ହାଇଦ୍ରାବାଦ: ଏକାଦଶ ବ୍ରିକ୍ସ ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଚୀନ ରାଷ୍ଟ୍ରପତି ଜିନପିଙ୍ଗଙ୍କ ସହ ଆଲୋଚନା କରିବେ । ଚୀନ ଭାରତ ଦ୍ବାରା ପ୍ରସ୍ତାବିତ ଆଞ୍ଚଳିକ ବାଣିଜ୍ୟ ବ୍ଲକ (ଆରସିଇପି)ରୁ ଓହରିବା ପରେ ଏହି ବୈଠକ ଅଧିକ ଗୁରୁତ୍ବପୂର୍ଣ୍ଣ ହେବ । ମାମଲାପୁରମରେ ହୋଇଥିବା ବୈଠକର ଏକ ମାସ ପରେ ଏହି ଦୁଇ ଶୀର୍ଷସ୍ତରୀୟ ନେତାଙ୍କ ମଧ୍ୟରେ ପୁଣି ଅନୌପଚାରିକ ବୈଠକ ଅନୁଷ୍ଠିତ ହେବ। ଭାରତୀୟ ଘରୋଇ ଉଦ୍ୟୋଗ ଆରସିଇପିକୁ ବିରୋଧ କରିଥିଲା । ଏହା ସହ ଆସିଥିବା ଚୀନ ସାମଗ୍ରୀ ପାଇଁ ଦେଶ ଏକ ଆବର୍ଜନା ପକାଇବା ସ୍ଥାନରେ ପରିବର୍ତ୍ତିତ ହେବ ବୋଲି ମତପ୍ରକାଶ କରିଥିଲେ । ଏହା ଦ୍ବାରା ଭାରତରେ ଚୀନର 50ବିଲିୟନ ଆମେରିକୀୟ ଡଲାରର ବ୍ୟବସାୟିକ ଘାଟା ହୋଇଥିଲା । ଏହାର ନିରାକରଣ ପାଇଁ ତଥା ବାଣିଜ୍ୟ, ପୁଞ୍ଜିନିବେଶ ଓ ଘାଟା କମାଇବା ପାଇଁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସହ ଚୀନ ଭାଇସ ପ୍ରିମିୟର ହୁ ଚୁଂହୁଆଙ୍କ ଭେଟ ହେବ ବୋଲି ଆଶା କରାଯାଉଥିଲା।
ବ୍ରାଜିଲରେ ପ୍ରଧାନମନ୍ତ୍ରୀଙ୍କ କାଶ୍ମୀର ପ୍ରସଙ୍ଗକୁ ଉଠାଇବେ ବୋଲି ଆଶା କରାଯାଏ। ତାମିଲନାଡୁରେ ଆୟୋଜିତ ଦ୍ବିତୀୟ ଅନୌପଚାରିକ ବୈଠକରେ କାଶ୍ମୀର ପ୍ରସଙ୍ଗ ଆଲୋଚନା ହୋଇ ନଥିବାରୁ ହେବାକୁ ଥିବା ବୈଠକରେ ଏହାକୁ ଗୁରୁତ୍ବ ପ୍ରଦାନ କରାଯିବାର ସମ୍ଭାବନା ରହିଛି। ଏହି ଘଟଣାରେ ଜାତିସଂଘର ସୁରକ୍ଷା ପରିଷଦ ବୈଠକରେ ଚୀନ ନିଜ ବନ୍ଧୁ ପାକିସ୍ତାନକୁ ସମର୍ଥନ କରିବା କଥା ମଧ୍ୟ ଭାରତ ପଥରେ କଣ୍ଟକ ତୁଲ୍ୟ ସାବ୍ୟସ୍ତ ହୋଇଛି । ଏହା ସହ ଆସନ୍ତା ଗୁରୁବାର କାଶ୍ମୀରରୁ 370 ଧାରା ଉଚ୍ଛେଦ ଓ ରାଜ୍ୟକୁ କେନ୍ଦ୍ରଶାସିତ ମାନ୍ୟତା ପ୍ରଦାନ କରିବା ଘଟଣାରେ ଆମେରିକୀୟ କଂଗ୍ରେସର ନିଜର ଶୁଣାଣୀ କରିବ। 