ଓଡିଶା

odisha

ETV Bharat / bharat

‘ଫନି’ ସମୟରେ ମୋଦିଙ୍କ ଫୋନ୍‌ ରିସିଭ କଲେନି ଦିଦି

'ଫନି' ସମୟରେ ମୋଦିଙ୍କ ଫୋନ ଦିଦିଙ୍କ ପାଖକୁ ଯାଇଥିଲା । ମାତ୍ର ପିଏମ୍‌ଙ୍କ ଫୋନ କଲକୁ ଖାତିର କରି ନାହାଁନ୍ତି ଦିଦି । ମୋଦି 'ଫନି' ବାବଦରେ ଦିଦିଙ୍କ ସହ ଆଲୋଚନା କରିବା ପାଇଁ କଲ କରିଥିବା ସୂଚନା ରହିଥିଲା ।

By

Published : May 5, 2019, 9:20 PM IST

ଡିଜାଇନ ଫଟୋ

ନୂଆଦିଲ୍ଲୀ: ମୋଦି-ଦିଦିଙ୍କ କଳି କାହାକୁ ଅଛପା ନାହିଁ । 'ଫନି' ଭଳି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ମଧ୍ୟ ଦିଦି-ମୋଦି ମୁହାଁମୁହିଁ ହୋଇଛନ୍ତି । ଓଡ଼ିଶା ସମେତ ପଶ୍ଚିମବଙ୍ଗର ଅଧିକାଂଶ ଅଞ୍ଚଳରେ ଫନିର ପ୍ରକୋପ ଦେଖିବାକୁ ମିଳିଛି । ଏହି ଦୁଇ ରାଜ୍ୟ ଫୋନିର ପ୍ରକୋପରେ ଉଜୁଡ଼ି ଯାଇଛି । 'ଫନି' ସମୟରେ ମୋଦିଙ୍କ ଫୋନ ଦିଦିଙ୍କ ପାଖକୁ ଯାଇଥିଲା । ମାତ୍ର ପିଏମ୍‌ଙ୍କ ଫୋନ୍‌ କଲକୁ ଖାତିର କରି ନାହାଁନ୍ତି ଦିଦି । ମୋଦି 'ଫନି' ବାବଦରେ ଦିଦିଙ୍କ ସହ ଆଲୋଚନା କରିବା ପାଇଁ କଲ କରିଥିବା ସୂଚନା ରହିଥିଲା ।

ମିଳିଥିବା ସୂଚନା ଅନୁସାରେ ' ଫନି' କ୍ଷୟକ୍ଷତି ବାବଦରେ ଖବର ନେବା ପାଇଁ 'ମୋଦି'ଙ୍କ ଫୋନ୍‌ ଦିଦିଙ୍କୁ ଯାଇଥିଲା । ଏହାପରେ ନା ଦିଦି କଲ୍‌ ରିସିଭ୍‌ କରିଥିଲେ ପରେ କିଛି ସମୟ ପରେ କଲ୍‌ କରାଯିବ କୁହାଯାଇଥିଲେ ମଧ୍ୟ ଆଉ କଲ୍‌ ଫେରିନଥିଲା ।

ଏହା ପରେ ପ୍ରଧାନମନ୍ତ୍ରୀ ମୋଦି ପଶ୍ଚିମବଙ୍ଗ ରାଜ୍ୟପାଳ କେଶରୀ ନାଥ ତ୍ରିପାଠୀଙ୍କ ସହ ଆଲୋଚନା କରିଥିବା ସରକାରୀ ସୂତ୍ରରୁ ସୂଚନା ମିଳିଛି ।

ଏହାପରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ସହ ଯୋଗାଯୋଗ ପାଇଁ ଦୁଇ ଦୁଇଥର ପ୍ରୟାସ କରାଯାଇଥିଲା । ମାତ୍ର ଉଭୟ ଥର କୁହାଯାଇଥିଲା ପରେ ଫୋନ୍‌ କରାଯିବ । ମାତ୍ର କୌଣସି କଲ୍‌ ଆସି ନଥିଲା । ଏହାପରେ ଆଉ ଥରେ କୁହାଯାଇଥିଲା ମୁଖ୍ୟମନ୍ତ୍ରୀ ମମତା ଅନ୍ୟ 'ଫନି' ସ୍ଥିତି ସମୀକ୍ଷା କରିବା ପାଇଁ ଅନ୍ୟ ଏକ ଗସ୍ତରେ ଅଛନ୍ତି ।

ଏଭଳି ଖବର ପରେ ତୃଣମୂଳ କଂଗ୍ରେସ ପକ୍ଷରୁ ମୋଦିଙ୍କୁ ଟାର୍ଗେଟ କରାଯାଇଛି । ପ୍ରଧାନମନ୍ତ୍ରୀ 'ଫନି' ବାବଦରେ ଆଲୋଚନା କରିବା ପାଇଁ ମୁଖ୍ୟମନ୍ତ୍ରୀ ମମତାଙ୍କ ପରିବର୍ତ୍ତେ ରାଜ୍ୟପାଳଙ୍କ ସହ ହୋଇଥିବା ଆଲୋଚନା କରିଥିଲେ । ପିଏମ୍‌ ଦେଶର ସଙ୍ଘୀୟ ବ୍ୟବସ୍ଥାକୁ ଅସମ୍ମାନ କରୁଥିବା କହିଛି ଟିଏମ୍‌ସି ।

For All Latest Updates

ABOUT THE AUTHOR

...view details