ଓଡିଶା

odisha

ETV Bharat / bharat

ପ୍ରଧାନମନ୍ତ୍ରୀଙ୍କ ଘୋଷଣା: ଆଉ 19 ଦିନ ଦେଶରେ ଲକଡାଉନ - ଆଉ 19 ଦିନ ଦେଶରେ ଲକଡାଉନ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶରେ କୋରୋନା ମୁକାବିଲା ପାଇଁ ଲକଡାଉନ ଅବଧିକୁ ମେ 3 ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ଦେଶର ମଙ୍ଗଳ ପାଇଁ ଆଉ 19 ଦିନ ବୃଦ୍ଧି କରିବାକୁ ପ୍ରଧାନମନ୍ତ୍ରୀ କହିଛନ୍ତି। ସେଥିପାଇଁ ଦେଶବାସୀ ସହଯୋଗ କରିବାକୁ ସେ ନିବେଦନ କରିଛନ୍ତି। ଅଧିକ ପଢନ୍ତୁ...

PM Modi extended COVID-19 lockdown till may 3
ଆଉ 19ଦିନ ଦେଶରେ ଲକଡାଉନ ଘୋଷଣା କଲେ ପ୍ରଧାନମନ୍ତ୍ରୀ

By

Published : Apr 14, 2020, 11:11 AM IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶରେ କୋରୋନା ମୁକାବିଲା ପାଇଁ ଲକଡାଉନ ଅବଧିକୁ ମେ 3 ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ଦେଶର ମଙ୍ଗଳ ପାଇଁ ଆଉ 19 ଦିନ ବୃଦ୍ଧି କରିବାକୁ ପ୍ରଧାନମନ୍ତ୍ରୀ କହିଛନ୍ତି। ସେଥିପାଇଁ ଦେଶବାସୀ ସହଯୋଗ କରିବାକୁ ସେ ନିବେଦନ କରିଛନ୍ତି। ଗତ ମାସରେ ପ୍ରଧାନମନ୍ତ୍ରୀ ଘୋଷଣା କରିଥିବା 21 ଦିନିଆ ଲକ ଡାଉନର ଆଜି ଶେଷ ଦିନ ଥିବା ବେଳେ ପ୍ରଧାନମନ୍ତ୍ରୀ ଏହି ଘୋଷଣା କରିଛନ୍ତି ।

ପ୍ରଧାନମନ୍ତ୍ରୀ ଦେଶବାସୀଙ୍କ ଉଦ୍ଦେଶ୍ୟରେ କହିଛନ୍ତି, ‘ଭାରତକୁ ରକ୍ଷାକରିବା ପାଇଁ ଲୋକମାନେ କଷ୍ଟ ଦେଇ ଗତି କରିଛନ୍ତି। ମୁଁ ଜାଣେ ଆପଣମାନେ କେତେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି | ମୁଁ ବଳିଦାନ ପାଇଁ ଭାରତର ଲୋକଙ୍କୁ ପ୍ରଣାମ କରୁଛି । ଯେତେବେଳେ ଦେଶରେ କୌଣସି କୋରୋନା ରୋଗୀ ନଥିଲେ COVID19 ପ୍ରଭାବିତ ଦେଶରୁ ଆସୁଥିବା ଯାତ୍ରୀଙ୍କୁ ଭାରତ ସ୍କ୍ରିନିଂ ଆରମ୍ଭ କରିଥିଲା । COVID19 ମାମଲା 100କୁ ଛୁଇଁବା ପୂର୍ବରୁ ମଧ୍ୟ ବିଦେଶୀ ପ୍ରତ୍ୟାବର୍ତ୍ତନକାରୀଙ୍କ ପାଇଁ 14 ଦିନ କ୍ବାରେଣ୍ଟାଇନରେ ରହିବାକୁ ଭାରତ ବାଧ୍ୟତାମୂଳକ କରିଥିଲା।’ ଯେତେବେଳେ ଆମର 550 ମାମଲା ଥିଲା ସେତେବେଳେ ଆମେ 21 ଦିନିଆ ଲକଡାଉନ ଲଗାଇଥିଲୁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ସେହିପରି ପ୍ରଧାନମନ୍ତ୍ରୀ କହିଛନ୍ତି ‘20 ଏପ୍ରିଲ ପର୍ଯ୍ୟନ୍ତ, ସମସ୍ତ ଜିଲ୍ଲା, ସ୍ଥାନୀୟ ପ୍ରଶାସନ ରାଜ୍ୟଗୁଡିକ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିବେ । ଯେପରି ସେମାନେ ନିୟମକୁ କେତେ କଠୋର ଭାବରେ କାର୍ଯ୍ୟକାରୀ କରୁଛନ୍ତି। ଯେଉଁ ରାଜ୍ୟଗୁଡିକ ହଟସ୍ପଟ୍ ବୃଦ୍ଧି କରିବାକୁ ଦେବେ ନାହିଁ, ସେମାନଙ୍କୁ କିଛି ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକଳାପ ଆରମ୍ଭ କରିବାକୁ କିଛି ସର୍ତ୍ତ ସହିତ ଅନୁମତି ଦିଆଯାଇପାରେ ।’

ପୁଣି ପ୍ରଧାନମନ୍ତ୍ରୀ କହିଛନ୍ତି, ନୂତନ ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରିବାବେଳେ, ଆମେ ଗରିବ ଓ ଦୈନିକ ମଜୁରୀ ଶ୍ରମିକଙ୍କ ସ୍ବାର୍ଥକୁ ଧ୍ୟାନରେ ରଖିଛୁ | ରବି ଫସଲ ଅମଳ ମଧ୍ୟ ଚାଲିଛି। ଯେପରି କୃଷକମାନେ ସର୍ବନିମ୍ନ ସମସ୍ୟାର ସମ୍ମୁଖୀନ ହେବେ ସେଥିପାଇଁ କେନ୍ଦ୍ରୀୟ ସରକାର ଓ ରାଜ୍ୟ ସରକାର ମିଳିତ ଭାବେ କାର୍ଯ୍ୟ କରୁଛନ୍ତି ।

ସେହିପରି ବ୍ୟବସାୟ ଏବଂ ଶିଳ୍ପରେ କାମ କରୁଥିବା ଲୋକଙ୍କ ପ୍ରତି ମାଲିକ ମାନେ ଦୟାଶୀଳ ହେବା ପାଇଁ ପ୍ରଧାନମନ୍ତ୍ରୀ ନିବେଦନ କରିଛନ୍ତି । ଏହା ସହିତ ପ୍ରଧାନମନ୍ତ୍ରୀ କୋରୋନା ଯୋଦ୍ଧା ମାନଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ କରିବା ପାଇଁ ଦେଶବାସୀଙ୍କୁ ନିବେଦନ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details