ଲକ୍ଷ୍ନୌ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାଇ ପ୍ରହ୍ଲାଦ ଦାମୋଦର ଦାସ ମୋଦି ଶନିବାର ଅଯୋଧ୍ୟାରେ ପହଞ୍ଚିଛନ୍ତି। ସେଠାରେ ସେ ରାମଲଲାଙ୍କ ଦର୍ଶନ ସହ ହନୁମାନ ଗଢୀରେ ପୂଜାର୍ଚ୍ଚନା କରିଛନ୍ତି । ପ୍ରକାଶଥାଉକି, ପ୍ରଧାନମନ୍ତ୍ରୀ ଜନ କଲ୍ୟାଣ ଯୋଜନାର ପ୍ରଚାର ଅଭିଯାନର ଏକ ଅଂଶ ଭାବରେ ପ୍ରହ୍ଲାଦ ଦାମୋଦର ଦାସ ମୋଦି ଅଯୋଧ୍ୟାରେ ପହଞ୍ଚିଛନ୍ତି। ତାଙ୍କ ସହ ବାବ୍ରୀ ପକ୍ଷକାର ଇକବାଲ ହଂସାରୀ ମଧ୍ୟ ରାମଲଲାଙ୍କ ଦରବାରର ପରିଦର୍ଶନ କରିଛନ୍ତି।
ରାମ ଜନ୍ମଭୂମୀ ପରିଦର୍ଶନରେ ମୋଦିଙ୍କ ଭାଇ - ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାଇ ପ୍ରହ୍ଲାଦ ଦାମୋଦର ଦାସ ମୋଦି ଶନିବାର ଅଯୋଧ୍ୟାରେ ପହଞ୍ଚିଛନ୍ତି । ସେଠାରେ ସେ ରାମଲଲାଙ୍କ ଦର୍ଶନ ସହ ହନୁମାନ ଗଢୀରେ ପୂଜାର୍ଚ୍ଚନ କରିଛନ୍ତି ।
ରାମ ଜନ୍ନଭୂମୀ ପରିଦର୍ଶନରେ ମୋଦିଙ୍କ ଭାଇ
ପ୍ରଧାନମନ୍ତ୍ରୀଙ୍କ ଭାଇ କହିଛନ୍ତି ଯେ ରାମ ମନ୍ଦିର ବିବାଦ ଶେଷ ହେବା ପରେ ଅଯୋଧ୍ୟାରେ ପରିବେଶ ବଦଳି ଯାଇଛି । ରାମଙ୍କ ଉପରେ ବିଶ୍ବାସ କରୁଥିବା ହିନ୍ଦୁ କିମ୍ବା ମୁସଲମାନମାନେ ବର୍ତ୍ତମାନ ଅଟକି ଯାଇଛନ୍ତି । ବର୍ତ୍ତମାନ ଅଯୋଧ୍ୟାରେ ଏକତା ପ୍ରତିଷ୍ଠା ହେବ, ଯାହା ଦେଶ ପାଇଁ ଏକ ଉଦାହରଣ ହେବ ଏବଂ ବାର୍ତ୍ତା ହେବ ଯେ ଭାରତରେ ହିନ୍ଦୁ ଏବଂ ମୁସଲମାନମାନଙ୍କ ମଧ୍ୟରେ କୌଣସି ବିବାଦ ନାହିଁ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