ଓଡିଶା

odisha

ETV Bharat / bharat

ଆମେରିକାରୁ ଭାରତୀୟଙ୍କୁ ଉଦ୍ଧାର ନେଇ ସୁପ୍ରିମକୋର୍ଟରେ ଯାଚିକା ଦାଖଲ

କୋରୋନା ଭାଇରସ ମହାମାରୀ ସମୟରେ ଆମେରିକାରେ ଫସିଥିବା ଭାରତୀୟ ନାଗରିକଙ୍କୁ ଉଦ୍ଧାର ପାଇଁ ସୁପ୍ରିମକୋର୍ଟରେ ଯାଚିକା ଦାଖଲ । ଏନେଇ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ ଯାଚିକାରେ ଉଲ୍ଲେଖ ରହିଛି ।

PIL filed in SC
ସୁପ୍ରିମକୋର୍ଟ

By

Published : Apr 11, 2020, 4:45 PM IST

ନୂଆଦିଲ୍ଲୀ: କୋରୋନା ଭାଇରସ ମହାମାରୀ ସମୟରେ ଆମେରିକାରେ ଫସିଥିବା ଭାରତୀୟ ନାଗରିକଙ୍କୁ ଉଦ୍ଧାର ପାଇଁ ସୁପ୍ରିମକୋର୍ଟରେ ଯାଚିକା ଦାଖଲ । ଏନେଇ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ ଯାଚିକାରେ ଉଲ୍ଲେଖ ରହିଛି ।

ଆମେରିକାରେ କୋରୋନା ଭାଇରସ ସଂକ୍ରମଣ ବଢିବା ପରେ ବରିଷ୍ଠ ଓକିଲ ଭିଭା ଦତ୍ତା ମଖିଜା ଏବଂ ଓକିଲ କଶିସ୍ ଆନେଜାଙ୍କ ଦ୍ବାରା ଏହି ଆବେଦନ କରାଯାଇଛି । ଆମେରିକାରେ ଅସୁରକ୍ଷିତ ଭାରତୀୟ ନାଗରିକଙ୍କୁ ଫେରାଇ ଆଣିବା ପାଇଁ ସ୍ବତନ୍ତ୍ର ବିମାନ କାର୍ଯ୍ୟକ୍ଷମ କରିବା ପାଇଁ କେନ୍ଦ୍ରର ନିର୍ଦ୍ଦେଶ ଲୋଡିଛି ଏହି ଯାଚିକା ।

ଭାରତୀୟ ସମ୍ବିଧାନ ଧାରା 21, ଆମେରିକାରେ ଭାରତୀୟ ନାଗରିକଙ୍କ ଜୀବନ କିମ୍ବା ବ୍ୟକ୍ତିଗତ ସ୍ବାଧିନତା ଅଧିକାରକୁ ଦର୍ଶାଉଛି । ତେଣୁ ସମ୍ବିଧାନ ଅନୁସାରେ ଭାରତୀୟଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି କେନ୍ଦ୍ରକୁ ନିର୍ଦ୍ଦେଶ ଦେବା ପାଇଁ ଯାଚିକାରେ ଉଲ୍ଲେଖ ରହିଛି ।

ABOUT THE AUTHOR

...view details