ଓଡିଶା

odisha

ETV Bharat / bharat

ଶିକ୍ଷାନୁଷ୍ଠାନ କ୍ୟାମ୍ପସରେ ସିଏଏ ବିକ୍ଷୋଭ: କେନ୍ଦ୍ର-ତାମିଲନାଡୁ ସରକାରଙ୍କୁ ମାଡ୍ରାସ ହାଇକୋର୍ଟଙ୍କ ନୋଟିସ

ମାଡ୍ରାସା ହାଇକୋର୍ଟ ସୋମବାର କେନ୍ଦ୍ର ଓ ତାମିଲନାଡୁ ସରକାରଙ୍କୁ ଏକ ଜନସ୍ବାର୍ଥ ମାମଲା ଉପରେ ନୋଟିସ ଜାରି କରିଛନ୍ତି । ଏହି ନୋଟିସରେ ରାଜ୍ୟରେ ବିଶ୍ବବିଦ୍ୟାଳୟ ଓ ସ୍କୁଲ ପରିସରରେ ଛାତ୍ରଛାତ୍ରୀ ସିଏଏକୁ ନେଇ ବିରୋଧ ପ୍ରଦର୍ଶନ ଉପରେ ରୋକ ଲଗାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଅଧିକ ପଢନ୍ତୁ...

v
_Plea seeking to forbear anti-CAA protests on school

By

Published : Feb 4, 2020, 12:36 PM IST

ଚେନ୍ନାଇ: ଜାନୁଆରୀ ୧୦ ଠାରୁ ସାରା ଦେଶରେ ଲାଗୁ ହୋଇଛି ନାଗରିକତା ସଂଶୋଧନ ଆଇନ୍‌ (ସିଏଏ) । ହେଲେ ଦେଶର ଅନେକ ସ୍ଥାନରେ ଏବେ ମଧ୍ୟ ସିଏଏକୁ ନେଇ ବିରୋଧ ପ୍ରଦର୍ଶନ ଜାରି ରହିଛି । ଏପରିସ୍ଥଳେ ମାଡ୍ରାସା ହାଇକୋର୍ଟ ସୋମବାର କେନ୍ଦ୍ର ଓ ତାମିଲନାଡୁ ସରକାରଙ୍କୁ ଏକ ଜନସ୍ବାର୍ଥ ମାମଲା ଉପରେ ନୋଟିସ ଜାରି କରିଛନ୍ତି । ଏହି ନୋଟିସରେ ରାଜ୍ୟରେ ବିଶ୍ବବିଦ୍ୟାଳୟ ଓ ସ୍କୁଲ ପରିସରରେ ଛାତ୍ରଛାତ୍ରୀ ସିଏଏକୁ ନେଇ ବିରୋଧ ପ୍ରଦର୍ଶନ ଉପରେ ରୋକ ଲଗାଇବା ନିର୍ଦ୍ଦେଶ ଦିଆଯାଇଛି ।


ଜଷ୍ଟିସ ଏମ ସତ୍ୟନାରାୟଣ ଓ ଆର ହେମଲତାଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠ ଏକ ଏନଜିଓ, ଭାରତୀୟ ମକ୍କଲ ମଂଡ୍ରମର ସଂସ୍ଥାପକ-ଅଧ୍ୟକ୍ଷ ବାରାକ୍କିଙ୍କ ଦ୍ବାରା ଦାୟର କରାଯାଇଥିବା ଏକ ଖଣ୍ଡପୀଠର ଶୁଣାଣି କରିଛନ୍ତି । ଏଥିରେ ସିଏଏ ବିରୋଧରେ ବିକ୍ଷୋଭ ପ୍ରଦର୍ଶନରେ ଆଇନ କାନୁନ ଓ ବ୍ୟବସ୍ଥା ପ୍ରତି ସମସ୍ୟା ଉପୁଜୁଥିବା ତର୍କ ରଖାଯାଇଥିଲା । ଫଳରେ ଶାନ୍ତିଶୃଙ୍ଖଳା ପରିସ୍ଥିତିରେ ସମସ୍ୟା ଉତ୍ପନ୍ନ ହେବା ସହ ସାଧାରଣ ଲୋକେ ହଇରାଣ ହରକତ ହେଉଥିବା କୁହାଯାଇଛି ।

ଯାଚିକା କର୍ତ୍ତା ମାଡ୍ରାସ ବିଶ୍ବବିଦ୍ୟାଳୟ ପରିସରରେ ବିଭିନ୍ନ ସଂଗଠନ ଦ୍ବାରା ସିଏଏ ବିରୋଧରେ କରାଯାଇଥିବା ବିକ୍ଷୋଭର ଉଦାହରଣ ଦେଇଛନ୍ତି । ରାମୁ ମଣିୱନ୍ନନ, ପ୍ରମୁଖ ରାଜନୈତିକ ଓ ସାର୍ବଜନୀକ ପ୍ରଶାସନ ବିଭାର ଓ ଇସଲାମିକ ଅଧ୍ୟୟନ କେନ୍ଦ୍ରର ପ୍ରମୁଖ ଅବ୍ଦୁଲ ରହମାନ, ଛାତ୍ରଙ୍କୁ ପରୋକ୍ଷରେ ସମର୍ଥନ କରୁଥିବା ଘଟଣା କୋର୍ଟରୁ ସୂଚିତ କରିଛନ୍ତି ।

ଯାଚିକାରେ ଆନ୍ଦୋଳନ ରାଜ୍ୟବ୍ୟାପୀ ଖେଳିଯିବା ଫଳରେ ଅନ୍ୟ କଲେଜ ଓ ସ୍କୁଲ ଛାତ୍ରଛାତ୍ରୀଙ୍କ ଉପରେ ପ୍ରତିକୂଳ ପ୍ରଭାବ ପଡୁଥିବା ଦର୍ଶାଯାଇଛି ।

ଏହାକୁ ଆଖି ଆଗରେ ରଖି ରାଜ୍ୟରେ ସମସ୍ତ ଶିକ୍ଷାନୁଷ୍ଠାନ, ବିଶ୍ବବିଦ୍ୟାଳୟ ଓ ସ୍କୁଲ ପରିସରରେ ଛାତ୍ରଙ୍କୁ ବେଆଇନ ଭାବରେ ଆନ୍ଦୋଳନ, ବିରୋଧ ପ୍ରଦର୍ଶନ ଓ ଧାରଣାକୁ ଅନୁମତି ପ୍ରଦାନ କରିବା ପାଇଁ ମନା କରିବା ସହ ଉଚିତ୍‌ ଦିଶା-ନିର୍ଦ୍ଦେଶ ଦେବା ପାଇଁ ଦର୍ଶାଯାଇଛି । ବିଚାରପତିଙ୍କୁ ନେଇ ଗଠିତ ଦୁଇ ଜଣିଆ ଖଣ୍ଡପୀଠ ଏହି ଯାଚିକାର ରିଟର୍ଣ୍ଣ ନୋଟିସ 2 ମାର୍ଚ୍ଚକୁ ଜାରି କରିଛନ୍ତି ।

ABOUT THE AUTHOR

...view details