ନୂଆଦିଲ୍ଲୀ: ଲୋକସଭାରେ ଉଠିଲା ଦୁଷ୍କର୍ମ ପ୍ରସଙ୍ଗ । ବିଭିନ୍ନ ଦଳର ସାଂସଦ ସୋମବାର ଲୋକସଭାରେ ଦେଶର ବିଭିନ୍ନ ସ୍ଥାନରେ ହେଉଥିବା ଦୁଷ୍କର୍ମ ଉପରେ ଚର୍ଚ୍ଚା କରିଛନ୍ତି । ଏଥିରେ ହାଇଦ୍ରାବାଦରେ ଘଟିଥିବା ଲୋମହର୍ଷଣକାରୀ ଘଟଣା ମଧ୍ୟ ସାମିଲ ରହିଛି। ଏହି ଆଲୋଚନା ବେଳେ ବିଜେଡି ସଂସଦୀୟ ଦଳ ନେତା ପିନାକୀ ମିଶ୍ର ଦିଲ୍ଲୀ ନିର୍ଭୟା ପ୍ରସଙ୍ଗ ଉଠାଇ ଅଭିଯୁକ୍ତଙ୍କୁ କାହିଁକି ଫାଶୀ ଦେବାରେ ବିଳମ୍ବ ହେଉଛି ବୋଲି ପ୍ରଶ୍ନ ଉଠାଇଛନ୍ତି।
ଲୋକସଭାରେ ପିନାକୀଙ୍କ ପ୍ରଶ୍ନ, କାହିଁକି ‘ନିର୍ଭୟା’ ଅଭିଯୁକ୍ତଙ୍କୁ ଫାଶୀ ଦେବାରେ ହେଉଛି ବିଳମ୍ବ? - Pinaki Misra questioned the delay in executing the death sentence
ଲୋକସଭାରେ ଉଠିଲା ଦୁଷ୍କର୍ମ ପ୍ରସଙ୍ଗ। ବିଭିନ୍ନ ଦଳର ସାଂସଦ ସୋମବାର ଲୋକସଭାରେ ଦେଶର ବିଭିନ୍ନ ସ୍ଥାନରେ ହେଉଥିବା ଦୁଷ୍କର୍ମ ଉପରେ ଚର୍ଚ୍ଚା କରିଛନ୍ତି। ଏହି ଆଲୋଚନା ବେଳେ ବିଜେଡି ସଂସଦୀୟ ଦଳ ନେତା ପିନାକୀ ମିଶ୍ର ଦିଲ୍ଲୀ ନିର୍ଭୟା ପ୍ରସଙ୍ଗ ଉଠାଇ ଅଭିଯୁକ୍ତଙ୍କୁ କାହିଁକି ଫାଶୀ ଦେବାରେ ବିଳମ୍ବ ହେଉଛି ବୋଲି ପ୍ରଶ୍ନ ଉଠାଇଛନ୍ତି।
ସୋମବାର ଗୃହର କାର୍ଯ୍ୟ ଆରମ୍ଭରୁ ବାଚସ୍ପତି ଶୂନ୍ୟକାଳରେ ଗମ୍ଭୀର ପ୍ରସଙ୍ଗ ଉଠାଇବାକୁ କହିଥିଲେ। ଏହି ଆଲୋଚନାରେ ଅନେକ ସାଂସଦ ଭାଗ ନେଇ ଦୁଷ୍କର୍ମ ଭଳି ଘଟଣାକୁ ରୋକିବାକୁ ସରକାରଙ୍କୁ ପଦକ୍ଷେପ ନେବାକୁ ପଡିବ ବୋଲି କହିଥିଲେ। କଂଗ୍ରେସ ସାଂସଦ ଉତ୍ତମ କୁମାର ରେଡ୍ଡୀ ହାଇଦ୍ରାବାଦ ଘଟଣା ଉଠାଇ ତେଲେଙ୍ଗାନା ଗୃହମନ୍ତ୍ରୀଙ୍କୁ ସମାଲୋଚନା କରିବା ସହ ପ୍ରଥମେ ପୋଲିସ ମାମଲାକୁ ଗମ୍ଭୀର ଭାବେ ନେଇନଥିବାରୁ ପୋଲିସକୁ ମଧ୍ୟ ସମାଲୋଚନା କରିଥିଲେ।
ସେହିପରି ଡିଏମକେର ଟିଆର ବାଲୁ କୋଏମ୍ବାଟୁରରେ ସ୍କୁଲ ଛାତ୍ରୀକୁ ହୋଇଥିବା ଯୌନ ନିର୍ଯାତନା ପ୍ରସଙ୍ଗ ଉଠାଇଥିଲେ। ଟିଏମସି ସାଂସଦ ସ୍ବାଗତ ରାୟ ଦୁଷ୍କର୍ମ ଅଭିଯୁକ୍ତଙ୍କୁ ଫାଶୀ ଦିଆଯାଉ ବୋଲି କହିଥିଲେ।ଅନ୍ୟପଟେ ବିଜେଡି ସଂସଦୀୟ ଦଳ ନେତା ପିନାକୀ ମିଶ୍ର ଦିଲ୍ଲୀ ନିର୍ଭୟା ପ୍ରସଙ୍ଗ ଉଠାଇ ଅଭିଯୁକ୍ତଙ୍କୁ କାହିଁକି ଫାଶୀ ଦେବାରେ କାହିଁକି ବିଳମ୍ବ ହେଉଛି ପ୍ରଶ୍ନ କରିଥିଲେ। ଏହାସହ ଫାଶୀ ଦଣ୍ଡାଦେଶ କାର୍ଯ୍ୟକାରୀ ନହେଲେ ଆଇନ ଓ କୋର୍ଟଙ୍କ ନିର୍ଦ୍ଦେଶ ମଧ୍ୟରେ ପାର୍ଥକ୍ୟ ରହିବ ନାହିଁ ବୋଲି ଦର୍ଶାଇଥିଲେ।