ନୂଆଦିଲ୍ଲୀ: ଲକଡାଇନ୍ 3.0 ନେଇ ସୋମବାର ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଲୋଚନା କରିଛନ୍ତି । 17 ମେ ପରେ ଲକଡାଉନର ସ୍ଥିତିକୁ ନେଇ ସବୁ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଫିଡବ୍ୟାକ ମାଗିଛନ୍ତି । 15 ମେ ଯାଏଁ ନିଜ ନିଜ ପରାମର୍ଶ ପଠାଇବାକୁ କହିଛନ୍ତି । ଏହାସହ ଆର୍ଥିକ ଗତିବିଧି ଚାଲିବା ନେଇ ବିଚାର କରାଯାଉଛି ବୋଲି ମୋଦି କହିଛନ୍ତି ।
ପ୍ରଧାନମନ୍ତ୍ରୀ ଏହି ବୈଠକରେ କହିଛନ୍ତି ଯେ କୋରୋନା ପରେ ଏକ ନୂତନ ଜୀବନଶୈଳୀ ବିକାଶ ହେବ। ଦେଶରେ ପର୍ଯ୍ୟଟନର ଅପାର ସମ୍ଭାବନା ଅଛି, ଯାହାକୁ ମଧ୍ୟ ଏକ ନୂତନ ଦୃଷ୍ଟିକୋଣରୁ ଦେଖିବାକୁ ପଡିବ । ଟେକ୍ନୋଲୋଜିକୁ ଧ୍ୟାନରେ ରଖି ଶିକ୍ଷାର ନୂତନ ମଡ୍ୟୁଲଗୁଡିକ ବିକାଶ କରିବାକୁ ପଡିବ ।