ଓଡିଶା

odisha

ETV Bharat / bharat

ସିବିଆଇକୁ ହସ୍ତାନ୍ତର କରାଯିବ କର୍ଣ୍ଣାଟକ ଫୋନ୍‌ ଟ୍ୟାପିଂ ମାମଲା - କଂଗ୍ରେସ- ଜେଡିଏସ ମେଣ୍ଟ ସରକାର

କଂଗ୍ରେସ- ଜେଡିଏସ ମେଣ୍ଟ ସରକାର ହୋଇଥିବା ଫୋନ୍‌ ଟ୍ୟାପିଂ ମାମଲା ସିବିଆଇକୁ ହସ୍ତାନ୍ତର କରାଯିବ ବୋଲି ମୁଖ୍ୟମନ୍ତ୍ରୀ ବିଏସ ୟେଦୁରପ୍ପା କହିଛନ୍ତି । କଂଗ୍ରେସ ବିଧାୟକ ଦଳ ନେତାଙ୍କ ସମେତ ଅନେକ ନେତା ଏହି ମାମଲାର ଯାଞ୍ଚ ପାଇଁ ଦାବି କରିଥିଲେ ।

ଫାଇଲ ଫଟୋ

By

Published : Aug 18, 2019, 11:12 AM IST

ବେଙ୍ଗାଲୁରୁ: କର୍ଣ୍ଣାଟକରେ ପୂର୍ବ ସରକାର ସମୟରେ ହୋଇଥିବା ଫୋନ୍‌ ଟ୍ୟାପିଂ ମାମଲା ସିବିଆଇକୁ ହସ୍ତାନ୍ତର କରି ଦେବା ନେଇ ମୁଖ୍ୟମନ୍ତ୍ରୀ ବିଏସ ୟେଦୁରପ୍ପା କହିଛନ୍ତି । କଂଗ୍ରେସ ବିଧାୟକ ଦଳ ନେତାଙ୍କ ସମେତ ଅନେକ ନେତା ଏହି ମାମଲାର ଯାଞ୍ଚ ପାଇଁ ଦାବି ଜଣାଇଥିଲେ ।

କର୍ଣ୍ଣାଟକରେ କଂଗ୍ରେସ- ଜେଡିଏସ ମେଣ୍ଟ ସରକାର ଥିବା ସମୟରେ ସରକାରଙ୍କ ଅନୁମୋଦନ କ୍ରମେ ଅବୈଧ ଫୋନ୍‌ ଟ୍ୟାପିଂ ହୋଇଥିବା ବିଜେପିର ଅନେକ ନେତା ଓ ସରକାରୀ ଅଧିକାରୀ ଅଭିଯୋଗ କରିବା ପରେ ଏହି ମାମଲା ସାମ୍ନାକୁ ଆସିଥିଲା ।

ତେବେ ମାମଲାକୁ ବର୍ତ୍ତମାନ ସିବିଆଇକୁ ହସ୍ତାନ୍ତର କରିଦେବା ନେଇ ୟେଦୁରପ୍ପା ସମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

ABOUT THE AUTHOR

...view details