ନୂଆଦିଲ୍ଲୀ: ସେପ୍ଟେମ୍ବର ୨୨ରୁ ଆମେରିକାର ହୋଷ୍ଟନରେ ପ୍ରାୟ ୫୦ ହଜାର ପ୍ରବାସୀ ଭାରତୀୟ ଓ ଆମେରିକାବାସୀଙ୍କୁ ଉଦ୍ବୋଧନ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି କାର୍ଯ୍ୟକ୍ରମର ନାଁ ‘ହାଓଡି ମୋଦି’ ରଖାଯାଇଛି। ଯେଉଁଥିରେ ମୋଦିଙ୍କ ସହ ଆମେରିକା ରାଷ୍ଟ୍ରପତି ଡୋନାଲ୍ଟ ଟ୍ରମ୍ପ ମଧ୍ୟ ଯୋଗଦେବେ । ତେବେ ଏହି କାର୍ଯ୍ୟକ୍ରମର ଆୟୋଜନକୁ ନେଇ ଭାରତବାସୀଙ୍କୁ ସହାୟତା ମାଗିଛନ୍ତି ମୋଦି । ଏନେଇ ନିଜ ନିଜ ବିଚାର ଏବଂ ପରାମର୍ଶ ପ୍ରଦାନ କରିବାକୁ ସେ ଲୋକଙ୍କୁ ନିବେଦନ କରିଛନ୍ତି।
‘ହାଓଡି ମୋଦି’ ପାଇଁ ବିଚାର ଏବଂ ପରାମର୍ଶ ପ୍ରଦାନ କରିବାକୁ ମୋଦିଙ୍କ ନିବେଦନ - ହାଓଡି ମୋଦି ପାଇଁ ବିଚାର ଏବଂ ପରାମର୍ଶ ସେୟାର କରନ୍ତୁ
‘ହାଓଡି ମୋଦି’ ପାଇଁ ନିଜ ନିଜ ବିଚାର ଏବଂ ପରାମର୍ଶ ପ୍ରଦାନ କରିବାକୁ ଲୋକଙ୍କୁ ନିବେଦନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ଫାଇଲ ଫଟୋ
ଏନେଇ ଟ୍ବିଟ କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ, ‘ହାଓଡି ମୋଦି’ କାର୍ଯ୍ୟକ୍ରମକୁ ନେଇ ମୁଁ ଖୁବ୍ ଉତ୍ସାହିତ ଅଛି । ମୋ ଭାଷଣା ପାଇଁ ଆପଣ ନିଜ ବିଚାର ଏବଂ ପରାମର୍ଶ ପ୍ରଦାନ କରନ୍ତୁ । ସେଥିରୁ କିଛି ବଛା ବଛା ବିଚାର ଏବଂ ପରାମର୍ଶକୁ ନିଜ ଭାଷଣରେ ସାମିଲ କରିବି ବୋଲି ସେ କହିଛନ୍ତି । ତେବେ ନମୋ ଆପ ଜରିଆରେ ନିଜ ପରାମର୍ଶ ଦେବାକୁ ସେ ଲୋକଙ୍କୁ ନିବେଦନ କରିଛନ୍ତି ।
ଏହା ପୂର୍ବରୁ ମଧ୍ୟ ମୋଦି ସ୍ବାଧୀନତା ଦିବସରେ ନିଜ ଭାଷଣ ଏବଂ ରେଡିଓ କାର୍ଯ୍ୟକ୍ରମ 'ମନ କି ବାତ' ପାଇଁ ନିଜ ମତାମତ ଦେବାକୁ ଲୋକଙ୍କୁ କହିଥିଲେ।
TAGGED:
ହାଓଡି ମୋଦିରେ ମୋଦି