ଓଡିଶା

odisha

ETV Bharat / bharat

ISI ପ୍ରରୋଚନାରେ କାର୍ଯ୍ୟ କରୁଛି PFI

ଦିଲ୍ଲୀ ହିଂସା ପଛରେ PFI ର ହାତ ରହିଥିବା କୁହାଯାଉଛି । ଏହି ସଂଗଠନରେ ଉତ୍ତର ପ୍ରଦେଶରେ ସମ୍ପୃକ୍ତ ଲୋକ ଗିରଫ ହୋଇଛନ୍ତି । ପିଏଫଆଇକୁ କିଏ ଆର୍ଥିକ ସହାୟତା ଯୋଗାଉଥିଲା ତାହା ଯାଞ୍ଚ କରାଯାଉଛି ।

pfi-works-in-isi-hints-in-india-during-the-time-of-violance-in-caa
ଫଟୋ ସୌଜନ୍ୟ: ଫାଇଲ ଫଟୋ

By

Published : Jan 2, 2020, 9:44 AM IST

ଲକ୍ଷୌ: ଯୋଗୀ ସରକାରର ସଂଖ୍ୟାଲଘୁ ବିଭାଗର ମନ୍ତ୍ରୀ ମହସିନ ରଜା କହିଛନ୍ତି ପିପୁଲସ ଫ୍ରଣ୍ଟ ଅଫ ଇଣ୍ଡିଆ (ପିଏଫଆଇ) ପଛରେ ପାକିସ୍ତାନର ଆଇଏସଆଇର ଇସାରାରେ କାର୍ଯ୍ୟ କରୁଛି । ଉତ୍ତରପ୍ରଦେଶ ଡିଜିପି ଓପି ସିଂହ ଗୃହ ବିଭାଗକୁ ଚିଠି ଲେଖି ପିଏଫଆଇ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ କହିଥିଲେ । ପୂର୍ବରୁ ପିଏଫଆଇକୁ ଝାଡଖଣ୍ଡରେ ବ୍ୟାନ କରାଯାଇଛି ।

କେନ୍ଦ୍ରୀୟ ଗୃହ ମନ୍ତ୍ରଣାଳୟ ପିଏଫଆଇ କାର୍ଯ୍ୟକ୍ରମ ଉପରେ ନଜର ରଖିଛି । ଦିଲ୍ଲୀରେ ହୋଇଥିବା ହିଂସାରେ ପିଏଫଆଇର ଭୂମିକାକୁ ଦିଲ୍ଲୀ ପୋଲିସ ତଦନ୍ତ ଆରମ୍ଭ କରିଛି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ, ଆୟକର ବିଭାଗ ଓ ଗୃହମନ୍ତ୍ରଣାଳୟର ଏଫସିଆରଏମ କିଭଳି ବିଦେଶରୁ ଟଙ୍କା ଆସୁଥିଲ ତାହାର ଯାଞ୍ଚ ଆରମ୍ଭ କରାଯାଇଛି । ନାଗରିକ ସଂଶୋଧନ ଆଇନ (ସିଏଏ)କୁ ନେଇ ଦେଶବ୍ୟାପୀ ହିଂସା ସୃଷ୍ଟି ହୋଇଥିଲା । ଦିଲ୍ଲୀ ଓ ଉତ୍ତରପ୍ରଦେଶରେ ହିଂସା ସହିତ ବ୍ୟାପକ ପରିମାଣରେ ଲୋକଙ୍କ ମଧ୍ୟରେ ଭୟଭାବ ସୃଷ୍ଟି କରିବା ଜନସାଧାରଣଙ୍କ ସମ୍ପତ୍ତି ନଷ୍ଟ କରାଯିବା ।

ଏହା ପରେ ପିଏଫଆଇ ସହିତ ଜଡିତ କେତେଜଣ ବ୍ୟକ୍ତିକୁ ପୋଲିସ ଗିରଫ କରିଛି । ପିଏଫଆଇ 100 କୋଟିରୁ ଉର୍ଦ୍ଧ ଟଙ୍କା ରହିଛି ବୋଲି ଜଣାପଡିଛି । ଦେଶର ବିଭିନ୍ନ ଅଞ୍ଚଳ ଦିଲ୍ଲୀ,ୟୁପି,କେରଳରେ ରହିଛି । ପିଏଫଆଇ ସହିତ ଜଡିତ ଲୋକମାନଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଆର୍ଥିକ ଅନିୟମିତତା ମାମଲାରେ ମାମଲା ରୁଜୁ କରାଯାଇଛି ।

ABOUT THE AUTHOR

...view details