ଓଡିଶା

odisha

By

Published : Nov 27, 2019, 12:16 PM IST

ETV Bharat / bharat

କାଟ୍ରୋସାଟ-3ର ସଫଳ ଉତକ୍ଷେପଣ: ଇସ୍ରୋକୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

କାଟ୍ରୋସାଟ-3 ଉପଗ୍ରହର  ସଫଳ ଉତକ୍ଷେପଣ ପାଇଁ ଇସ୍ରୋକୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଜାଣନ୍ତୁ ସେ କ'ଣ କହିଛନ୍ତି...

PM-modi
ଫାଇଲ ଫଟୋ

ନୂଆଦିଲ୍ଲୀ: କାଟ୍ରୋସାଟ-3 ଉପଗ୍ରହର ସଫଳ ଉତକ୍ଷେପଣ ପାଇଁ ଇସ୍ରୋକୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପିଏସଏଲଭି -ସି ୪୭ କଟ୍ରୋସାଟ-୩ ଏବଂ ଆମେରିକାର ୧୩ ଟି କ୍ଷୁଦ୍ର ଉପଗ୍ରହକୁ ଏକା ସାଙ୍ଗରେ ଉତକ୍ଷେପଣ କରି ସଫଳତାର ଆଉ ଏକ କାହାଣୀ ଲେଖିଛି । କାଟ୍ରୋସାଟ-3 ଆମ ଆଶାଠାରୁ ଅଧିକ ସଫଳତା ହାସଲ କରିଛି । ଇସ୍ରୋ ପୁଣିଥରେ ଭାରତକୁ ଗର୍ବିତ କରିଛି ବୋଲି ମୋଦି କହିଛନ୍ତି। ଏହି ଅବସରରେ କାଟ୍ରୋସାଟ-3 ନିର୍ମାଣରେ ନିୟୋଜିତ ସମସ୍ତ କର୍ମଚାରୀ ଓ ବୈଜ୍ଞାନିକମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।

ସୂଚନାଯୋଗ୍ୟ ଯେ, ବୁଧବାର ସକାଳ ୯: ୨୮ ମିନିଟ ସମୟରେ ଇସ୍ରୋ ସଫଳତାର ସହ ପିଏସଏଲଭି -ସି ୪୭ ଯୋଗେ ଉପଗ୍ରହ କାଟ୍ରୋସାଟ-୩କୁ ଉତ୍‌କ୍ଷେପଣ କରି କକ୍ଷପଥରେ ସ୍ଥାପନ କରିଛି। ପିଏସଏଲଭି ନିଜର ୪୯ତମ ଉଡ଼ାଣରେ ଆମେରିକାର ୧୩ଟି କ୍ଷୁଦ୍ର ସାଟେଲାଇଟ ମଧ୍ୟ ନିର୍ଦ୍ଧାରିତ କକ୍ଷପଥରେ ସ୍ଥାପନ କରିଛି। ଏହାକୁ ଆନ୍ଧ୍ର ପ୍ରଦେଶର ଶ୍ରୀହରିକୋଟା ସ୍ଥିତ ସତୀଶ ଧାଓ୍ବନ ସ୍ପେସ ସେଣ୍ଟରରୁ ଉତକ୍ଷେପଣ କରାଯାଇଥିଲା ।

ABOUT THE AUTHOR

...view details