ନୂଆଦିଲ୍ଲୀ: ପେଟ୍ରୋଲ ଦର ବୃଦ୍ଧି ଆଜି ପଞ୍ଚମ ଦିନରେ ପହଞ୍ଚିଲାଣି । ହେଲେ ଏପଟେ ଡିଜେଲ ଦରରେ ହ୍ରାସ ହୋଇଥିବାରୁ ଗ୍ରାହକଙ୍କୁ ମିଳିଛି ତ୍ରାହି। ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଦର ବୃଦ୍ଧି ହୋଇ ଲିଟର ପିଛା 73.30 ପଇସା ରହିଛି ।
ବଢୁଛି ପେଟ୍ରୋଲ ଦର, ଡିଜେଲ ଦର କମିବା ପରେ ଗ୍ରାହକ ଆଶ୍ବସ୍ତ - petrol price rise in 5th day
ବଢୁଛି ପେଟ୍ରୋଲ ଦର, ହ୍ରାସ ପାଉଛି ଡିଜେଲ । ରାଜଧାନୀରେ 73.30 ପଇସା ରହିଛି । ଆଗକୁ ପଢନ୍ତୁ...
ମଙ୍ଗଳବାର ଦିଲ୍ଲୀ, ମୁମ୍ବାଇ ଏବଂ ଚେନ୍ନାଇରେ 10 ପଇସା ଏବଂ କୋଲକତାରେ 9 ପଇସା ବୃଦ୍ଧି ହୋଇଛି। ଏହି ସହର ମାନଙ୍କରେ ଡିଜେଲ ଦର ଲିଟର ପିଛା 6 ପଇସା ହ୍ରାସ ପାଇଛି । ପାଞ୍ଚ ଦିନ ଭିତରେ ରାଜଧାନୀ ଦିଲ୍ଲୀରେ 70 ପଇସା ବୃ୍ଦ୍ଧି ଘଟିଛି । ଏହାସହ ଡିଜେଲ ଦୁଇ ଦିନରେ 12 ପଇସା ହ୍ରାସ ପାଇଛି ।
ସୂଚନା ଅନୁସାରେ, ଦିଲ୍ଲୀ, କୋଲକାତା, ମୁମ୍ବାଇ ଏବଂ ଚେନ୍ନାଇରେ ପେଟ୍ରୋଲ ଦର ବୃଦ୍ଧି ହୋଇ 73.30ଟଙ୍କା, 76.00 ଟଙ୍କା, 78.97 ଟଙ୍କା ଏବଂ 76.18 ଟଙ୍କା ପ୍ରତି ଲିଟରରେ ପହଞ୍ଚିଛି । ଏହାସହ ଏହି ମହାନଗର ମାନଙ୍କରେ ଡିଜେଲ ଦର ବର୍ତ୍ତମାନ ହ୍ରାସ ପାଇ 65.79, 68.20 ଟଙ୍କା, 69.01 ଏବଂ 69.54 ଟଙ୍କା ରହିଛି ।