ଓଡିଶା

odisha

ETV Bharat / bharat

ପ୍ଲାଷ୍ଟିକ ବ୍ୟାନ ପାଇଁ ଆଗରେ ତାମିଲନାଡୁର ବେସରକାରୀ କଲେଜ - ପ୍ଲାଷ୍ଟିକରୁ ସାଜସଜ୍ଜା ସାମଗ୍ରୀ

ପୁଃନବ୍ୟବହାର ଯୋଗ୍ୟ ଅଦରକାରୀ ପ୍ଲାଷ୍ଟିକ । ଆବର୍ଜନା ପ୍ଲାଷ୍ଟିକ ପରିଚାଳନା ଅଭ୍ୟାସକୁ ବୃଦ୍ଧି କରିବାକୁ ନୂଆପନ୍ଥା ଆପଣେଇଛି ତାମିଲନାଡୁ ସଲେମ ଅଞ୍ଚଳର ଏକ ବେସରକାରୀ କଲେଜ । ଯେଉଁଠି ପ୍ଲାଷ୍ଟିକରୁ ସାଜସଜ୍ଜା ସାମଗ୍ରୀ ସହ ପ୍ରସ୍ତୁତ ହେଉଛି ଇଟା । ଅଧିକ ପଢନ୍ତୁ...

Plastic campaign
ଅଦରକାରୀରୁ ଉପଯୋଗୀ ପ୍ଲାଷ୍ଟିକ

By

Published : Jan 16, 2020, 8:29 AM IST

ଚେନ୍ନାଇ: ସ୍ବଚ୍ଛ ଭାରତ ସ୍ବପ୍ନ ସହ ଯୋଡି ହୋଇଯାଇଛି ଆଉ ଏକ ଅଭିଯାନ । ପ୍ଲାଷ୍ଟିକ ମୁକ୍ତ ଭାରତ । ପରିବେଶକୁ ସୁସ୍ଥ କରି ଗଢିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ବାନକ୍ରମେ ଜାଗି ଉଠିଛି ସାରା ଭାରତ । କେଉଁଠି ପ୍ଲାଷ୍ଟିକର ବିକଳ୍ପ ପ୍ରସ୍ତୁତ କରାଯାଉଛି, ତ ଆଉ କେଉଁଠି ପ୍ଲାଷ୍ଟିକର ବହୁଳ ବ୍ୟବହାର ଉପରେ ଅଙ୍କୁଶ ଲଗାଯାଉଛି । ଏପରିକି ପ୍ଲାଷ୍ଟିକକୁ ପୁଃନ ବ୍ୟବହାର ଉପଯୋଗୀ ମଧ୍ୟ କରାଯାଇପାରୁଛି । ତାମିଲନାଡୁର ସଲେମ ଅଞ୍ଚଳର ଏକ ବେସରକାରୀ କଲେଜ ପ୍ଲାଷ୍ଟିକ ସହ ମୁକାବିଲା କରି ଦେଇପାରିଛି ବେଶ ସୁନ୍ଦର ସୁନ୍ଦର ସାଜସଜ୍ଜା ସାମଗ୍ରୀ ।

ଅଦରକାରୀରୁ ଉପଯୋଗୀ ପ୍ଲାଷ୍ଟିକ

ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ଲାଷ୍ଟିକ ମୁକ୍ତ ପରିବେଶ ଘୋଷଣା ପରେ ମଧ୍ୟ ଆବର୍ଜନାକୁ ରୋକିବା ଅତ୍ୟନ୍ତ କାଠିକର ପାଠ। ତେଣୁ ଆବର୍ଜନା ପ୍ଲାଷ୍ଟିକ ପରିଚାଳନା ଅଭ୍ୟାସକୁ ବୃଦ୍ଧି କରିବା ଆବଶ୍ୟକ ହୋଇପଡିଛି । ଫଳରେ ସୁରୁମଙ୍ଗଲମ ଅଞ୍ଚଳରେ ଥିବା ଏହି କଲେଜ ଅଦରକାରୀ ପ୍ଲାଷ୍ଟିକକୁ କଞ୍ଚା ମାଲରେ ପରିଣତ କରିଥାନ୍ତି । ଯାହା ନିର୍ମାଣ କାର୍ଯ୍ୟରେ ବ୍ୟବହାର କରାଯାଉଛି ।

ଅଦରକାରୀ ପ୍ଲାଷ୍ଟିକ ତଥା ଭଙ୍ଗା ବୋତଲ, ପାତ୍ର କିମ୍ବା ବାସନକୁସନକୁ ଗୁଣ୍ଡ କରି ଖଣ୍ଡ ଖଣ୍ଡ କରାଯାଏ । ପରେ ଏହାକୁ କଂକ୍ରିଟ ଓ ଇଟାରେ ମିଶାଯାଏ । ସେହିପରି ପ୍ଲାଷ୍ଟିକ ବ୍ୟାଗକୁ ତରଳାଇ ସେଥିରେ ପିଚୁ, ସିମେଣ୍ଟ ଓ ଅନ୍ୟାନ୍ୟ ସାମଗ୍ରୀ ମିଶ୍ରଣ କରାଯାଇ ଏକ ମଜବୁତ ଇଟା ତିଆରି ହୋଇଥାଏ ।

ଯଦି ହାଲୁକା ପ୍ଲାଷ୍ଟିକରୁ ନିର୍ମିତ ଇଟା କୋଠା ନିର୍ମାଣରେ ଲାଗେ, ତେବେ ତାହା ଖରା,ବର୍ଷା, ଶୀତ ଦାଉରୁ ଉକ୍ତ ଘରକୁ ସୁରକ୍ଷା ଦେବ । ପ୍ଲାଷ୍ଟିକ ସହ ମୁକାବିଲା କରିବାକୁ ହେଲେ ଏଭଳି ପଦକ୍ଷେପ ନିଶ୍ଚୟ ଭାରତକୁ ପ୍ଲାଷ୍ଟିକ ମୁକ୍ତ କରିବ । ପ୍ଲାଷ୍ଟିକ ସହ ମୁକାବିଲା କରିବାକୁ ହେଲେ ଏଭଳି ପଦକ୍ଷେପ ନିଶ୍ଚୟ ଭାରତକୁ ପ୍ଲାଷ୍ଟିକ ମୁକ୍ତ କରିବ ।

ABOUT THE AUTHOR

...view details