ଓଡିଶା

odisha

ETV Bharat / bharat

ଦିଲ୍ଲୀରେ ହାଡଭଙ୍ଗା ଶୀତ, ପୁଣି ପ୍ରଦୂଷିତ ହେଲା ବାୟୁ - delhi AQI index

ରାଜଧାନୀ ଦିଲ୍ଲୀରେ ବାୟୁର ଗୁଣବତ୍ତା ସୋମବାର 'ଗମ୍ଭୀର' ଶ୍ରେଣୀରେ ରହିଛି । ଶୀତ ଏବଂ କୁହୁଡି ଯୋଗୁଁ ଦିଲ୍ଲୀର ଏନସିଆରରେ ବାୟୁର ଗୁଣବତ୍ତା ଅତ୍ୟଧିକ ଖରାପ ରହିଛି । ସୋମବାର ଦିଲ୍ଲୀର  ଏୟାର କ୍ବାଲିଟି ଇଣ୍ଡେକ୍ସ(ଏକ୍ୟୁଆଇ)306 ରେକର୍ଡ ରହିଛି ଯାହା 'ଗମ୍ଭୀର' ଶ୍ରେଣୀରେ ବିବେଚିତ ହୁଏ ।

delhi pollution
delhi pollution

By

Published : Dec 23, 2019, 12:44 PM IST

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ବାୟୁର ଗୁଣବତ୍ତା ସୋମବାର 'ଗମ୍ଭୀର' ଶ୍ରେଣୀରେ ରହିଛି । ଶୀତ ଏବଂ କୁହୁଡି ଯୋଗୁଁ ଦିଲ୍ଲୀର ଏନସିଆରରେ ବାୟୁର ଗୁଣବତ୍ତା ଅତ୍ୟଧିକ ଖରାପ ରହିଛି । ସୋମବାର ଦିଲ୍ଲୀର ଏୟାର କ୍ବାଲିଟି ଇଣ୍ଡେକ୍ସ(ଏକ୍ୟୁଆଇ)306 ରେକର୍ଡ ରହିଛି ଯାହା 'ଗମ୍ଭୀର' ଶ୍ରେଣୀରେ ବିବେଚିତ ହୁଏ ।

delhi pollution

ଏହାଛଡା ଦିଲ୍ଲୀର ଅନ୍ୟ ଅଞ୍ଚଳରେ ଏୟାର କ୍ବାଲିଟି ଇଣ୍ଡେକ୍ସ 350 ପାର କରିଛି । କେନ୍ଦ୍ର ପ୍ରଦୂଷଣ ବୋର୍ଡର ତଥ୍ୟ ଅନୁଯାୟୀ, ବଢୁଥିବା ଥଣ୍ଡା କାରଣରୁ ପ୍ରଦୂଷଣ ସ୍ତର ମଧ୍ୟ ଖରାପ ହେବାରେ ଲାଗିଛି । ତେବେ ସୋମବାର ଆନନ୍ଦ ବିହାରର ଏୟାର କ୍ବାଲିଟି ଇଣ୍ଡେକ୍ସ(ଏକ୍ୟୁଆଇ) 328, ଆଶୋକ ବିହାର 326, ବବାନା 322, ଡିଟିୟୁ318, ଦ୍ବାରକା ସେକ୍ଟର-8 330, ଆଇଟିଓ 340, ଜାହାଙ୍ଗିରିପୁରୀ 376, ମନ୍ଦିର ମାର୍ଗ 310, ମୁଣ୍ଡକା 318, ନେହେରୁ ନଗର357, ଓଖେଲା ଫେସ-2 225 ଏବଂ ପଟପଡଗଞ୍ଜର 305 ରେକର୍ଡ କରାଯାଇଛି ।

ସୂଚନାଯୋଗ୍ୟ ଯେ, ଏକ୍ୟୁଆଇ 0-50 ମଧ୍ୟରେ ରହିଲେ ଏହାକୁ 'ଭଲ' ବୋଲି ବିଚାର କରାଯାଏ । ସେହିପରି 51-100 ମଧ୍ୟରେ ରହିଲେ ସନ୍ତୋଷଜନକ, 100-200 ମଧ୍ୟରେ ରହିଲେ ମଧ୍ୟମ, 201-300 ମଧ୍ୟରେ ରହିଲେ ଖରାପ, 301-400 ମଧ୍ୟରେ ରହିଲେ ଅତ୍ୟନ୍ତ ଖରାପ ଏବଂ 401-500 ମଧ୍ୟରେ ରହିଲେ ଗମ୍ଭୀର ବୋଲି ବିଚାର କରାଯାଏ ।

ABOUT THE AUTHOR

...view details