ଓଡିଶା

odisha

ETV Bharat / bharat

ରାମ ମନ୍ଦିର ଭୂମି ପୂଜନ ସ୍ଥଗିତ ପାଇଁ ଆହ୍ଲାବାଦ ହାଇକୋର୍ଟରେ ଆବେଦନ - ରାମଜନ୍ମ ଭୂମି

ଅଗଷ୍ଟ 5 ରେ ବହୁ ପ୍ରତିକ୍ଷିତ ଅଯୋଧ୍ୟାରେ ଥିବା ରାମ ମନ୍ଦିରର ଭୂମି ପୂଜନ କାର୍ଯ୍ୟକ୍ରମର ଆୟୋଜନ କରାଯିବ। ହେଲେ ସମୟ ପୂର୍ବରୁ ଏହି କାର୍ଯ୍ୟକ୍ରମରେ ରହିତାଦେଶ ଲଗାଇବାକୁ ଆହ୍ଲାବାଦ ହାଇକୋର୍ଟରେ ଏକ ପିଟିସନ ଦାଖଲ କରାଯାଇଛି।

ରାମ ମନ୍ଦିର ଭୂମି ପୂଜନକୁ ସ୍ଥଗିତ ରଖିବାକୁ ଆହ୍ଲାବାଦ ହାଇକୋର୍ଟରେ ଆବେଦନ
ରାମ ମନ୍ଦିର ଭୂମି ପୂଜନକୁ ସ୍ଥଗିତ ରଖିବାକୁ ଆହ୍ଲାବାଦ ହାଇକୋର୍ଟରେ ଆବେଦନ

By

Published : Jul 24, 2020, 9:55 AM IST

ଲକ୍ଷ୍ନୌ: ଅଗଷ୍ଟ 5 ରେ ବହୁ ପ୍ରତିକ୍ଷିତ ଅଯୋଧ୍ୟାରେ ଥିବା ରାମ ମନ୍ଦିରର ଭୂମି ପୂଜନ କାର୍ଯ୍ୟକ୍ରମର ଆୟୋଜନ କରାଯିବ। ଏନେଇ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ। ଦିନ,ବାର ଓ ପୂଜା ସମୟ ସ୍ଥିର ହୋଇସାରିଥିବା ବେଳେ ଏହି କାର୍ଯ୍ୟକ୍ରମରେ ରହିତାଦେଶ ଲଗାଇବାକୁ ଆହ୍ଲାବାଦ ହାଇକୋର୍ଟରେ ଏକ ପିଟିସନ ଦାଖଲ କରାଯାଇଛି। ତେବେ ଏହି କାର୍ଯ୍ୟକ୍ରମର ଆୟୋଜନ ଅନଲକ୍ 2.0 ନିର୍ଦ୍ଦେଶାବଳୀ ଉଲ୍ଲଂଘନ କରୁଛି ବୋଲି ସେଥିରେ ଉଲ୍ଲେଖ କରାଯାଇଛି।

ବୁଧବାର ଦିଲ୍ଲୀର ଓକିଲ ସାକେତ ଗୋଖଲେଙ୍କ ଦ୍ବାରା ଦାଖଲ ହୋଇଥିବା ଏହି ପିଟିସନରେ ଦର୍ଶାଯାଇଛି ଯେ, ପ୍ରାୟ 200 ଲୋକ ଏହି କାର୍ଯ୍ୟକ୍ରମରେ ଯୋଗଦେବେ ଯାହା ନିର୍ଦ୍ଦେଶାବଳୀ ଉଲ୍ଲଂଘନ ଅଟେ। ଧାର୍ମିକ ସମାବେଶ ହେତୁ କୋରୋନା ଭାଇରସ୍ ସଂକ୍ରମଣ ହେବାର ଆଶଙ୍କା ରହିଛି ବୋଲି ଏହି ନିବେଦନରେ ଦର୍ଶାଇ ଦିଆଯାଇଛି।

ବିଦେଶରେ ଅନେକ ସମ୍ବାଦ ପ୍ରକାଶନରେ କାର୍ଯ୍ୟ କରିଥିବା ଗୋଖଲେ ମଧ୍ୟ ଜଣେ ସମାଜସେବୀ। ମାଇକ୍ରୋବ୍ଲଗିଂ ସାଇଟ୍ ଟ୍ୱିଟରକୁ ନେଇ ଗୋଖଲେ କହିଛନ୍ତି ଯେ ମହାମାରୀ ସମୟରେ ଜନସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ସେ ଏହି ପିଆଇଏଲ ଦାଖଲ କରିଛନ୍ତି।

''ଅନଲକ୍ 2.0 ନିର୍ଦ୍ଦେଶାବଳୀକୁ ଦୃଷ୍ଟିରେ ରଖି ଏବଂ ମହାମାରୀ ସମୟରେ ଜନସ୍ୱାସ୍ଥ୍ୟର ସ୍ୱାର୍ଥକୁ ଦୃଷ୍ଟିରେ ରଖି ଅଯୋଧ୍ୟାରେ ରାମ ମନ୍ଦିର କାର୍ଯ୍ୟକ୍ରମକୁ ସ୍ଥଗିତ ରଖିବାକୁ ମୁଁ ଆହ୍ଲାବାଦ ହାଇକୋର୍ଟରେ ଏକ ଆବେଦନ ଦାଖଲ କରିଛି। କିନ୍ତୁ ଆମେ ସଠିକ୍ କାର୍ଯ୍ୟ କରିବା ଏବଂ କହିବା ବନ୍ଦ କରିବା ଉଚିତ୍ ନୁହେଁ " ବୋଲି ସେ କହିଛନ୍ତି।

ତେବେ ଏହି ଆବେଦନକୁ ପ୍ରଧାନ ବିଚାରପତି ଏପର୍ଯ୍ୟନ୍ତ ଗ୍ରହଣ କରିନାହାଁନ୍ତି। ମନ୍ଦିରର ଭୂମିପୂଜନ ଉତ୍ସବରେ ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ରର ଟ୍ରଷ୍ଟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆମନ୍ତ୍ରଣ କରିଛନ୍ତି। ଟ୍ରଷ୍ଟ ପ୍ରାୟ 200 ଅତିଥିଙ୍କୁ ନିମନ୍ତ୍ରଣ କରିଛି ଯେଉଁଥିରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏବଂ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ନାମ ରହିଛି।

ABOUT THE AUTHOR

...view details