ପାଟନା: ବିହାରରେ ଚିନ୍ତା ବଢାଉଛି ଏନସେଫାଲାଇଟିସ୍ ସିଣ୍ଡ୍ରୋମ । ଏହି ମାରାତ୍ମକ ଜ୍ବରରେ ଆକ୍ରାନ୍ତ ହୋଇ ଦିନକୁ ଦିନ ବଢି ଚାଲିଛି ଶିଶୁ ମୃତ୍ୟୁସଂଖ୍ୟା । ବର୍ତ୍ତମାନ ସୁଦ୍ଧା 128 ଜଣ ଶିଶୁ ପ୍ରାଣ ହରାଇ ସାରିଛନ୍ତି । ସେପଟେ ନୀତିଶ ସରକାରଙ୍କ ପାଇଁ ବଢିଛି ଅଡୁଆ । ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ବିରୁଦ୍ଧରେ ଜନସ୍ବାର୍ଥ ମାମଲା ଦାଖଲ କରାଯାଇଛି ।
ଏନ୍ସେଫାଲାଇଟିସ୍ ଜ୍ବର; କାଠଗଡାରେ ମୁଖ୍ୟମନ୍ତ୍ରୀ ନୀତିଶ ! - aes
ବିହାରରେ ଆତଙ୍କ ଖେଳାଇଛି ଜାପାନିଜ ଏନ୍ସେଫାଲାଇଟିସ୍ ଜ୍ବର । ତେବେ ଏଥିରେ ଆକ୍ରାନ୍ତ ହୋଇ ମୃତ ଶିଶୁଙ୍କ ପାଇଁ କୌଣସି ପଦକ୍ଷେପ ନେଉନଥିବା ନୀତିଶ ସରକାରଙ୍କ ବିରୁଦ୍ଧରେ ଜନସ୍ବାର୍ଥ ମାମଲା ଦାଏର ହୋଇଛି ।
ଫାଇଲ ଫଟୋ
ପୂର୍ବରୁ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନ, କେନ୍ଦ୍ର ସ୍ବାସ୍ଥ୍ୟ ରାଜ୍ୟମନ୍ତ୍ରୀ ଅଶ୍ବିନୀ ଚୌବେ ଏବଂ ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ମଙ୍ଗଲ ପାଣ୍ଡେଙ୍କ ନାମରେ ଜନସ୍ବାର୍ଥ ମାମଲା ଦାଏର କରାଯାଇଥିଲା । ରାଜ୍ୟରେ ଶିଶୁମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ସରକାର ହାତବାନ୍ଧି ବସିଥିବା ଯାଚିକାରେ ଦର୍ଶାଯାଇଛି ।