ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମିଳିବ ସଂଯୁକ୍ତ ଆରବ ଏମିରେଟ(ୟୁଏଇ)ର ସର୍ବୋଚ୍ଚ ସମ୍ନାନ । ଯାହାର ଘୋଷଣା ୟୁଏଇର କ୍ରାଉନ ପ୍ରିନ୍ସ ଶେଖ ମହମ୍ମଦ ବିନ ଜାୟଦ ଅଲ ନାହୟାନ ଗୁରୁବାର କରିଛନ୍ତି । ଭାରତ ସହ ୟୁଏଇର ଐତିହାସିକ ଓ ବ୍ୟବସାୟିକ ସମ୍ବନ୍ଧ ରହି ଆସିଛି । ଯେଉଁଥିରେ ପ୍ରିୟ ବନ୍ଧୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମହତ୍ବପୂର୍ଣ୍ଣ ଭୂମିକା ଦ୍ବାରା ଅଧିକ ଦୃଢ ହୋଇଛି ।
ସାଉଦିର ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନିତ ହେବେ ମୋଦି
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମିଳିବ ସଂଯୁକ୍ତ ଆରବ ଏମିରେଟ(ୟୁଏଇ)ର ସର୍ବୋଚ୍ଚ ସମ୍ନାନ । ଯାହାର ଘୋଷଣା ୟୁଏଇର କ୍ରାଉନ ପ୍ରିନ୍ସ ଶେଖ ମହମ୍ମଦ ବିନ ଜାୟଦ ଅଲ ନାହୟାନ ଗୁରୁବାର କରିଛନ୍ତି ।
ତାଙ୍କ ପ୍ରୟାସକୁ ପ୍ରୋତ୍ସାହିତ କରିବା ପାଇଁ ୟୁଏଇ ରାଷ୍ଟ୍ରପତି ମୋଦିଙ୍କୁ ‘ଜାଭେଦ ମଡେଲ’ରେ ସମ୍ମାନିତ କରିବେ ବୋଲି କାଉନ୍ସ ପ୍ରିନ୍ସ କହିଛନ୍ତି । ଗତବର୍ଷ କ୍ରାଉନ ପ୍ରିନ୍ସ ଶେଖ ମହମ୍ମଦ ଭାରତ ଗସ୍ତରେ ଆସିଥିଲେ । ଏହି ସମୟରେ ଦୁଇ ଦେଶ ମଧ୍ୟରେ ଆତଙ୍କବାଦୀ ବିରୋଧୀ କାର୍ଯ୍ୟକଳାପକୁ ପରସ୍ପର ସମର୍ଥନ କରିବାକୁ ସହମତି ପ୍ରକାଶ କରିଥିଲେ । ଭାରତ-ୟୁଏଇ ଦ୍ବିବାର୍ଷିକ ଶିଖର ସମ୍ମିଳନୀ ବୈଠକ ଓ ସାମରିକ ସହଯୋଗ ପରିଷଦର ଗଠନ ଉପରେ ମଧ୍ୟ ସହମତି ବ୍ୟକ୍ତ କରିଥିଲେ ।
ଏହାସହ ବିଗତ ଦିନରେ ସାଉଦି ପ୍ରିନ୍ସ ମହମ୍ମଦ ବିନ ସଲମାନ ଭାରତ ଆସିଥିଲେ । ସେହି ସମୟରେ ଭାରତ ଓ ସାଉଦି ମଧ୍ୟରେ ବହୁ ଗୁରୁତ୍ବପୂର୍ଣ୍ଣ ବିଷୟରେ ଚୁକ୍ତି ସ୍ବାକ୍ଷରିତ ହୋଇଥିଲା । ଭାରତରେ ୧୦୦ ଆରବ ଡଲାରରୁ ଅଧିକ ନିବେଶର ପ୍ରସ୍ତାବ ଦେଇଥିଲେ ପ୍ରିନ୍ସ ମହମ୍ମଦ ସଲମାନ ।