ଓଡିଶା

odisha

ETV Bharat / bharat

ଆସନ୍ତାକାଲି ପରୀକ୍ଷା ଉପରେ ଚର୍ଚ୍ଚା କରିବେ ପ୍ରଧାନମନ୍ତ୍ରୀ - ପରୀକ୍ଷା ଉପରେ ଚର୍ଚ୍ଚାରେ କରିବେ ପ୍ରଧାନମନ୍ତ୍ରୀ

ଆସନ୍ତାକାଲି ସକାଳ 11ଟାରେ ‘ପରୀକ୍ଷା ପେ’ ଚର୍ଚ୍ଚା କରିବେ ପ୍ରଧାନମନ୍ତ୍ରୀ। ଛାତ୍ରଛାତ୍ରୀଙ୍କୁ ସଫଳତାର ମନ୍ତ୍ର ଦେବେ ପିଏମ ମୋଦି।

ଆସନ୍ତାକାଲି ପରୀକ୍ଷା ଉପରେ ଚର୍ଚ୍ଚାରେ କରିବେ ପ୍ରଧାନମନ୍ତ୍ରୀ
ଆସନ୍ତାକାଲି ପରୀକ୍ଷା ଉପରେ ଚର୍ଚ୍ଚାରେ କରିବେ ପ୍ରଧାନମନ୍ତ୍ରୀ

By

Published : Jan 19, 2020, 6:41 PM IST

Updated : Jan 19, 2020, 7:56 PM IST

ନୂଆଦିଲ୍ଲୀ: ଆଗକୁ ପରୀକ୍ଷା। ଛାତ୍ରଛାତ୍ରୀଙ୍କୁ ଚାପ ମୁକ୍ତ ରଖିବାକୁ ପରାମର୍ଶ ଦେବେ ପ୍ରଧାନମନ୍ତ୍ରୀ । ଦଶମ ଓ ଦ୍ବାଦଶ ବୋର୍ଡ ପରୀକ୍ଷା ଆରମ୍ଭ ହେବାକୁ ଥିବାବେଳେ ପୁଣି ଥରେ ଛାତ୍ରଛାତ୍ରୀଙ୍କୁ ସଫଳତାର ମନ୍ତ୍ର ଦେବେ ପିଏମ ମୋଦି। ଆସନ୍ତାକାଲି ସକାଳ 11ଟାରେ ‘ପରୀକ୍ଷା ପେ’ ଚର୍ଚ୍ଚା କରିବେ ପ୍ରଧାନମନ୍ତ୍ରୀ। ସଫଳ ହେବା ପାଇଁ କୌଣସି ବିକଳ୍ପ ନାହିଁ ବୋଲି କହିଛନ୍ତି ସେ ।


ଏହା ସେ କହିଛନ୍ତି, ‘ଜୀବନରେ ବିଫଳତା ନିଶ୍ଚୟ ଆସିବ। ହେଲେ ନିଜ ସ୍ବପ୍ନକୁ ଜଳାଞ୍ଜଳି ଦେବ ନାହିଁ। ବିଫଳତାକୁ ସଫଳତାର ପ୍ରଥମ ପାହାଚ ଭାବି ନେବା ଉଚିତ। ଆଉ ଯିଏ ବିଫଳତାରୁ କିଛି ଶିଖି ନିଏ, ତାକୁ କେହି ବି ସଫଳତା ଠାରୁ ଦୂରେଇ ନେଇପାରିବେ ନାହିଁ। ଦୁନିଆରେ ଏମିତି କୌଣସି ବ୍ୟକ୍ତି ନାହିଁ ଯିଏ ଅସଫଳତାକୁ ଦେଖି ନାହିଁ। ସଫଳତାର ପ୍ରକୃତ ରହସ୍ୟ ବିଫଳତା ବୋଲି ଆମକୁ ବୁଝିବାକୁ ହେବ। ସଫଳତା ପାଇଁ କୌଣସି ନିର୍ଦ୍ଧିଷ୍ଟ ପ୍ରକ୍ରିୟା ନାହିଁ । ଆମ ମନକୁ ଦୃଢ କରିବା ଉଚିତ ଯେ ଆମେ ବିଫଳ ହେବା ନାହିଁ। ’

ଆସନ୍ତାକାଲି ପରୀକ୍ଷା ଉପରେ ଚର୍ଚ୍ଚାରେ କରିବେ ପ୍ରଧାନମନ୍ତ୍ରୀ


ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦି ଛାତ୍ରଛାତ୍ରୀଙ୍କ ମନରୁ ପରୀକ୍ଷା ଭୟ ଓ ଆଶଙ୍କାଙ୍କୁ ଦୂର କରିବାକୁ ପ୍ରଚେଷ୍ଟା ଜାରି ରଖିଛନ୍ତି। ଏପରିକି ପରୀକ୍ଷାର୍ଥୀଙ୍କ ମନୋବଳ ବଢାଇବାକୁ 2014ରୁ ଆଜି ପର୍ଯ୍ୟନ୍ତ ‘ପରୀକ୍ଷା ପେ’ କାର୍ଯ୍ୟକ୍ରମ ଆୟୋଜନ କରି ଆସୁଛନ୍ତି। ଆସନ୍ତା ଫେବୃଆରୀ 15ରୁ ସିବିଏସଇ ବୋର୍ଡ ପରୀକ୍ଷା ଆରମ୍ଭ ହେବାକୁ ଯାଉଛି।

Last Updated : Jan 19, 2020, 7:56 PM IST

ABOUT THE AUTHOR

...view details