ଓଡିଶା

odisha

ETV Bharat / bharat

ସିନେଜଗତ ସାମନାରେ ‘ଇଟିଭି ଭାରତ’ର ପ୍ରୟାସ ବଖାଣିଲେ ମୋଦି - ବୈଷ୍ଣୋବ ଜନ ତୋ ତେନେ କହିୟେ

ରବିବାର ରାମୋଜୀ ଗ୍ରୁପ ଅଫ୍‌ କମ୍ପନିଜ୍‌ର ଚେୟାରପର୍ସନ ରାମୋଜୀ ରାଓଙ୍କ ପ୍ରଚେଷ୍ଟାକୁ ପ୍ରଶଂସା କରିଛନ୍ତି ପିଏମ ମୋଦି ।  ଗାନ୍ଧୀଙ୍କ 150ତମ ଜୟନ୍ତୀ ପାଳନ ଅବସରରେ ସଙ୍ଗୀତ ମାଧ୍ୟମରେ ବାପୁଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଦେଇଥିଲା ‘ଇଟିଭି ଭାରତ’ ପରିବାର । ଆଉ ରାମୋଜୀ ରାଓଙ୍କ ଏହି ପ୍ରଚେଷ୍ଟାକୁ ସମଗ୍ର ବଲିଉଡ ସାମନାରେ ପ୍ରକାଶ କରିଥିଲେ ପିଏମ ମୋଦି ।

ଡିଜାଇନ ଫଟୋ

By

Published : Oct 21, 2019, 11:10 PM IST

ହାଇଦ୍ରାବାଦ: ଗାନ୍ଧୀଙ୍କ 150ତମ ଜୟନ୍ତୀ ପାଳନ ଅବସରରେ ସଙ୍ଗୀତ ମାଧ୍ୟମରେ ବାପୁଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଦେଇଥିଲା ‘ଇଟିଭି ଭାରତ’ ପରିବାର । ‘ବୈଷ୍ଣୋବ ଜନ ତୋ ତେନେ କହିୟେ, ଯୋ ପିଡା ପରାଇ ଜାନ ରେ’, ବାପୁଙ୍କ ଅତିପ୍ରିୟ, ହୃଦୟସ୍ପର୍ଶୀ ଭଜନକୁ ସାରା ଦେଶରେ ସୁନାମଧନ୍ୟ କଣ୍ଠଶିଳ୍ପୀଙ୍କୁ ନେଇ 11ଟି ଭାଷାରେ ଇଟିଭି ଭାରତ ପ୍ରସ୍ତୁତ କରିଥିଲା । ଏହାକୁ ନେଇ କ୍ରୀଡା, ରାଜନୀତି ତଥା ବିଭିନ୍ନ ମହଲରୁ ଇଟିଭି ଭାରତକୁ ପ୍ରଶଂସାର ସୁଅ ଛୁଟି ଥିଲା । ଖୋଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ବିଟ କରି ଶୁଭେଚ୍ଛା ଜଣାଇଥିଲେ । ଏବେ ରବିବାର ରାମୋଜୀ ଗ୍ରୁପ ଅଫ୍‌ କମ୍ପନିଜ୍‌ର ଚେୟାରପର୍ସନ ରାମୋଜୀ ରାଓଙ୍କ ଏହି ପ୍ରଚେଷ୍ଟାକୁ ପ୍ରଶଂସା କରିଛନ୍ତି ପିଏମ ମୋଦି ।

ଫଟୋ ସୌଜନ୍ୟ: ଇଟିଭି ଭାରତ

ରବିବାର ବଲିଉଡ ସେଲିବ୍ରିଟିଙ୍କ ସହ ଗାନ୍ଧୀଙ୍କ ବିଚାରଧାରା ସମ୍ବନ୍ଧରେ ଆଲୋଚନା କରିଥିଲେ ମୋଦି । ଏହି ସଭାରେ ସେ ରାମୋଜୀ ରାଓଙ୍କୁ ଏତାଦୃଶ୍ୟ, ଅତ୍ୟନ୍ତ ଉଚ୍ଚକୋଟୀର ଚିନ୍ତାଧାରା ଓ ସଙ୍ଗୀତ ଭାବରେ ବାପୁଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବା ମାଧ୍ୟମର ପ୍ରଶଂସାରେ ଶତମୁଖ ହୋଇଛନ୍ତି ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ

ପୂଜ୍ୟ ବାବୁଙ୍କ ପ୍ରିୟ ଭଜନ “ବୈଷ୍ଣବ ଜନ ତୋ ତେନେ କହିୟେ”କୁ ଦେଶର ଖ୍ୟାତି ସମ୍ପନ୍ନ ପାଖାପାଖି 11ଟି ଭାଷାରେ 11 କଳାକାରଙ୍କ ଦ୍ବାରା ପରିବେଷଣକୁ ସାଧୁବାଦା ଦେଇଛନ୍ତି । ଏହାସହ ଯୁବପିଢିଙ୍କୁ ଗାନ୍ଧୀଙ୍କ ମହାନତା, ଅହିଂସାର ବାର୍ତ୍ତା ବାଣ୍ଟିବା ପାଇଁ ଏହି ପ୍ରୟାସ ସ୍ବତନ୍ତ୍ର ଓ ସମ୍ପୂର୍ଣ୍ଣ ସ୍ବାଗତଯୋଗ୍ୟ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ABOUT THE AUTHOR

...view details