ନୂଆଦିଲ୍ଲୀ: ସାଧାରଣ ନିର୍ବାଚନରେ ରାଜନୈତିକ ଦଳଗୁଡିକ ମଧ୍ୟରେ ଜୋରଦାର ଲଢେଇ ଦେଖିବାକୁ ମିଳିଛି । ପରସ୍ପର ବିରୋଧରେ ପ୍ରଚାରରେ ମାତିଛନ୍ତି ବିଭିନ୍ନ ଦଳର ନେତାଗଣ । ଏହି ପ୍ରଚାର ଉପରେ ନିର୍ବାଚନ ଆୟୋଗର ରହିଥାଏ ତୀକ୍ଷ୍ମ ଦୃଷ୍ଟି । ଏହାସହ ଆୟୋଗ ସାରା ଦେଶରେ ଲାଗୁ କରିଛି ନିର୍ବାଚନୀ ଆଚରଣ ବିଧି । ଯାହା ଦେଶର ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ତଥା ମନ୍ତ୍ରୀଗଣଙ୍କ ଉପରେ ମଧ୍ୟ ଲାଗୁ ହୋଇଥାଏ ।
ପିଏମ ମୋଦିଙ୍କୁ କ୍ଲିନଚିଟ ଦେବାକୁ ନେଇ ନିର୍ବାଚନ ଆୟୋଗ ଦୁଇ ଫାଳ !
ଗତ ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହାରାଷ୍ଟ୍ରର ଏକ ନିର୍ବାଚନୀ ସଭାରେ ଭାଷଣ ଦେବା ବେଳେ କିଛି ଆପତ୍ତିଜନକ କଥା କହିଥିଲେ । ଯାହାକୁ ନେଇ କଂଗ୍ରେସ ନିର୍ବାଚନ ଆୟୋଗରେ ଅଭିଯୋଗ କରିଥିଲା। ବର୍ତ୍ତମାନ ଏହି ମାମଲାରେ ଆୟୋଗ ପିଏମ ମୋଦିଙ୍କୁ କ୍ଲିନଚିଟ ଦେଇଛି । ଯାହାକୁ ନେଇ ନିର୍ବାଚନ ଆୟୋଗ ଭିତରେ ବିରୋଧର ସ୍ବର ଦେଖା ଦେଇଥିଲା ।
କିନ୍ତୁ ଗତ ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହାରାଷ୍ଟ୍ରର ଏକ ନିର୍ବାଚନୀ ସଭାରେ ଭାଷଣ ଦେବା ବେଳେ କିଛି ଆପତ୍ତିଜନକ କଥା କହିଥିଲେ । ଯାହାକୁ ନେଇ କଂଗ୍ରେସ ନିର୍ବାଚନ ଆୟୋଗରେ ଅଭିଯୋଗ କରିଥିଲା । ବର୍ତ୍ତମାନ ଏହି ମାମଲାରେ ଆୟୋଗ ପିଏମ ମୋଦିଙ୍କୁ କ୍ଲିନଚିଟ ଦେଇଛି । ଯାହାକୁ ନେଇ ନିର୍ବାଚନ ଆୟୋଗ ଭିତରେ ବିରୋଧର ସ୍ବର ଦେଖା ଦେଇଥିଲା । ସୂଚନା ଅନୁସାରେ ଆୟୋଗର ୨ ନିର୍ବାଚନ କମିଶନରଙ୍କ ମଧ୍ୟରୁ ଜଣେ ନିର୍ବାଚନ କମିଶନର ପିଏମଙ୍କୁ ଦିଆଯାଇଥିବା କ୍ଲିନଚିଟକୁ ବିରୋଧ କରିଥିଲେ ।
ଏପ୍ରିଲ ୧ରେ ବର୍ଧାରେ ଏକ ନିର୍ବାଚନୀ ସଭାରେ ମୋଦି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ନେଇ କହିଥିଲେ ଯେ, ସେ ସଂଖ୍ୟାଲଘୁ ଭୋଟ ପାଇବା ପାଇଁ ୱାୟନାଡ ଲୋକସଭା ଆସନରୁ ନିର୍ବାଚନ ଲଢୁଛନ୍ତି । ସେହିପରି ଏପ୍ରିଲ ୯ରେ ପ୍ରଥମଥର ଭୋଟ କରୁଥିବା ଯୁବବର୍ଗଙ୍କୁ ବାଲାକୋଟ ଏୟାର ଷ୍ଟ୍ରାଇକ ଓ ପୁଲୱାମା ଶହୀଦଙ୍କ ନାଁରେ ଭୋଟ ଦେବାକୁ ଅପିଲ କରିଥିଲେ ।