ଓଡିଶା

odisha

ETV Bharat / bharat

‘ଚମକିବ ସାରା ଭାରତ, ଓଡିଶା ବନିବ ଦ୍ବିତୀୟ ତ୍ରିପୁରା’ - Delhi

ମୋଦି ଓଡିଶାକୁ ନେଇ କହିଛନ୍ତି ଯେ ତ୍ରିପୁରା ପରି ଓଡିଶାରେ ମଧ୍ୟ ବିଜେପି ସପକ୍ଷରେ ନିର୍ବାଚନ ଫଳାଫଳ ଆସିବ । ତ୍ରିପୁରାରେ ବାମ ଦଳର ଗଡକୁ ଭାଙ୍ଗି ବିଜେପି ରାଜ୍ୟରେ ସରକାର ଗଢିଥିଲା । ଯାହାର କଳ୍ପନା କେହି କରି ନଥିଲେ ।

ଫଟୋ ସୌଜନ୍ୟ: ଏଏନଆଇ

By

Published : Mar 31, 2019, 9:54 PM IST

ନୂଆଦିଲ୍ଲୀ: 'ମେଁଭି ଚୌକିଦାର' ଅଭିଯାନ ଅନ୍ତର୍ଗତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାରଭିଡିଓ କନଫରେନ୍ସିଂ ମାଧ୍ୟମରେ ବୃତ୍ତିଧାରୀ ଚୌକିଦାରଙ୍କ ସହ କରିଛନ୍ତି ସିଧା ସଳଖ ବାର୍ତ୍ତାଳାପ। ଏହି ଅଭିଯାନ ଅନ୍ତର୍ଗତ ଦେଶର ୫ ଶହ ସ୍ଥାନରେ ଲୋକଙ୍କ ସହ ସମ୍ବାଦ ଆଦାନ ପ୍ରଦାନ କରିଛନ୍ତି ମୋଦି । ଦିଲ୍ଲୀର ତାଲକଟୋରା ଷ୍ଟାଡିୟମରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତହୋଇଥିଲା।

ଏହି କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ମୋଦି କହିଛନ୍ତି,ଆଜି ଦେଶର ୫୦୦ରୁ ଅଧିକ ସ୍ଥାନରେ ଏହି ଭିଡିଓ କନଫରେନ୍ସିଂ ପ୍ରସାରଣ ହେଉଛି ।ଦେଶର ସମ୍ମାନକୁ ନିଜ ଗର୍ବ ବୋଲି ଅନୁଭବ କରୁଥିବା ଲକ୍ଷ ଲକ୍ଷ ଲୋକଙ୍କୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ମୋତେ ସାକ୍ଷାତ କରିବାର ସୌଭାଗ୍ୟ ମିଳିଛି । ମୁଁ ଦେଶର ଏକ ଚୌକିଦାର ଭାବେ ନିଜର ଦାୟିତ୍ବ ନିର୍ବାହ କରିବି । ଚୌକିଦାରର କୌଣସି ବ୍ୟବସ୍ଥା ନୁହଁ, ନା କୌଣସି ଖାକିର ପରିଚୟ ନା କୌଣସି ବନ୍ଧନ ଦ୍ବାରା ଆବଦ୍ଧ । ଚୌକିଦାର ହେଉଛି ଏକ ଉତ୍ସାହ ଓଭାବନା ବୋଲି ପିଏମ କହିଛନ୍ତି ।

ଦେଶର ଜନତାଙ୍କୁ ରାଜା ମହାରାଜର ଆବଶ୍ୟକତା ନାହିଁ । ଦେଶକୁ ଆଦେଶଜାରି କରୁଥିବା ବ୍ୟକ୍ତଙ୍କ ଆବଶ୍ୟକତା ନାହିଁ । ଦେଶକୁ ଚୌକିଦାରର ଆବଶ୍ୟକତା ରହିଛି ବୋଲି ମୋଦି କହିଛନ୍ତି । ସେ ଆହୁରି କହିଛନ୍ତି ଯେ ବାଲାକୋଟ ଏୟାର ଷ୍ଟ୍ରାଇକ୍ମୁଁ କରିନାହିଁ, ଦେଶର ଯବାନକରଛନ୍ତି । ଏଥିପାଇଁ ଆମ ସୁରକ୍ଷାକର୍ମୀଙ୍କୁ ସ୍ୟାଲୁଟ କରୁଛି ବୋଲି ପିଏମ ମୋଦି ନିଜ ସମ୍ବୋଧନରେ କହିଛନ୍ତି ।


ଏହାସହ ମୋଦି ଓଡିଶାକୁ ନେଇ କହିଛନ୍ତି,ତ୍ରିପୁରା ପରି ଓଡିଶାରେ ମଧ୍ୟ ବିଜେପି ସପକ୍ଷରେ ମତଦାନଆସିବ । ତ୍ରିପୁରାରେ ବାମ ଦଳର ଗଡକୁ ଭାଙ୍ଗି ବିଜେପି ରାଜ୍ୟରେ ସରକାର ଗଢିଥିଲା । ଯାହାର କଳ୍ପନା କେହି କରି ନଥିଲେ ।

ABOUT THE AUTHOR

...view details