ନୂଆଦିଲ୍ଲୀ: ଆଜି 73ତମ ସ୍ବାଧୀନତା ଦିବସ । ଲାଲକିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସ୍ବାଧୀନତା ଦିବସ ଓ ରକ୍ଷା ବନ୍ଧନର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ । ଏହି ଅବସରରେ ସ୍ବାଧୀନତା ସଂଗ୍ରାମୀମାନଙ୍କୁ ମନେପକାଇଲେ ମୋଦି ।
73 ତମ ସ୍ବାଧୀନତା ଦିବସ: ଦେଶବାସୀଙ୍କୁ ମୋଦିଙ୍କ ଉଦବୋଧନ
ଲାଲକିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସ୍ବାଧୀନତା ଦିବସ ଓ ରକ୍ଷା ବନ୍ଧନର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ । ଏହି ଅବସରରେ ସ୍ବାଧୀନତା ସଂଗ୍ରାମୀମାନଙ୍କୁ ମନେପକାଇଲେ ମୋଦି ।
ଡିଜାଇନ ଫଟୋ
ଦେଶକୁ ସ୍ବାଧୀନତା ଦେଇଥିବା ତପସ୍ବୀମାନଙ୍କୁ ପ୍ରଣାମ କରିବା ସହ ଦେଶରେ ଶାନ୍ତି ଓ ସମୃଦ୍ଧି ପାଇଁ ଲକ୍ଷ ଲକ୍ଷ ଲୋକଙ୍କ ଯୋଗଦାନ ରହିଥିବା କହିଲେ ପ୍ରଧାନମନ୍ତ୍ରୀ । ନୂଆ ସରକାର ୧୦ ସପ୍ତାହରେ ସବୁ କ୍ଷେତ୍ରରେ କାମ କରିଥିବା ଦର୍ଶାଇଲେ ମୋଦି ।
- ଧାରା ୩୭୦ ଓ ଅନୁଚ୍ଛେଦ ୩୫ A ହଟାଯାଇଛି
- ମୁସ୍ଲିମ ମହିଳାମାନଙ୍କୁ ତିନି ତଲାକରୁ ମୁକ୍ତି ମିଳିଛି
- କୃଷକ ଓ ବ୍ୟବସାୟୀଙ୍କ ପାଇଁ ପେନ୍ସନ୍ର ବ୍ୟବସ୍ଥା ହୋଇଛି
- ଜଳ ସଙ୍କଟର ସମାଧାନ ପାଇଁ ଅଲଗା ମନ୍ତ୍ରଣାଳୟ କରାଯାଇଛି
- ଛୋଟ ପିଲାଙ୍କ ଉପରେ ହେଉଥିବା ଅତ୍ୟାଚାର ରୋକିବା ଲାଗି ଆଇନ ଅଣାଯାଇଛି
- ଆତଙ୍କବାଦ ବିରୋଧରେ କଡା ଆଇନ ଅଣାଯାଇଥିବା ସହ ୫ ବର୍ଷ ପାଇଁ ପ୍ଲାନ୍ କରି ପଦକ୍ଷେପ ନିଆଯାଇଛି
- ୨୦୧୪ ପୂର୍ବରୁ ଦେଶବାସୀଙ୍କ ଭିତରେ ନିରାଶା ଥିଲା, ଦେଶବାସୀଙ୍କୁ ଏବେ ପରିବର୍ତ୍ତନ ପାଇଁ ଭରସା ଅଛି
- ମୋ ପାଇଁ ଦେଶର ଭବିଷ୍ୟତ ସବୁକିଛି, ରାଜନୀତି ଭବିଷ୍ୟତ କିଛି ନୁହେଁ
