ଓଡିଶା

odisha

ETV Bharat / bharat

କୋରୋନା ଲଢେଇ: ପିଏମ କେୟାର୍ସ ପାଣ୍ଠିକୁ ପାଇଲଟ ବାବାଙ୍କ 1.42 କୋଟି ପ୍ରଦାନ - ପିଏମ କେୟାର୍ସ ପାଣ୍ଠିକୁ ପାଇଲଟ ବାବା

ପ୍ରତ୍ୟେକ ବ୍ୟକ୍ତି କୋରୋନା ଲଢେଇ ପାଇଁ ନିଜର ସମର୍ଥନ ଦେଉଛନ୍ତି। ଏହି କ୍ରମରେ ପ୍ରସିଦ୍ଧ ପାଇଲଟ୍ ବାବା ପ୍ରତିଷ୍ଠାନ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାୱତଙ୍କ ମାଧ୍ୟମରେ ପ୍ରଧାନମନ୍ତ୍ରୀ କେୟାର୍ସ ପାଣ୍ଠିକୁ ଏକ କୋଟି 42 ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି।

Pilot Baba
Pilot Baba

By

Published : Apr 26, 2020, 6:49 PM IST

ଡେରାଡୁନ: ସମଗ୍ର ଦେଶ ମହାମାରୀ କୋରୋନାକୁ ପରାଜିତ କରିବା ପାଇଁ ଏକଜୁଟ ଓ ନିୟୋଜିତ | ଏଭଳି ପରିସ୍ଥିତିରେ ପ୍ରତ୍ୟେକ ବ୍ୟକ୍ତି ଏହି ଲଢେଇ ପାଇଁ ନିଜର ସମର୍ଥନ ଦେଉଛନ୍ତି। ଏହି କ୍ରମରେ ପ୍ରସିଦ୍ଧ ପାଇଲଟ୍ ବାବା ପ୍ରତିଷ୍ଠାନ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାୱତଙ୍କ ମାଧ୍ୟମରେ ପ୍ରଧାନମନ୍ତ୍ରୀ କେୟାର୍ସ ପାଣ୍ଠିକୁ ଏକ କୋଟି 42 ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି।

ମହାମଣ୍ଡେଳେଶ୍ବର ଯୋଗ ମାତା ଏବଂ ମହାମଣ୍ଡଳେଶ୍ବର ମହାଯୋଗୀ ପାଇଲଟ ବାବାଙ୍କ ତରଫରୁ ବାବାଜୀଙ୍କ ଶିଷ୍ୟ ସୁନୀଲ ସାଇନି ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାୱତଙ୍କୁ ଏହି ଅର୍ଥରାଶି ଅନଲାଇନ୍ ମାଧ୍ୟମରେ ଟ୍ରାନ୍ସଫର କରିଛନ୍ତି । ପାଇଲଟ ବାବା ତାଙ୍କ ବାର୍ତ୍ତାରେ ବିଶ୍ବ ଶାନ୍ତି ଏବଂ କଲ୍ୟାଣ ପାଇଁ କାମନା ମଧ୍ୟ କରିଛନ୍ତି ।

ବାବା ତାଙ୍କ ବାର୍ତ୍ତାରେ କହିଛନ୍ତି, ଭାରତ ଦେବତାମାନଙ୍କର ଦେଶ, ଏଠାରେ ଲୋକମାନଙ୍କର ସକରାତ୍ମକ ଉର୍ଜା ରହିଛି । ସୌଭାଗ୍ୟବଶତଃ ପ୍ରଧାନମନ୍ତ୍ରୀ ମୋଦିଙ୍କ ରୂପରେ ଦେଶ ଦକ୍ଷ ନେତୃତ୍ବ ପାଇଛି

ଭାରତ ଶୀଘ୍ର ଏହି ମହାମାରୀକୁ ଦୂର କରିବ ବୋଲି ବାବା ଆଶା ପ୍ରକଟ କରିଛନ୍ତି । ପାଇଲଟ ବାବା ମଧ୍ୟ କୋରୋନା ଲଢେଇରେ ଉତ୍ତରାଖଣ୍ଡ ସରକାରଙ୍କ ଉଦ୍ୟମକୁ ପ୍ରଶଂସା କରିଛନ୍ତି।

@IANS

ABOUT THE AUTHOR

...view details