ଚେନ୍ନାଇ:ବଦଳୁଛି ଯୁଗ ଆଉ ତା ସହ ତାଳ ଦେଇ ଆଗକୁ ବଢୁଛନ୍ତି ଆଜିର ଆଧୁନିକ ଶିଶୁ । ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାରେ ଖୁବ ଆଗେଇଲାଣି ଦେଶ । ଏବେ କାମକୁ ସହଜ କରିବା ପାଇଁ ତିଆରି ହେଉଛି ବିଭିନ୍ନ ପ୍ରକାର ରୋବର୍ଟ । ରେସ୍ତୋରାଁରେ ଏବେ ଖାଦ୍ୟ ବି ପରସିଲାଣି ରୋବର୍ଟ।କିନ୍ତୁ ଏବେ ପରିବେଶ ସଂରକ୍ଷଣ କ୍ଷେତ୍ରରେ ସହାୟକ ହେବେ ରୋବର୍ଟ ।
ମିନି ଫରେଷ୍ଟ ପାଇଁ ରୋବର୍ଟର ଚାରାରୋପଣ - ରୋବର୍ଟର ଚାରା ରୋପଣ
ମିନି ଫରେଷ୍ଟ ପାଇଁ ରୋବର୍ଟ ଦ୍ବାରା କରାଯାଇଛି ଚାରାରୋପଣ । ପ୍ରାୟ 3 ଶହ ପିଲା ରୋବର୍ଟ ଦ୍ବାରା ଚାରାରୋପଣ କରିଛନ୍ତି । ଅଧିକ ପଢନ୍ତୁ...
![ମିନି ଫରେଷ୍ଟ ପାଇଁ ରୋବର୍ଟର ଚାରାରୋପଣ planted saplings using robots](https://etvbharatimages.akamaized.net/etvbharat/prod-images/768-512-5844674-thumbnail-3x2-gg.jpg)
ମିନି ଫରେଷ୍ଟ ପାଇଁ ରୋବର୍ଟର ଚାରା ରୋପଣ
ତେବେ ଏସପି ରୋବଟିକ ମେକର ଲାବ ପକ୍ଷରୁ ଚାରାରୋପଣ କରୁଛନ୍ତି ସ୍କୁଲ ଛାତ୍ରଛାତ୍ରୀ । ଏମାନଙ୍କୁ ଚାରା ପୋତିବାରେ ସାହାଯ୍ୟ କରୁଛି ରୋବର୍ଟ । ଛୋଟ ଜଙ୍ଗଲ ସୃଷ୍ଟି ନେଇ ଚାଲିଛି ପ୍ରୟାସ । ଗୁଇଣ୍ଡି ସ୍ଥିତ ଆନ୍ନା ବିଶ୍ବବିଦ୍ୟାଳୟ ମୁଖ୍ୟ କ୍ୟାମ୍ପସରେ ଏହି ଚାରାରୋପଣ କାର୍ଯ୍ୟକ୍ରମ ହୋଇଛି । ପ୍ରାୟ 3 ଶହ ସ୍କୁଲ ପିଲା ଏଥିରେ ସାମିଲ ହୋଇଛନ୍ତି ।