14 ନଭେମ୍ବର ଆମେରିକୀୟ ସମୟ ମଧ୍ୟାହ୍ନ 2ଟାରେ ଟମ ଲାଣ୍ଟୋଜ ହ୍ୟୁମାନ ରାଇଟ କମିଶନ ଜାମ୍ମୁକାଶ୍ମୀରରେ ମାନବିକ ଅଧିକାରର ସ୍ଥିତି ସମ୍ପର୍କରେ ନିଜର ମତ ଉପସ୍ଥାପିତ କରିବେ। ଲୋଣ୍ଟୋଙ୍କ ମୃତ୍ୟୁ ପରେ ଏହି କମିଟିକୁ ତାଙ୍କ ପରିବାର ଦ୍ବାରା ଗଠନ କରାଯାଇଥିଲା ବେଳେ ଡେମୋକ୍ରାଟିକ ଦଳର ଏମସି ଗୋଭର୍ଣ୍ଣ ଓ ରିପବ୍ଲିକ ଦଳର ଚେରିସ ସ୍ମିଥ ଏହାର ନେତୃତ୍ବ ନେଉଛନ୍ତି । 2014ଓ 2015 ମସିହା ପୂର୍ବରୁ ଏହି କମିଟି ଭାରତର ସଂଖ୍ୟାଲଘୁ ଧାର୍ମିକ ଗୋଷ୍ଠୀଙ୍କ ଦୁର୍ଦ୍ଦଶା ଉପରେ ନିଜର ପକ୍ଷ ରଖିଥିଲା ।
ମୁସଲିମ ଆଧିକ୍ୟ ରାଜ୍ୟ ଜମ୍ମୁକାଶ୍ମୀରର ଆଇନରେ ପରିବର୍ତ୍ତନରେ ଭାରତ ସରକାରଙ୍କ ନିଷ୍ପତ୍ତିରେ ମାନବିକ ଅଧିକାର ଉଲଂଘନ ହୋଇଥିବା ଅଭିଯୋଗ ହୋଇଥିଲା । ଏପରିକି ମତ ପ୍ରକାଶ କରିବା ଅଧିକାରରେ ପ୍ରତିବନ୍ଧକ ଜାରି ସହିତ ଶତାଧିକ ନେତା, ଓକିଲ, ସାମ୍ବାଦିକଙ୍କୁ ଗୃହବନ୍ଦୀ କରିବା ଓ ପ୍ରତିବାଦୀକାରୀଙ୍କୁ ମାତ୍ରାଧିକ ବଳପ୍ରୟୋଗ ଆଦି ଘଟଣା ଘଟିଥିବାର କୁହାଯାଇଥିଲା । ଏହା ସହିତ ରାଜ୍ୟରେ ହଜାର ହଜାର ସୈନ୍ୟଙ୍କୁ ମୁତୟନ କରାଯାଇଥିବା କୁହାଯାଇଥିଲା । ଏହାକୁ କଂଗ୍ରେସ ଦ୍ବାରା ଅନୁଧ୍ୟାନ କରାଯିବାକୁ କୁହାଯାଇଥିଲା । ଆମେରିକା କଂଗ୍ରେସର ଏହି ଶୁଣାଣୀ ଆମେରିକାର ବିଦେଶ ମାମଲାର ଉପସମିତି ଦ୍ବାରା କାଶ୍ମୀର ରାୟ ଶୁଣାଣୀର ତିନି ସପ୍ତାହ ଆସିଥିଲା । ଯେଉଁଠାରେ ପ୍ରତିନିଧିମାନେ କାଶ୍ମୀରରେ ମାନବୀୟ ସଂକଟକୁ ଦୂର କରିବା ପାଇଁ ଆମେରିକାର ହସ୍ତକ୍ଷେପ ଲୋଡିଥିଲେ ।
ପୁଟିନଙ୍କୁ ଭେଟିପାରନ୍ତି ମୋଦି