ପ୍ରଧାନମନ୍ତ୍ରୀ ଅବି ଅହମ୍ମଦ ଅଲ୍ଲୀଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଥା ହୋଇଛନ୍ତି । ଉଭୟ ନେତା ଟେଲିଫୋନରେ କୋରୋନା ସମ୍ପର୍କରେ କଥାବାର୍ତ୍ତା କରିଥିଲେ । ଉଭୟ ଦେଶରେ କୋରୋନା ସ୍ଥିତି ନେଇ ପରସ୍ପରକୁ ଅବଗତ କରିଥିଲେ ଦୁଇ ନେତା ।
କୋରୋନା ନେଇ ଇଥିଓପିଆନ ପ୍ରଧାନମନ୍ତ୍ରୀଙ୍କ ସହ ମୋଦିଙ୍କ ଆଲୋଚନା - ଇଥିଓପିଆନ ପ୍ରଧାନମନ୍ତ୍ରୀ ଅବି ଅହମ୍ମଦ ଅଲ୍ଲୀ
ମୋଦି ଭାରତ ଓ ଇଥିଓପିଆନ ମଧ୍ୟରେ ଥିବା ଉତ୍ତମ ସମ୍ପର୍କ ଉପରେ ଗୁରୁତ୍ବାରୋପ କରିଥିଲେ । ଉଭୟ ଦେଶ ମଧ୍ୟରେ ଚତ୍ମକାର ବିକଶିତ ବନ୍ଧୁତ୍ବ ଥିବା ମୋଦି କହିଥିଲେ । ଅଧିକ ପଢନ୍ତୁ...
![କୋରୋନା ନେଇ ଇଥିଓପିଆନ ପ୍ରଧାନମନ୍ତ୍ରୀଙ୍କ ସହ ମୋଦିଙ୍କ ଆଲୋଚନା ଇଥିଓପିଆନ ପ୍ରଧାନମନ୍ତ୍ରୀଙ୍କ ସହ ମୋଦିଙ୍କ କୋରୋନା ଆଲୋଚନା](https://etvbharatimages.akamaized.net/etvbharat/prod-images/768-512-7091749-981-7091749-1588789432414.jpg)
ଏହି ଆଲୋଚନାରେ ମୋଦି ଭାରତ ଓ ଇଥିଓପିଆନ ମଧ୍ୟରେ ଥିବା ଉତ୍ତମ ସମ୍ପର୍କ ଉପରେ ଗୁରୁତ୍ବାରୋପ କରିଥିଲେ । ଉଭୟ ଦେଶ ମଧ୍ୟରେ ଚତ୍ମକାର ବିକଶିତ ବନ୍ଧୁତ୍ବ ଥିବା ମୋଦି କହିଥିଲେ । ଏହାସହ ଉଭୟ ଦେଶରେ କୋଭିଡ 19 ଯୋଗୁଁ ଦେଖାଦେଇଥିବା ସମସ୍ୟା ଉପରେ ଆଲୋଚନା କରିଥିଲେ ମୋଦି ଓ ଅବି । ଏଭଳି ସ୍ଥିତିରେ ଏକାଠି କୋଭିଡ 19ର ମୁକାବିଲା କରିବାକୁ ଦୁଇ ନେତା ସ୍ଥିର କରିଥିଲେ ବୋଲି ପିଏମଓ ପକ୍ଷରୁ ସୂଚନା ଦିଆଯାଇଛି ।
ଏହାସହ ମୋଦି କୋଭିଡ 19 ମୁକାବିଲାରେ ଇଥିଓପିଆନ ସଫଳ ହେବ ବୋଲି କାମନା କରିଥିଲେ । ବିପଦ ସମୟରେ ଦେଶକୁ ସମସ୍ତ ପ୍ରକାର ମେଡିକାଲ ସାମଗ୍ରୀ ପଠାଇବେ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ । ଉଭୟ ଦେଶ ମଧ୍ୟରେ ଦ୍ବିପାକ୍ଷିକ ସମ୍ପର୍କ ଦୃଢ କରିବାକୁ ଉଭୟ ନେତା ନିଷ୍ପତ୍ତି ନେଇଥିଲେ ।
TAGGED:
India and Ethiopian