ଓଡିଶା

odisha

ETV Bharat / bharat

ପବିତ୍ର ମିଲାଦ-ଉନ-ନବୀ, ଶୁଭେଚ୍ଛା ଜଣାଇଲେ ନେତା - ମିଲାଦ-ଉନ-ନବୀ

ଆଜି ହେଉଛି ପ୍ରୋଫେଟ ମହମ୍ମଦଙ୍କ ଜୟନ୍ତୀ ବା ମିଲାଦ-ଉନ-ନବୀ । ଏହି ପବିତ୍ର ଦିନରେ ଦେଶବାସୀଙ୍କୁ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ ଓ ରକ୍ଷା ମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍ତି ।

ପବିତ୍ର ମିଲାଦ-ଉନ-ନବୀ, ଶୁଭେଚ୍ଛା ଜଣାଇଲେ ନେତାଏ
ପବିତ୍ର ମିଲାଦ-ଉନ-ନବୀ, ଶୁଭେଚ୍ଛା ଜଣାଇଲେ ନେତାଏ

By

Published : Oct 30, 2020, 11:42 AM IST

ନୂଆଦିଲ୍ଲୀ: ଆଜି ହେଉଛି ପ୍ରୋଫେଟ ମହମ୍ମଦଙ୍କ ଜୟନ୍ତୀ ବା ମିଲାଦ-ଉନ-ନବୀ । ଏନେଇ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ନେତାଏ । ରାଷ୍ଟ୍ରପତିଙ୍କ ଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ ଅମିତ ଶାହା ଦେଶବାସୀଙ୍କୁ ମିଲଦ-ଉନ-ନବୀର ଶୁଭେଚ୍ଛା ଜଣାଇଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ବିଟ କରି ଲେଖିଛନ୍ତି, ‘ସମସ୍ତଙ୍କୁ ମିଲାଦ-ଉନ-ନବୀର ଶୁଭେଚ୍ଛା । ଆଶା କରେ ଏହି ଦିନ ଭାଇଚାରାକୁ ଆହୁରି ବଢେଇବ । ସମସ୍ତେ ସୁସ୍ଥ ଓ ଖୁସି ରୁହନ୍ତୁ । ଇଦ୍ ମୁବାରକ୍‌ । ’

ସେହିପରି ରାଷ୍ଟ୍ରପତି ମଧ୍ୟ ସମସ୍ତ ମୁସଲମାନ ଭାଇ ଓ ଭଉଣୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେ ଟ୍ବିଟ କରି ଲେଖିଛନ୍ତି କି, ମିଲାଦ-ଉନ-ନବୀ ବା ପ୍ରୋଫେଟ ମହମ୍ମଦଙ୍କ ଜୟନ୍ତୀ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା । ବିଶେଷକରି ଦେଶ ଓ ବିଦେଶରେ ରହୁଥିବା ସମସ୍ତ ମୁସଲମାନ ଭାଇ ଓ ଭଉଣୀଙ୍କୁ ଶୁଭେଚ୍ଛା । ଆସନ୍ତୁ ତାଙ୍କ ଶିକ୍ଷା ଓ କାର୍ଯ୍ୟକୁ ଅନୁସରଣ କରିବା । ସମାଜ ଓ ଦେଶରେ ଶାନ୍ତି ପ୍ରତିଷ୍ଠା କରିବା ।

ସେହିପରି ରକ୍ଷାମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ଦେଶବାସୀଙ୍କୁ ଏହି ପବିତ୍ର ଦିନର ଶୁଭେଚ୍ଛା ଜଣାଇଛନ୍ତି । ଏହି ପର୍ବ ଆମ ସମାଜରେ ସୌହାର୍ଦ୍ଦ୍ୟ ଓ ବନ୍ଧୁତ୍ବକୁ ବଢାଇବାରେ ପ୍ରେରଣା ଯୋଗାଇବ ଟ୍ବିଟ୍ କରିଛନ୍ତି ।

ଗୃହମନ୍ତ୍ରୀ ଅମିତ ଶାହା, ଟ୍ବିଟ କରି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ମିଲଦ-ଉନ-ନବୀର ଶୁଭେଚ୍ଛା । ଏହି ପର୍ବ ଦେଶରେ ଶାନ୍ତି, ସୌହାର୍ଦ୍ଦ୍ୟ, ଖୁସି ଓ ଭାଇଚାରା ଆଣିଦେଉ ।

ଆଜିର ଏହି ପବିତ୍ର ଦିନକୁ ମୁସଲମାନ ଭାଇଭଉଣୀ ମାନେ ଆନନ୍ଦ ସହକାରରେ ସାରା ବିଶ୍ବରେ ପାଳନ କରିଥାନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details