ପାଟନା: ମୋକ୍ଷର ସହର ଗୟାରେ ଏବେ ଚାଲିଛି ପିତୃପକ୍ଷ । ଏହି ପକ୍ଷ ଏବେ ଅନ୍ତିମ ଚରଣରେ ପହଞ୍ଚିଛି । ଏହି ପକ୍ଷ ଏବେ 16ତମ ଦିବସରେ ପହଞ୍ଚିଛି । ପକ୍ଷର 16ମତ ଦିବସ ହେଉଛି ଅମାବାସ୍ୟା । ଅମାବାସ୍ୟା ତିଥିରେ ଏଠାରେ ଥିବା ଅକ୍ଷୟ ବଟ ନିକଟରେ ଶ୍ରଦ୍ଧାଳୁମାନେ ପିଣ୍ଡଦାନ କରିଥାନ୍ତି ।
ପକ୍ଷର ପ୍ରତ୍ୟେକ ଦିନରେ ଭିନ୍ନ ଭିନ୍ନ ମହତ୍ତ୍ବ ଓ ପରମ୍ପରା ରହିଥାଏ । ପରମ୍ପରାକୁ ଅନୁକରଣ କରି ତାହାକୁ ପାଳନ କରାଯାଇଥାଏ । ଠିକ ସେହିପରି ପକ୍ଷର ଷୋଡ଼ଶ ଦିନରେ ମଧ୍ୟ ବଟ ବୃକ୍ଷ ତଳେ ମଧ୍ୟ ପିଣ୍ଡଦାନ କରାଯିବାର ପରମ୍ପରା ରହିଛି । ପରମ୍ପରା ମୁତାବକ ବ୍ରହ୍ମାଣ୍ଡରେ 5ଟି ବଟ ବୃକ୍ଷ ରହିଛି, ଯାହାର ମୂଳ ଗୋଟିଏ । ଅର୍ଥାତ ଏହି 5ଟି ବୃକ୍ଷ ପରସ୍ପର ସହିତ ଗୋଟିଏ ଚେରରେ ବଢୁଥିବା ବିଶ୍ବାସ ରହିଛି । ଏଗୁଡ଼ିକ ଗୟା, ବୃନ୍ଦାବନ, ଉଜ୍ଜୈନ, ପ୍ରୟାଗ ଏବଂ ଶ୍ରୀଲଙ୍କାରେ ରହିଥିବା ଜଣାପଡ଼ିଛି ।
ଫଟୋସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ ଖୁଆରେ ହୋଇଥାଏ ପିଣ୍ଡ ଦାନ
ଏହି ପାଞ୍ଚଟି ବଟ ନିକଟରେ ପିଣ୍ଡଦାନ କରାଯାଇଥାଏ । ପିତୃପକ୍ଷ ଚାଲିଥିବା ସମୟରେ ଶ୍ରଦ୍ଧାଳୁମାନେ ଏଠାରେ ଖୁଆ ମାଧ୍ୟମରେ ପିଣ୍ଡଦାନ କରିବାର ପରମ୍ପରା ରହିଛି । ଏଠାକୁ ପିଣ୍ଡଦାନ ପାଇଁ ଆସୁଥିବା ଶ୍ରଦ୍ଧାଳୁମାନେ ପକ୍ଷର 16ତମ ଦିବସରେ ଖୁଆ ଦେଇ ପିଣ୍ଡଦାନ କରିଥାନ୍ତି ।ଫଳରେ ପିତୃପୁରୁଷଙ୍କ ଆତ୍ମା ମୋକ୍ଷପ୍ରାପ୍ତି ଲାଭ କରିଥାଏ ବୋଲି ବିଶ୍ବାସ ରହିଆସିଛି ।
ଶ୍ରାଦ୍ଧ ପରେ ଦାନର ପରମ୍ପରା
ଶ୍ରଦ୍ଧାଳୁମାନେ ପିଣ୍ଡଦାନ କରିବା ପରେ ବ୍ରାହ୍ମଣଙ୍କୁ ଦାନ ଦେବାର ପରମ୍ପରା ରହିଆସିଛି । ଏହି ପରମ୍ପରା ଅନୁଯାୟୀ କିଛି ଶ୍ରଦ୍ଧାଳୁ ବ୍ରାହ୍ମଣଙ୍କୁ ଭୋଜନ ମଧ୍ୟ କରାଇଥାନ୍ତି । ପିଣ୍ଡ ଦାନ ପରେ ଜଣେ ବ୍ରାହ୍ମଣଙ୍କୁ ଭୋଜନ ଦାନ କୋଟିଏ ବ୍ରାହ୍ମଣଙ୍କୁ ଭୋଜନ ଦାନ ସହିତ ସମାନ ହୋଇଥାଏ ବିଶ୍ବାସ ରହିଛି । ବ୍ରାହ୍ଣଣଙ୍କୁ ଭୋଜନ କରାଇବା, ଦାନ ଦେବା ପରେ ସେମାନଙ୍କ ଠାରୁ ଆଶୀର୍ବାଦ ଲାଭ କରିଥାନ୍ତି ଶ୍ରଦ୍ଧାଳୁମାନେ । ଏହା ପରେ ଦେଇଥିବା ପିଣ୍ଡକୁ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ବିସର୍ଜନ କରାଯିବାର ପରମ୍ପରା ରହିଆସିଛି ।
ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ ଶ୍ରାଦ୍ଧ ପରେ ଦାନର ପରମ୍ପରା
ଗୟାରେ ଏହି ପିତୃପକ୍ଷ ଶ୍ରାଦ୍ଧ ଫାଲ୍ଗୁନ ମାସରେ ହେବାର ପରମ୍ପରା ଗୀତାରେ ମଧ୍ୟ ଉଲ୍ଲେଖ ରହିଛି । ସେହିପରି ଅକ୍ଷୟ ବଟ ଗୟା ନଗରୀର ଦକ୍ଷିଣ ପଶ୍ଚିମ ଦିଗରେ ବ୍ରହ୍ମା ପାହାଡ଼ ନିକଟରେ ରହିଛି । ଏହା ସମ୍ପର୍କରେ ଗୀତାରେ ମଧ୍ୟ ଉଲ୍ଲେଖ ରହିଥିବା ଜଣାପଡ଼ିଛି । ଗୀତାର ଦଶମ ଅଧ୍ୟାୟରେ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି ପିପଳ ଗଛରେ ହିଁ ମୋର ଉପସ୍ଥିତି ରହିବ । ଆଉ ଏହି ଗଛ ଗୟା ନିକଟ ଅକ୍ଷୟ ବଟରେ ହିଁ ରହିବ ବୋଲି ଶ୍ରୀକୃଷ୍ଣ ଗୀତାରେ କହିଛନ୍ତି ।
ବଟ ବକଳରୁ ମହତ୍ତ୍ବର ଅନୁମାନ
ବଟ ବୃକ୍ଷକୁ ଦେଖିଲେ ହିଁ ଏହା ଶତାଧିକ ବର୍ଷର ବୋଲି ଅନୁମାନ ହୋଇଥାଏ । ମାତ୍ର ଏଠାରେ ଏହି ପିତୃପକ୍ଷ ପିଣ୍ଡଦାନ କେବେଠାରୁ ଆରମ୍ଭ ହେଲା ସେ ନେଇ କୌଣସି ସଠିକ ସୂଚନା ରହିନାହିଁ । ତେବେ ଏଠାରେ ଦୀର୍ଘଦିନରୁ ହିଁ କର୍ମକାଣ୍ଡ ହୋଇ ଆସୁଛି । ଦୀର୍ଘଦିନରୁ ଏଠାରେ ପିଣ୍ଡଦାନ କରିବାର ପରମ୍ପରା ଏଠାରେ ରହି ଆସିଛି ।
ଅକ୍ଷୟ ବଟ ନିକଟରେ ଶେଷ ହୁଏ ଶ୍ରାଦ୍ଧକର୍ମ
ଅକ୍ଷୟ ବଟ ନିକଟରେ ଶେଷ ହୁଏ ଶ୍ରାଦ୍ଧକର୍ମ । ଶ୍ରାଦ୍ଧକର୍ମ ପରେ ପଣ୍ଡାମାନେ ନିଜର କାର୍ଯ୍ୟ ସଫଳ ହେଲା ବୋଲି କହି ଆଶୀର୍ବାଦ ପ୍ରଦାନ କରିଥାନ୍ତି । ଗୟା ଶ୍ରାଦ୍ଧର ସମ୍ପୂର୍ଣ୍ଣ କର୍ମ ଏହି ଅକ୍ଷୟ ବଟ ଠାରେ ଶେଷ ହୋଇଥାଏ । ଅକ୍ଷୟ ବଟରେ ଶୁଭଫଳ ପ୍ରାପ୍ତି ଲାଭ କରିବା ପରେ ଶ୍ରାଦ୍ଧ ସମ୍ପୂର୍ଣ୍ଣ ହୋଇଥାଏ ।