ଓଡିଶା

odisha

ETV Bharat / bharat

ପାକିସ୍ତାନରୁ ମୁମ୍ବାଇ ତାଜ ହୋଟେଲ ଉଡାଇବାକୁ ଧମକପୂର୍ଣ୍ଣ ଫୋନ କଲ୍ - A call to threaten to blow up Taj Hotel from Pakistan

ପାକିସ୍ତାନ ସ୍ଥିତ କରାଚୀ ଷ୍ଟକ ଏକ୍ସଚେଞ୍ଜ ବିଲ୍ଡିଂ ଉପରେ ଆତଙ୍କୀ ଆକ୍ରମଣ ହୋଇଥିଲା । ଏହାର ଗୋଟିଏ ଦିନ ନ ବିତୁଣୁ ମୁମ୍ବାଇ ତାଜ ହୋଟେଲକୁ ବମରେ ଉଡାଇ ଦେବାକୁ ଆସିଲା ଧମକପୂର୍ଣ୍ଣ ଫୋନ କଲ ଆସିଛି । ଅଧିକ ପଢନ୍ତୁ...

ପାକିସ୍ତାନରୁ ଆସିଲା ମୁମ୍ବାଇ ତାଜ ହୋଟେଲକୁ ବମରେ ଉଡାଇ ଦେବାକୁ ଧମକପୂର୍ଣ୍ଣ ଫୋନ କଲ
ପାକିସ୍ତାନରୁ ଆସିଲା ମୁମ୍ବାଇ ତାଜ ହୋଟେଲକୁ ବମରେ ଉଡାଇ ଦେବାକୁ ଧମକପୂର୍ଣ୍ଣ ଫୋନ କଲ

By

Published : Jun 30, 2020, 11:22 AM IST

ମୁମ୍ବାଇ: ମୁମ୍ବାଇରେ ସୁରକ୍ଷା ସହ ଜଡିତ ଏକ ବଡ ଖବର ସାମ୍ନାକୁ ଆସିଛି। ମୁମ୍ବାଇର ତାଜ ହୋଟେଲକୁ ବୋମାରେ ଉଡାଇ ଦେବାକୁ ଧମକପୂର୍ଣ୍ଣ ଫୋନ ଆସିଛି । ଏହି ଫୋନ ପାକିସ୍ତାନରୁ ତାଜ ହୋଟେଲକୁ ଆସିଛି । ଫୋନରେ ବ୍ୟକ୍ତି ଜଣକ କହିଛନ୍ତି, "ସମସ୍ତେ କରାଚି ଷ୍ଟକ ଏକ୍ସଚେଞ୍ଜରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଦେଖିଲେ, ବର୍ତ୍ତମାନ ତାଜ ହୋଟେଲରେ 26/11 ଆକ୍ରମଣ ପୁଣି ଥରେ ଘଟିବ"।

ଫୋନ କଲ ସମ୍ପର୍କରେ ତୁରନ୍ତ ମୁମ୍ବାଇ ପୋଲିସକୁ ସୂଚନା ଦିଆଯାଇଛି। ମୁମ୍ବାଇ ପୋଲିସ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦେଇଛି । ରାତିସାରା ମୁମ୍ବାଇ ପୋଲିସ ଏବଂ ହୋଟେଲ କର୍ମଚାରୀମାନେ ଏକାଠି ସୁରକ୍ଷା ଯାଞ୍ଚ କରିଥିଲେ। ହୋଟେଲକୁ ଆସୁଥିବା ଅତିଥି ଏବଂ ସେମାନଙ୍କର ଗତିବିଧି ଉପରେ ନଜର ରଖାଯାଉଛି। ଏହା ବ୍ୟତୀତ ଦକ୍ଷିଣ ମୁମ୍ବାଇରେ ପୋଲିସର ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି ।

ତେବେ ସୋମବାର କରାଚି ସ୍ଥିତ ପାକିସ୍ତାନ ଷ୍ଟକ ଏକ୍ସଚେଞ୍ଜ ବିଲ୍ଡିଂ ଉପରେ ଆତଙ୍କୀ ଆକ୍ରମଣ ହୋଇଥିଲା । ଏହି ଆକ୍ରମଣରେ ସମ୍ପୃକ୍ତ 4 ଜଣ ଆତଙ୍କବାଦୀ ସୁରକ୍ଷାକର୍ମୀଙ୍କ ଗୁଳିରେ ପ୍ରାଣ ହରାଇଛନ୍ତି । ପୋଲିସ ଅଧିକାରୀଙ୍କ ସୂଚନା ମୁତାବକ ଏହି ଅପରେସନରେ ଜଣେ ସବ-ଇନ୍ସପେକ୍ଟର ଏବଂ ଚାରିଜଣ ସୁରକ୍ଷାକର୍ମୀ ପ୍ରାଣ ହରାଇଛନ୍ତି ।

ସେହପିରି 26 ନଭେମ୍ବର 2008 ରେ, ମୁମ୍ବାଇରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା। ପ୍ରାୟ 60 ଘଣ୍ଟା ଧରି ଚାଲିଥିବା ଏହି ଆକ୍ରମଣରେ 166ରୁ ଉର୍ଦ୍ଧ୍ବ ଲୋକ ପ୍ରାଣ ହରାଇଥିଲେ ଏବଂ 300 ରୁ ଅଧିକ ଲୋକ ଆହତ ହୋଇଥିଲେ। ଯେଉଁମାନେ ମୃତ୍ୟୁବରଣ କରିଥିଲେ ସେମାନଙ୍କ ମଧ୍ୟରେ 28 ବିଦେଶୀ ନାଗରିକ ମଧ୍ୟ ଥିଲେ। ଏହି ଆକ୍ରମଣ ସମଗ୍ର ଦେଶକୁ ଥରାଇ ଦେଇଥିଲା ।

ମୁମ୍ବାଇ ଆତଙ୍କବାଦୀ ଆକ୍ରମଣରେ ଏକମାତ୍ର ଆତଙ୍କବାଦୀ ଅଜମଲ କସାବ ଜୀବନ୍ତ ଧରାପଡିଥିଲା। ଏହି ଘଟଣାରେ କସାବକୁ 21 ସେପ୍ଟେମ୍ବର 2012ରେ ପୁନେର ୟେରବଦା ଜେଲରେ ଫାଶୀ ଦିଆଯାଇଥିଲା।

ABOUT THE AUTHOR

...view details