ଓଡିଶା

odisha

ETV Bharat / bharat

କୋରୋନା କେୟାର, କମ୍ପ୍ୟୁଟରର କ୍ଷତିକାରକ ରଶ୍ମିରୁ ତ୍ବଚାକୁ ବଞ୍ଚାଇବ ସନସ୍କ୍ରିନ ଲୋସନ - corona virus

ଆଖି ଓ ମୁହଁକୁ ମୋବାଇଲ ଓ କମ୍ପ୍ୟୁଟରର କ୍ଷତିକାରକ ରଶ୍ମିରୁ ବଞ୍ଚାଇବା ପାଇଁ ବ୍ୟବହାର କରନ୍ତୁ ସନସ୍କ୍ରିନ ଲୋସନ। ଯାହା ଆପଣଙ୍କ ତ୍ବଚା ପାଇଁ ଉପାଦେୟ ସାବ୍ୟସ୍ତ ହେବ।

phone-and-computer
କୋରୋନା କେୟାର, କମ୍ପ୍ୟୁଟରର କ୍ଷତିକାରକ ରଶ୍ମିରୁ ମୁହଁକୁ ବଞ୍ଚାଇବ ସନସ୍କ୍ରିନ ଲୋସନ

By

Published : May 15, 2020, 8:12 AM IST

ଲକଡାଉନରେ କର୍ମଜୀବି ମହିଳା ହୁଅନ୍ତୁ ବା ପୁରୁଷ ସମସ୍ତେ ଘରେ ରହି କାମ କରୁଛନ୍ତି। କେବଳ ସେତିକି ନୁହେଁ ଘଣ୍ଟା ଘଣ୍ଟା ଧରି କମ୍ପ୍ୟୁଟର ସାମ୍ନାରେ ସମୟ ଅତିବାହିତ କରିବାକୁ ପଡୁଛି। ତେବେ ଦୀର୍ଘ ସମୟ ଧରି କମ୍ପ୍ୟୁଟର ସାମ୍ନାରେ କାମ କରିବା ପରେ ଆଖି ଉପରେ ପ୍ରଭାବ ପଡୁଛି ତା ସହ ମୁହଁରେ ମଧ୍ୟ ଛୋଟ ଛୋଟ ଦାନା ବାହାରିବାରେ ଲାଗିଛି।

ତେବେ ମୁହଁର ଏହି ଶୁଷ୍କତା ପାଇଁ ବିଭିନ୍ନ କାରଣ ଦାୟୀ। ସେଥିରେ ଆପଣଙ୍କ ଦୈନନ୍ଦିନ ଅଭ୍ୟାସ ଓ ଶରୀର ପ୍ରତି କମ ଯତ୍ନବାନ ହେବା ମଧ୍ୟ ମୁଖ୍ୟ କାରଣ ହୋଇଥାଇ ପାରେ । କିନ୍ତୁ ଏହି ସମସ୍ୟା ପାଇଁ ସାଧାରଣତଃ ଝିଅମାନେ ବିଭିନ୍ନ କେମିକାଲ ପ୍ରଡକ୍ଟ ବ୍ୟବହାର କରନ୍ତି। ତାହା ଆଦୌ ଠିକ୍ ନୁହେଁ।

ତେବେ ମୋବାଇଲ ଓ କମ୍ପ୍ୟୁଟରରୁ ନିର୍ଗତ ଅତିବାଇଗଣୀ ରଶ୍ମି ଶରୀର ଓ ଆଖି ପାଇଁ ହାନିକାରକ। ଏହାସହ ତ୍ବଚା ଉପରେ ମଧ୍ୟ କୁପ୍ରଭାବ ପକାଇଥାଏ। ଏହି ରଶ୍ମି ଚର୍ମ ବୟସର ଦାଗକୁ ଶୀଘ୍ର ଆଣିଥାଏ। ଯାହାଫଳରେ ଚର୍ମ ଲୋଚାକୋଚା ଓ ବୟସ୍କ ଦେଖାଯାଏ।

ଏହି ରଶ୍ମି ଚର୍ମରେ ପିଗମେଣ୍ଟେସନ ଆଣିବା ସହ ମେଲାନିନ୍ ମାତ୍ରାକୁ ବୃଦ୍ଧି କରାଏ। ଯାହାଦ୍ବାରା ନାଲି ନାଲି ବ୍ରଣ ପରି ବାହାରିବା ସହ ସ୍କିନର ଆସ୍ତରଣ ମୋଟା ହୋଇଯାଏ। ଧୀରେ ଧୀରେ ତାହା କଳାଦାଗରେ ପରିଣତ ହୋଇଯାଏ।

ଏଟା ବି ସତ ବର୍ତ୍ତମାନ ସମୟରେ ଜଣେ ବ୍ୟକ୍ତି ଚାହିଁଲେ ବି କମ୍ପ୍ୟୁଟର ଓ ମୋବାଇଲ ବିନା ଜୀବନ ଅତିବାହିତ କରିବା ଅସମ୍ଭବ। ତେଣୁ ଏତେ ସବୁ ଅସୁବିଧାରୁ ଦୂରେଇ ରହିବା ପାଇଁ ମୁହଁରେ ସନସ୍କ୍ରିନ ଲୋସନ ବ୍ୟବାହ କରନ୍ତୁ। ଯଦିଓ ଆପଣ ଘରେ ରହୁଛନ୍ତି ବାହାରକୁ ବାହାରୁ ନାହାଁନ୍ତି ତଥାପି କ୍ଷତିକାରକ ଅତିବାଇଗଣୀ ରଶ୍ମିରୁ ରକ୍ଷା ପାଇଁ ସନସ୍କ୍ରିନ ଲୋସନ ଉପାଦେୟ ସାବ୍ୟସ୍ତ ହେବ।

ABOUT THE AUTHOR

...view details