ଓଡିଶା

odisha

ETV Bharat / bharat

ଦେଶରେ ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌ ଔଷଧ ଷ୍ଟକ୍ ରହିଛି: ପଙ୍କଜ ପଟେଲ

କୋଭିଡ୍-19 ସଂକ୍ରମଣକୁ ରୋକିବା ନେଇ ଭାରତ ସରକାର ଅନେକ ପଦକ୍ଷେପ ନେଉଛନ୍ତି । ସେଥିମଧ୍ୟରୁ ହାଇଡ୍ରୋକ୍ସିକ୍ଲୋରୋକ୍ବିଇନ୍ ହେଉଛି ଏପରି ଏକ ଔଷଧ ଯାହାକୁ କୋଭିଡ୍-19 ବିରୋଧରେ 'ଗେମ୍ ଚେଞ୍ଜର' ବୋଲି କୁହାଯାଉଛି। ଅଧିକ ପଢନ୍ତୁ...

By

Published : Apr 11, 2020, 3:20 PM IST

hydroxychloroquine
ଦେଶରେ ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌ ଔଷଧ ଷ୍ଟକ୍ ରହିଛି

ଗାନ୍ଧୀନଗର: ଫାର୍ମାସ୍ୟୁଟିକାଲ ଉଦ୍ୟୋଗ ହାଇଡ୍ରୋକ୍ସିକ୍ଲୋରୋକ୍ବିଇନ୍ (HCQ) ଉତ୍ପାଦନକୁ ଯଥେଷ୍ଟ ବୃଦ୍ଧି କରିଛି । ଏହି ମାସରେ ଶିଳ୍ପ ଦ୍ବାରା 20 କୋଟି ଟାବଲେଟ୍ ଉତ୍ପାଦିତ ହୋଇଥିବା ସୂଚନା ଦେଇଛନ୍ତି ଅହମଦାବାଦ ଜିଡସ୍ କ୍ୟାଡିଲାର ସିଇଓ ପଙ୍କଜ ପଟେଲ ।

ଦେଶରେ ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌ ଔଷଧ ଷ୍ଟକ୍ ରହିଛି

ସେ କହିଛନ୍ତିଯେ, "ଆମ ପାଖରେ ପର୍ଯ୍ୟାପ୍ତ ଷ୍ଟକ୍ ଉପଲବ୍ଧ ରହିଛି । କେବଳ ଘରୋଇ ବଜାର ପାଇଁ ନୁହେଁ, ଯଦି ଆବଶ୍ୟକ ପଡେ ଆମେ ବିଶ୍ବକୁ ଯୋଗାଇବାରେ ସମର୍ଥ ହୋଇପାରିବା । ମୋ କମ୍ପାନୀ ଆସନ୍ତା ମାସରେ 15 କୋଟି ଟାବଲେଟ୍ ସହିତ ସମାନ 30 ଟନ ଆକ୍ଟିଭ ଫାର୍ମାସ୍ୟୁଟିକାଲ୍ ଉପାଦାନ ଉତ୍ପାଦନ କରିବ ।

ABOUT THE AUTHOR

...view details