ଥିରୁଅନନ୍ତପୁରମ୍: ହିମାଚଳୀ ଗୀତ ଗାଇ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା କେରଳ ଝିଅକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ବିଟ କରି ଶୁଭେଚ୍ଛା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ନବମ ଶ୍ରେଣୀ ଝିଅର ଏକ ଭିଡିଓ ସେୟାର କରିବା ସହ ତାଙ୍କର ସୁମଧୁର ସ୍ବର ପାଇଁ ତାଙ୍କୁ ପ୍ରଶଂସା କରିଛନ୍ତି ।
ମୋଦି ଟ୍ବିଟ କରି ଲେଖିଛନ୍ତି, "ମୁଁ ଦେବିକାଙ୍କ ପାଇଁ ଗର୍ବିତ । ତାଙ୍କର ସୁମଧୁର ପ୍ରଦର୍ଶନ 'ଏକ ବାରତ ଶ୍ରେଷ୍ଠ ଭାରତ' ର ମହତ୍ତ୍ବକୁ ଦୃଢ କରିଛି " ବୋଲି ପ୍ରଧାନମନ୍ତ୍ରୀ ମାଲାୟାଲମରେ ଟ୍ବିଟ୍ କରିଛନ୍ତି । ତେବେ ମୋଦିଙ୍କ ପ୍ରଶଂସା ପାଇବା ପରେ ଦେବିକା ଭାବ ବିହ୍ବଳ ହୋଇ ଏକ ନ୍ୟୁଜ ଚ୍ୟାନେଲକୁ କହିଛନ୍ତି ଯେ, ମୁଁ ଏହା ବିଶ୍ବାସ ମଧ୍ୟ କରି ପାରୁନାହିଁ । ସେ କହିଛନ୍ତି ମୁଁ ଯେବେ ଏହି ଗୀତ ଗାଇଥିଲି କେବେ ଭାବି ନଥିଲି ଯେ ପ୍ରଧାନମନ୍ତ୍ରୀ ମୋଦି ମୋତେ ଏହି ଗୀତ ପାଇଁ ପ୍ରଶଂସା କରିବେ ।