ଓଡିଶା

odisha

ETV Bharat / bharat

ଘରଭଡା ମାମଲାକୁ ନେଇ ଦାଖଲ ଯାଚିକାକୁ ଖାରଜ କଲେ ସୁପ୍ରିମକୋର୍ଟ

କୋରୋନା ଭାଇରସ୍ ମହାମାରୀ କାରଣରୁ ଲକଡାଉନ ଥିବାବେଳେ ଘର ଭଡା ନଦେବା ଘଟଣାରେ ଶ୍ରମିକ ଓ ଛାତ୍ରମାନଙ୍କୁ ଘରୁ ବାହାର କରାଯିବା ଉପରେ ରୋକ ଲଗାଇବା ଯାଚିକାକୁ ସୁପ୍ରିମକୋର୍ଟ ଖାରଜ କରିଛନ୍ତି ।

By

Published : May 6, 2020, 9:58 AM IST

supream court
ଘରଭଡା ମାମଲାକୁ ନେଇ ଦାଖଲ ଯାଚିକାକୁ ଖାରଜ କଲେ ସୁପ୍ରିମକାର୍ଟ

ନୂଆଦିଲ୍ଲୀ: କୋରୋନା ଭାଇରସ୍ ମହାମାରୀ କାରଣରୁ ଲକଡାଉନ ଥିବାବେଳେ ଘର ଭଡା ନଦେବା ଘଟଣାରେ ଶ୍ରମିକ ଓ ଛାତ୍ରମାନଙ୍କୁ ଘରୁ ବାହାର କରାଯିବା ଉପରେ ରୋକ ଲଗାଇବା ଯାଚିକାକୁ ସୁପ୍ରିମକୋର୍ଟ ଖାରଜ କରିଛନ୍ତି ।

ସୂଚନା ଅନୁୟାୟୀ, କୋରୋନା ମହାମାରୀରେ ଲକଡାଉନ ସମୟରେ ସରକାର ଘର ମାଲିକମାନଙ୍କୁ ଭଡ଼ାଟିଆଙ୍କ ପ୍ରତି ମାନବିକତା ଦେଖାଇ ଏହି ସମୟରେ ଭଡା ନ ମାଗିବାକୁ କହିଥିଲେ। ତେବେ ଯାଚିକା ଖାରଜ କରି ସୁପ୍ରିମକୋର୍ଟ କହିଛନ୍ତି, ଓକିଲ ବାରମ୍ବାର ଏହିପରି ଯାଚିକା ଦାଖଲ କରୁଛନ୍ତି । ସରକାର ଏଥିପାଇଁ ଏକ ହେଲ୍ପଲାଇନ ପ୍ରସ୍ତୁତ କରିଛନ୍ତି। ଏଣୁ କୋର୍ଟ ସରକାରଙ୍କ ଆଦେଶକୁ ଲାଗୁ କରିପାରିବେ ନାହିଁ । ମାତ୍ର ଅଦାଲତ ଚେତାବନୀ ଦେଇଛନ୍ତି ଯେ, ଏଭଲି ମାମଲାରେ ଭାରି ଜୋରିମାନା ଦେବାକୁ ପଡିବ ।

ପ୍ରକାଶ ଥାଉକି, ସରକାରଙ୍କ ନିର୍ଦ୍ଦେଶ ସତ୍ତ୍ବେ ଅନେକ ସ୍ଥାନରେ ଘର ମାଲିକ ଛାତ୍ର ଓ ଶ୍ରମିକମାନଙ୍କୁ ଘର ଖାଲି କରିବାକୁ ଚାପ ପକାଉଛନ୍ତି । ଯାହା ବିରୋଧରେ ସୁପ୍ରିମକୋର୍ଟରେ ଏକ ଆବେଦନ କରାଯାଇଛି। ଏହି ଆବେଦନରେ କୁହାଯାଇଛି ଯେ, ସରକାର ଆଡଭାଇଜରୀ ଜାରି କରି କହିଥିଲେ କି, ଲକଡାଉନ ସମୟରେ ଘର ଭଡା ଦେବାରେ ଅସମର୍ଥ ଲୋକଙ୍କ ଉପରେ ଚାପ ପକାଯାଇପାରିବ ନାହିଁ। ଏହା ସତ୍ତ୍ବେ ଘରମାଲିକଙ୍କ ଦ୍ୱାରା ଭଡାଟିଆଙ୍କୁ ହଇରାଣ କରାଯାଉଛି ।

ସୁପ୍ରିମକୋର୍ଟରେ ଓକିଲ ପୱନ ପ୍ରକାଶ ପାଠକ ଏବଂ କିଛି ଛାତ୍ରଙ୍କ ଦ୍ବାରା ଦାଖଲ ହୋଇଥିବା ଆବେଦନରେ କୁହାଯାଇଥିଲା ଯେ, ସରକାର ଲକଡାଉନ ଜାରି ରଖିଛନ୍ତି । ସେଥିପାଇଁ ଲୋକ ଚିନ୍ତାରେ ଅଛନ୍ତି । ପ୍ରତିଟି ପରିବାର ଆର୍ଥିକ ସଙ୍କଟ ଦେଇ ଗତି କରୁଛି । ସମସ୍ତ କାର୍ଯ୍ୟ ଲକଡାଉନ୍ ଯୋଗୁଁ ଠପ ହୋଇ ରହିଛି । ବହୁ ଛାତ୍ର ଘରୁ ଦୂରରେ ରହି ପଢୁଛନ୍ତି । ଏହି ଛାତ୍ର ଓ ଶ୍ରମିକମାନେ ଭଡା ଘରେ ରହୁଛନ୍ତି । ସେମାନେ ସମସ୍ତେ ମଧ୍ୟବିତ୍ତ ଶ୍ରେଣୀର କିମ୍ବା ଗରିବ ଅଟନ୍ତି ।

ଅଧିକାଂଶ ଛାତ୍ର ବ୍ୟକ୍ତିଗତ ଟ୍ୟୁସନ ଦ୍ବାରା ନିଜ ଖର୍ଚ୍ଚ ତୁଲାଉଛନ୍ତି । ଏହିପରି ଭାବରେ ଶ୍ରମିକମାନେ ମଧ୍ୟ ସମସ୍ୟାରେ ରହିଛନ୍ତି । ଏହାସର୍ତ୍ତ୍ବେ ଘରମାଲିକ ସେମାନଙ୍କୁ ଘରଭଡା ମାଗୁଛନ୍ତି । ଗୃହ ମନ୍ତ୍ରଣାଳୟ ଗତ ମାର୍ଚ୍ଚ 29 2020 ରେ ଏକ ଆଦେଶ ଦେଇଥିଲେ ଯେ କୌଣସି ଘରମାଲିକ ଭଡାଟିଆଙ୍କ ଉପରେ ଘରଭଡା ପାଇଁ ଚାପ ପକାଇପାରିବେନି ।

ABOUT THE AUTHOR

...view details