ଜୟପୁର: ରାଜସ୍ଥାନର ରାଜନୈତିକ ଉତ୍ତେଜନା କ୍ରମାଗତ ଭାବେ ବୃଦ୍ଧି ପାଉଛି । ଅଶୋକ ଗେହଲଟ୍ ବନାମ ସଚିନ୍ ପାଇଲଟଙ୍କ ମଧ୍ୟରେ ହୋଇଥିବା ଯୁଦ୍ଧ ଥମିବାର ନାଁ ନେଉନାହିଁ । ଏହି ସମୟରେ ଗୁର୍ଜର ସମ୍ପ୍ରଦାୟର ଲୋକେ ମଧ୍ୟ ସଚିନ୍ ପାଇଲଟଙ୍କ ସମର୍ଥନରେ ବାହାରିଛନ୍ତି। ସଚିନ ପାଇଲଟଙ୍କ ସମର୍ଥନରେ ହରିୟାଣାର ଗୁରୁଗ୍ରାମରେ ଏକ ପଞ୍ଚାୟତ ଅନୁଷ୍ଠିତ ହେବ, ଯେଉଁଥିରେ ଗୁର୍ଜର ସମ୍ପ୍ରଦାୟର ବହୁ ରାଜ୍ୟରୁ ଲୋକ ଯୋଗଦେବେ।
ପାଇଲଟଙ୍କ ସମର୍ଥନରେ ପଞ୍ଚାୟତ ବସାଇବ ଗୁର୍ଜର ସମାଜ, 3 ରାଜ୍ୟରୁ ଆସିବେ ସମର୍ଥକ - panchayat in gurugram
ଅଶୋକ ଗେହଲଟ୍ ବନାମ ସଚିନ୍ ପାଇଲଟଙ୍କ ମଧ୍ୟରେ ହୋଇଥିବା ଯୁଦ୍ଧ ଥମିବାର ନାଁ ନେଉନାହିଁ । ଏହି ସମୟରେ ଗୁର୍ଜର ସମ୍ପ୍ରଦାୟର ଲୋକେ ମଧ୍ୟ ସଚିନ୍ ପାଇଲଟଙ୍କ ସମର୍ଥନରେ ବାହାରିଛନ୍ତି।
ପ୍ରକାଶଥାଉକି, ଏହି ପଞ୍ଚାୟତ ଜୁଲାଇ 26 ରେ ଗୁରୁଗ୍ରାମର ରୀଠୌଜ୍ ଗ୍ରାମରେ ଅନୁଷ୍ଠିତ ହେବ। ଏଥିରେ ହରିୟାଣା, ରାଜସ୍ଥାନ ଓ ଉତ୍ତରପ୍ରଦେଶର ଗୁର୍ଜର ସମ୍ପ୍ରଦାୟର ଲୋକେ ସାମିଲ ହୋଇ ପାଇଲଟଙ୍କ ସମର୍ଥନ ବିଷୟରେ ଆଲୋଚନା କରିବେ। ତେବେ ସଚିନ ପାଇଲଟ ଗୁର୍ଜର ସମାଜରେ ଅତ୍ୟନ୍ତ ପ୍ରାଧାନ୍ୟ ବିସ୍ତାର କରିଛନ୍ତି । ତାଙ୍କ ପିତା ରାଜେଶ ପାଇଲଟ ମଧ୍ୟ ଜଣେ ଗୁର୍ଜର ନେତା ଥିଲେ। ଏଭଳି ପରିସ୍ଥିତିରେ ବର୍ତ୍ତମାନ ସଚିନ ପାଇଲଟ ତାଙ୍କ ରାଜ୍ୟ ମଧ୍ୟରେ ସଙ୍କଟରେ ।
ପ୍ରକାଶଥାଉକି, ପାଇଲଟଙ୍କୁ ଉପମୁଖ୍ୟମନ୍ତ୍ରୀ ପଦରୁ ହଟାଇବା ପରେ ରାଜ୍ୟରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି କାରଣ 2018ରେ ଯେତେବଳେ ପାଇଲଟଙ୍କ ବଦଳରେ ଗେହଲଟ୍ ମୁଖ୍ୟମନ୍ତ୍ରୀ ହୋଇଥିଲେ, ସେତେବଳେ ମଧ୍ୟ ପାଇଲଟଙ୍କ ସମର୍ଥକ ବିରୋଧ ପ୍ରଦର୍ଶନ କରିଥିଲେ । ଉଭୟ ଅଶୋକ ଗେହଲଟ୍ ଓ ସଚିନ୍ ପାଇଲଟ୍ ରାଜସ୍ଥାନର ବିଭିନ୍ନ ସମ୍ପ୍ରଦାୟରୁ ଆସିଛନ୍ତି । ଏଭଳି ପରିସ୍ଥିତିରେ ଦୁଇ ନେତାଙ୍କ ମଧ୍ୟରେ ଏହି କଳହ ଚର୍ଚ୍ଚାର ବିଷୟ ପାଲଟିଛି ।