ଓଡିଶା

odisha

ETV Bharat / bharat

ପିଏମ୍ କେୟାର୍ସ ଫଣ୍ଡର ଯାଞ୍ଚ କରିବନି CAG - ପିଏମ୍ କେୟାର୍ସ ଫଣ୍ଡର ଯାଞ୍ଚ କରିବନି CAG

ପବ୍ଲିକ ଆକାଉଣ୍ଟସ କମିଟି(CAG) ପିଏମ କେୟାର୍ସ ଫଣ୍ଡ ଅନୁସନ୍ଧାନ କରିବ ନାହିଁ । ସୂଚନାନୁସାରେ, ଶୁକ୍ରବାର ଅନୁଷ୍ଠିତ କମିଟି ବୈଠକରେ ଏନଡିଏର ସଂଖ୍ୟାବଳକୁ ଦୃଷ୍ଟିରେ ରଖି କମିଟିର ଅଧ୍ୟକ୍ଷ ତଥା କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ ଏହି ପ୍ରସଙ୍ଗକୁ ଆଗକୁ ନେବାକୁ ଚେଷ୍ଟା କରିନାହାଁନ୍ତି।

ପିଏମ୍ କେୟାର୍ସ ଫଣ୍ଡ
ପିଏମ୍ କେୟାର୍ସ ଫଣ୍ଡ

By

Published : Jul 11, 2020, 1:03 PM IST

ନୂଆଦିଲ୍ଲୀ: ପବ୍ଲିକ ଆକାଉଣ୍ଟସ କମିଟି(CAG) ପିଏମ କେୟାର୍ସ ଫଣ୍ଡ ଅନୁସନ୍ଧାନ କରିବ ନାହିଁ । ସୂଚନାନୁସାରେ, ଶୁକ୍ରବାର ଅନୁଷ୍ଠିତ କମିଟି ବୈଠକରେ ଏନଡିଏର ସଂଖ୍ୟାବଳକୁ ଦୃଷ୍ଟିରେ ରଖି କମିଟିର ଅଧ୍ୟକ୍ଷ ତଥା କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ ଏହି ପ୍ରସଙ୍ଗକୁ ଆଗକୁ ନେବାକୁ ଚେଷ୍ଟା କରିନାହାଁନ୍ତି । ଏହା ପୂର୍ବରୁ ଲାଗୁଥିଲା ଯେ, ଫଣ୍ଡିଂର ଯାଞ୍ଚ ପାଇଁ ଚାପ ପକାଇପାରନ୍ତି । କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସମେତ ବହୁ ବିରୋଧୀଦଳ ନେତା ପିଏମ୍ କେୟାର୍ସ ଫଣ୍ଡକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଓ CAG ଦ୍ବାରା ଯାଞ୍ଚ କରାଯିବାକୁ ଦାବି କରୁଛନ୍ତି।

ଶୁକ୍ରବାର ଚଳିତ ବର୍ଷ କମିଟି ଦ୍ବାରା ଯାଞ୍ଚ କରାଯିବାକୁ ଥିବା ବିଷୟବସ୍ତୁ ଚୟନ ପାଇଁ ବୈଠକ ଡକାଯାଇଥିଲା । ତେବେ ଏହି ବିଷୟ ମଧ୍ୟରେ ପିଏମ କେୟାର୍ସ ଫଣ୍ଡ ମଧ୍ୟ ସାମିଲ ଥିଲା । 22 ସଦସ୍ୟଙ୍କ ପାଇଁ ସ୍ଥାନ ଥିବା ଏହି କମିଟିରେ ମୋଟ 20 ଜଣ ସଦସ୍ୟ ଥିଲେ । ଏହି 20 ଜଣ ସଦସ୍ୟଙ୍କ ମଧ୍ୟରୁ 17ଜଣ ଉପସ୍ଥିତ ଥିଲେ । ସେମାନଙ୍କ ମଧ୍ୟରୁ 14 ଏନଡିଏର ସାଂସଦ । ଯେତେବେଳେ ପିଏମ କେୟର୍ସ ଫଣ୍ଡକୁ ଯାଞ୍ଚ କରାଯିବାକୁ ପ୍ରଶ୍ନ ଉଠିଲା ସେତେବେଳେ ଏହାକୁ ବିରୋଧ କଲେ ଏହି 14 ଜଣ ସଦସ୍ୟ ।

ଏନଡିଏ ସଦସ୍ୟମାନେ କହିଛନ୍ତି ଯେ ପିଏମ୍ କେୟାର୍ସ ଫଣ୍ଡ, ସରକାରୀ ପାଣ୍ଠି ନୁହେଁ କିମ୍ବା ଏଥିରେ ସରକାରଙ୍କ ପାଖରେ କୌଣସି ଟଙ୍କା ଜମା ନାହିଁ। ତେଣୁ ଏହା CAG ବା ପବ୍ଲିକ ଆକାଉଣ୍ଟସ କମିଟି ଦ୍ବାରା ଅନୁସନ୍ଧାନ କରାଯାଇପାରିବ ନାହିଁ । ପ୍ରକାଶଥାଉକି, ଶୁକ୍ରବାର ବୈଠକରେ ପ୍ରାୟ 125 ବିଷୟକୁ ନେଇ ଏକ ତାଲିକା ସଦସ୍ୟଙ୍କ ନିକଟରେ ଦାଖଲ କରାଯାଇଛି । ସେଥିମଧ୍ୟରୁ 100ରୁ ଅଧିକ ବିଷୟ ପୂର୍ବ ବର୍ଷ ଗୁଡିକର ।

ସଦସ୍ୟଙ୍କୁ ପରବର୍ତ୍ତୀ ବୈଠକରେ ଏହି ବିଷୟଗୁଡିକ ଉପରେ ସେମାନଙ୍କର ମତାମତ ଦେବାକୁ କୁହାଯାଇଛି ଯାହା ଦ୍ବାରା ମନୋନୀତ ବିଷୟ ଗୁଡିକ କମିଟିର ଅନୁସନ୍ଧାନରେ ଅନ୍ତର୍ଭୁକ୍ତ ହୋଇପାରିବ। ଏହି ବିଷୟ ମଧ୍ୟରେ ଭାରତ-ଚୀନ ମଧ୍ୟରେ ନିର୍ମାଣ ହେଉଥିବା ରାସ୍ତା ଓ ଅନ୍ୟାନ୍ୟ ଭିତ୍ତିଭୂମି ଅନ୍ତର୍ଭୁକ୍ତ ।

ABOUT THE AUTHOR

...view details