ଓଡିଶା

odisha

ETV Bharat / bharat

ଆସାମ ବନ୍ୟା: ମୃତକଙ୍କ ପରିବାରକୁ 2 ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କଲେ ପିଏମ

ପ୍ରଧାନମନ୍ତ୍ରୀ ଶୁକ୍ରବାର ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋବାଲଙ୍କ ସହ ରାଜ୍ୟରେ ବନ୍ୟା ପରିସ୍ଥିତି ସମ୍ପର୍କରେ ଆଲୋଚନା କରିଛନ୍ତି। ଅଧିକ ପଢନ୍ତୁ...

ଆସାମ ବନ୍ୟା: 34 ମୃତକଙ୍କ ପରିବାରକୁ 2 ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା କଲେ ପିଏମ
ଆସାମ ବନ୍ୟା: 34 ମୃତକଙ୍କ ପରିବାରକୁ 2 ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା କଲେ ପିଏମ

By

Published : Jul 4, 2020, 5:20 PM IST

ଗୌହାଟୀ: ଆସାମରେ ବନ୍ୟା ପରିସ୍ଥିତି ଜାରି ରହିଛି । ରାଜ୍ୟରେ ବନ୍ୟା ଯୋଗୁଁ ଏପର୍ଯ୍ୟନ୍ତ 34 ଜଣଙ୍କର ମୃତ୍ୟୁ ହୋଇଛି । ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବନ୍ୟାରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାରକୁ 2 ଲକ୍ଷ ଟଙ୍କା ଆର୍ଥିକ ସହାୟତା ଘୋଷଣା କରିଛନ୍ତି । ପ୍ରଧାନମନ୍ତ୍ରୀ ଶୁକ୍ରବାର ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋବାଲଙ୍କ ସହ ରାଜ୍ୟରେ ବନ୍ୟା ପରିସ୍ଥିତି ସମ୍ପର୍କରେ ଆଲୋଚନା କରି କେନ୍ଦ୍ରର ସମସ୍ତ ସମ୍ଭାବ୍ୟ ସହାୟତା ଦେବା ନେଇ କହିଛନ୍ତି।

ଆସାମ ବନ୍ୟା: 34 ମୃତକଙ୍କ ପରିବାରକୁ 2 ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା କଲେ ପିଏମ

ଆସାମର 33ଟି ଜିଲ୍ଲା ମଧ୍ୟରୁ 22ଟି ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛି, ଯେଉଁ କାରଣରୁ 16 ଲକ୍ଷରୁ ଅଧିକ ଲୋକଙ୍କ ଜୀବନ ବ୍ୟାହତ ହୋଇଛି । ଏଥି ସହିତ ରାଜ୍ୟରେ ଏପର୍ଯ୍ୟନ୍ତ 34 ଜଣଙ୍କର ମୃତ୍ୟୁ ହୋଇଛି । ବନ୍ୟା ଯୋଗୁଁ ରାଜ୍ୟବାସୀ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ଆସାମ ବନ୍ୟା: 34 ମୃତକଙ୍କ ପରିବାରକୁ 2 ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା କଲେ ପିଏମ

ଏଥି ସହ ଆସାମ ମୁଖ୍ୟମନ୍ତ୍ରୀ ସୋନୋବାଲ ଟ୍ୱିଟ କରି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏଥିସହ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦି ବନ୍ୟା ପରିସ୍ଥିତି ଏବଂ କୋଭିଡ-19ର ପରିସ୍ଥିତି ସମ୍ପର୍କରେ ସୂଚନା ନେଇଛନ୍ତି ଯାହାଦ୍ବାରା ସେ ସହାୟତା କରିବେ ବୋଲି କହିଛନ୍ତି।

ପ୍ରତିବର୍ଷ ଦେଶରେ ବନ୍ୟା ପରିସ୍ଥିତି ସୃଷ୍ଟି ହେଉଥିବା କାରଣରୁ ବିପର୍ଯ୍ୟୟକୁ ଦୃଷ୍ଟିରେ ରଖି ବର୍ତ୍ତମାନ ଗୃହ ମନ୍ତ୍ରଣାଳୟ ସ୍ଥାୟୀ ସମାଧାନ ପାଇଁ ଚେଷ୍ଟା କରୁଛି। ଏଥିପାଇଁ ମିଳିତ ଭାବେ କାର୍ଯ୍ୟ କରିବାକୁ ଗୃହମନ୍ତ୍ରୀ ଅମିତ ଶାହା ଅନ୍ୟ ମନ୍ତ୍ରଣାଳୟର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଯଦି ଶାହଙ୍କ ମାଷ୍ଟରପ୍ଲାନ ସଫଳ ହୁଏ, ତେବେ ଦେଶରେ ବନ୍ୟା କାରଣରୁ ପ୍ରତିବର୍ଷ ଅନେକ ଧନ ଜୀବନ ନଷ୍ଟ ହେବାରୁ ରୋକାଯାଇ ପାରିବ ।

ABOUT THE AUTHOR

...view details