ପାଟନା: ବିଶ୍ବରେ ଆତଙ୍କ ସୃଷ୍ଟି କରିଥିବା କୋରୋନା ଭାଇରସ ସଂକ୍ରମଣରୁ ବଞ୍ଚିବାକୁ ଏକମାତ୍ର ବିକଳ୍ପ ହେଉଛି ସାମାଜିକ ଦୂରତ୍ବ ବା ସୋସିଆଲ ଡିଷ୍ଟାନ୍ସ ବଜାୟ ରଖିବା । ଗୟାର ଏକ ବ୍ୟାଙ୍କରେ ଏଥିପାଇଁ ପ୍ଲାଷ୍ଟିକ ବାଡ ଛିଡା କରାଯାଇଛି । ଏହାଦ୍ବାରା କାଉଣ୍ଟରରେ ଆସୁଥିବା ଗ୍ରାହକ ଏବଂ ବ୍ୟାଙ୍କର୍ସଙ୍କ ମଧ୍ୟରେ ସିଧାସଳଖ ସମ୍ପର୍କରେ ଆସିପାରିବେ ନାହିଁ ।
କୋରୋନା ସତର୍କତା: ବ୍ୟାଙ୍କର୍ସ ଓ ଗ୍ରାହକଙ୍କ ମଧ୍ୟରେ ରହିବ ପ୍ଲାଷ୍ଟିକ ବାଡ - ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ଅଭିନବ ପ୍ରୟାସ
ବ୍ୟାଙ୍କ କର୍ମଚାରୀଙ୍କୁ ସଂକ୍ରମଣଠାରୁ ଦୂରେଇ ରଖିବାକୁ ବିହାରର ଗୟା ଠାରେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ଚାନ୍ଦଚୌରା ବ୍ରାଞ୍ଚ ପକ୍ଷରୁ ଏକ ଅଭିନବ ପ୍ରୟାସ କରାଯାଇଛି ।
ସାରାଦେଶରେ କୋରୋନା ଭୂତାଣୁ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଭାରତରେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା 4ଶହ ଟପିଲାଣି । ପରିସ୍ଥିତି ଅଣାୟତ୍ତ ଦେଖି ଅନେକ ରାଜ୍ୟରେ ଲକ୍ ଡାଉନ୍ କରାଯିବା ସହ କିଛି ସ୍ଥାନରେ କର୍ଫ୍ୟୁ ମଧ୍ୟ ଜାରି କରାଯାଇଛି ।
ବିହାରରେ ମଧ୍ୟ ଜରୁରୀ ସେବାକୁ ବାଦ ଦେଇ ଅନ୍ୟ ସବୁ ଦୋକାନ ବଜାର ବନ୍ଦ କରାଯାଇଛି । ଜରୁରୀସେବାରେ ବ୍ୟାଙ୍କ ମଧ୍ୟ ସାମିଲ ଅଛି । ଏମିତିରେ ବ୍ୟାଙ୍କ କର୍ମଚାରୀଙ୍କୁ ସଂକ୍ରମଣଠାରୁ ଦୂରେଇ ରଖିବାକୁ ଗୟା ଠାରେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ଚାନ୍ଦଚୌରା ବ୍ରାଞ୍ଚ ପକ୍ଷରୁ ଏକ ଅଭିନବ ପ୍ରୟାସ କରାଯାଇଛି । ମ୍ୟାନେଜରଙ୍କ କାଉଣ୍ଟରରେ ପ୍ଲାଷ୍ଟିକ କାନ୍ଥ ଲଗାଯାଇ ଥିବାବେଳେ ଏଟିଏମ, ବିଏନଏ ଏବଂ ପାସବୁକ ଅପଡେଟ ମେସିନକୁ ଦିନ ମଧ୍ୟରେ 4ଥର ସାନିଟାଇଜରରେ କପଡା ଭିଜାଇ ସଫା କରାଯାଉଛି । ସାନିଟାଇଜରକୁ ନେଇ ଏଭଳି ପ୍ରାରମ୍ଭିକ ପଦକ୍ଷେପ ଗ୍ରହଣ କରିଥିବା ଜିଲ୍ଲାର ନୁହେଁ ବଂର ରାଜ୍ୟର ମଧ୍ୟ ପ୍ରଥମ ବ୍ୟାଙ୍କ ।