ଓଡିଶା

odisha

ETV Bharat / bharat

ଜାମିଆ ହିଂସା: 70 ଅଭିଯୁକ୍ତଙ୍କ ଫଟୋ ଜାରି କଲା ଏସଆଇଟି - delhi Crime Branch

ଜାମିଆ ମିଲିଆ ହିଂସାକୁ ନେଇ କ୍ରାଇମବ୍ରାଞ୍ଚର ଯାଞ୍ଚରେ ଏସଆଇଟି 70 ଅଭିଯୁକ୍ତଙ୍କ ଫଟୋ ଜାରି କରିଛି । ଦିଲ୍ଲୀରେ 102 ଲୋକଙ୍କୁ ଗିରଫ କରାଯାଇସାରିଲାଣି । ଅଧିକ ପଢନ୍ତୁ...

ଜାମିୟା ହିଂସା: 70 ଅଭିଯୁକ୍ତଙ୍କ ଫଟୋ ଜାରି କଲା ଏସଆଇଟି
ଜାମିୟା ହିଂସା: 70 ଅଭିଯୁକ୍ତଙ୍କ ଫଟୋ ଜାରି କଲା ଏସଆଇଟି

By

Published : Jan 29, 2020, 11:58 PM IST

ନୂଆଦିଲ୍ଲୀ: ଜାମିଆ ମିଲିଆ ହିଂସାକୁ ନେଇ କ୍ରାଇମବ୍ରାଞ୍ଚର ଯାଞ୍ଚରେ ଏସଆଇଟି 70 ଅଭିଯୁକ୍ତଙ୍କ ଫଟୋ ଜାରି କରିଛି । ପୋଲିସ ପୋଷ୍ଟରେ ଲାଗିଥିବା ସିସିଟିଭିରୁ ଏହି ଫଟୋ ମିଳିଥିବା ଜଣା ପଡିଛି । ଜାରି ହୋଇଥିବା 70 ଜଣଙ୍କ ଅଭିଯୁକ୍ତଙ୍କ ଫଟୋ ଦେଖି ସେମାନଙ୍କ ଚିହ୍ନଟ କରିବାରେ ସହଯୋଗ କରିବା ପାଇଁ ଜନସାଧାରଣଙ୍କୁ ଅପିଲ କରିଛି ପୋଲିସ ।

ଜାମିୟା ହିଂସା: 70 ଅଭିଯୁକ୍ତଙ୍କ ଫଟୋ ଜାରି କଲା ଏସଆଇଟି

15 ଡିସେମ୍ବର ଜାମିଆ ଅଞ୍ଚଳରେ ହିଂସା ହୋଇଥିଲା । ପ୍ରଦର୍ଶନକାରୀ ପୋଲିସ ଉପରକୁ ପଥର ଫିଙ୍ଗିଥିଲେ । ଅନ୍ୟପକ୍ଷେ ଭିଡକୁ କାବୁ କରିବା ପାଇଁ ପୋଲିସ ପ୍ରଦର୍ଶନକାରୀଙ୍କ ଉପରେ ଲାଠି ଚାର୍ଜ କରିଥିଲା । ଏହି ଘଟଣାରେ 2ଟି ମାମଲା ରୁଜୁ ହୋଇଥିଲା । ଜାମିଆରେ ହୋଇଥିବା ହିଂସାର ଯାଞ୍ଚ କ୍ରାଇମବ୍ରାଞ୍ଚର ଏସଆଇଟିକୁ ହସ୍ତାନ୍ତର କରିଦିଆଯାଇଥିଲା ।

ବର୍ତ୍ତମାନ ପର୍ଯ୍ୟନ୍ତ ନାଗରିକତା ସଂଶୋଧନ ଆଇନକୁ ନେଇ ଦିଲ୍ଲୀରେ 102 ଲୋକଙ୍କୁ ଗିରଫ କରାଯାଇସାରିଲାଣି । କିଛି ଅନ୍ୟ ଅଭିଯୁକ୍ତଙ୍କ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କର ତଲାସ ଜାରି ରହିଛି ।

ABOUT THE AUTHOR

...view details