- ସବୁ ହିନ୍ଦୁସ୍ତାନୀ ଏବେ କହିବେ ୱାନ ନେସନ, ୱାନ କନଷ୍ଟିଚ୍ୟୁସନ
- ସମସ୍ୟାକୁ ମୂଳରୁ ହଟାଇବାକୁ ପଡିବ, ଧାରା ୩୭୦ ଉଚ୍ଛେଦ ହେଲା, ଯାହା ୭୦ ବର୍ଷରେ ହୋଇ ନଥିଲା ତାହା ୭୦ ଦିନରେ ହୋଇଛି
- ଦେଶବାସୀ ଯାହା କାମ ଦେଇଛନ୍ତି ତାହା ପୂରା କରିବାକୁ ଆସିଛି, ଜମ୍ମୁ ଓ କାଶ୍ମୀରର ଲୋକଙ୍କ ଆଶା ପୂରଣ ଆମ ଦାୟିତ୍ବ
- ଦେଶରେ ଗରିବୀରୁ ମୁକ୍ତ କରିବା ପାଇଁ ଆମକୁ ବଳ ଦେବାକୁ ପଡିବ
- ଜନସଂଖ୍ୟା ନେଇ ସାମାଜିକ ସଚେତନତା ଦରକାର, ଛୋଟ ପରିବାରରୁ ନିଜ ସହ ଦେଶର ବି ବିକାଶ ହୋଇପାରିବ
- ଛୋଟ ପରିବାର ଥିବା ଲୋକ ସଚ୍ଚୋଟ ଦେଶଭକ୍ତ
- ଦୈନନ୍ଦିନ ଜୀବନରେ ସରକାରୀ ହସ୍ତକ୍ଷେପ ଶେଷ ହେବା ଦରକାର
- ଇଜ୍ ଅଫ ଡୁଇଂ ବିଜନେସ୍ରେ ଆମେ ଆଗକୁ ବଢିଛୁ, ମୋର ଲକ୍ଷ୍ୟ ଇଜ୍ ଅଫ ଲିଭିଂ
- ଆମେ ୫ ବର୍ଷରେ ୨ ଟ୍ରିଲିଅନରୁ ୩ ଟ୍ରିଲିଅନ ଡଲାର ଅର୍ଥନୀତି କରିଛୁ, ୫ ଟ୍ରିଲିଅନ ଡଲାର ଅର୍ଥନୀତି ଆମର ଲକ୍ଷ୍ୟ
- ପ୍ରତି ଜିଲ୍ଲାରେ ଭିନ୍ନ ଭିନ୍ନ ଉତ୍ପାଦର ପରିଚୟ ରହିଛି, ଆମର ଏହି ବିବିଧତାକୁ ବିଶ୍ବରେ ପରିଚିତ କରିବାକୁ ପଡିବ
- ଚିଫ୍ ଅଫ ଡିଫେନ୍ସ ଷ୍ଟାଫ୍ର ସିଡିଏସର ନୂଆ ପଦ ସୃଷ୍ଟି କରାଯିବ, ପୂରା ସୈନ ଶକ୍ତି ମିଶି ଆଗକୁ ବଢିବାକୁ ପଡିବ
- ଅକ୍ଟୋବର ୨ରୁ ପ୍ଲାଷ୍ଟିର ବ୍ୟବହାର ବନ୍ଦ କରିବାକୁ କାମ ହେଉ
- ଦୀପାବଳିରେ କପଡା ବ୍ୟାଗ ଉପହାର ଦିଅନ୍ତୁ
- ଗାଁ ଗାଁରେ ଆହୁରି ଦେଢ ଲକ୍ଷ ସ୍ବାସ୍ଥ୍ୟ କେନ୍ଦ୍ର ଖୋଲାଯିବ
- ଡିଜିଟାଲ ପେମେଣ୍ଟକୁ ଗୁରୁତ୍ବ
- ପର୍ଯ୍ୟଟନ କ୍ଷେତ୍ରକୁ କ୍ରିୟାଶୀଳ କରିବା ଲକ୍ଷ୍ୟ
- ଆତଙ୍କର ବାତାବରଣ ସୃଷ୍ଟିକାରୀଙ୍କୁ ଶେଷ କରିବୁ
Last Updated : Aug 15, 2019, 10:45 AM IST