ଓଡିଶା

odisha

ETV Bharat / bharat

ଦେଶର 4 ମହାନଗରୀରେ ବଢିଲା ପେଟ୍ରୋଲ ଦର - delhi petrol price high

ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ଦୀର୍ଘ ଦେଢ ମାସ ପରେ ପୁଣି ପେଟ୍ରୋଲ ଦର ବୃଦ୍ଧି ପାଇ  80 ଟଙ୍କା ହୋଇଛି  । ତେବେ ଦେଶର 4 ଟି ମହାନଗରୀ ଦିଲ୍ଲୀ,  କଲିକତା, ମୁମ୍ବାଇ ଏବଂ ଚେନ୍ନାଇରେ ପେଟ୍ରୋଲ ଦର ପ୍ରତି ଲିଟର ପିଛା 15-16 ପଇସା ଲେଖାଏଁ  ବୃଦ୍ଧି ପାଇଥିବା ବେଳେ ଡିଜେଲ ଦରରେ କୌଣସି ପରିବର୍ତ୍ତନ ହୋଇନାହିଁ ।

ଫାଇଲ ଫଟୋ

By

Published : Nov 22, 2019, 10:52 AM IST

ନୂଆଦିଲ୍ଲୀ: ପୁଣି ବଢିଲା ପେଟ୍ରୋଲ ଦର। ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ଦୀର୍ଘ ଦେଢ ମାସ ପରେ ପୁଣି ପେଟ୍ରୋଲ ଦର ବୃଦ୍ଧି ପାଇ 80 ଟଙ୍କା ହୋଇଛି। ଦିଲ୍ଲୀ, କଲିକତା, ମୁମ୍ବାଇ ଏବଂ ଚେନ୍ନାଇ ଭଳି 4ଟି ମହାନଗରୀରେ ପେଟ୍ରୋଲ ଦର ପ୍ରତି ଲିଟର ପିଛା 15-16 ପଇସା ଲେଖାଏଁ ବୃଦ୍ଧି ପାଇଥିବା ବେଳେ ଡିଜେଲ ଦରରେ କୌଣସି ପରିବର୍ତ୍ତନ ହୋଇନାହିଁ।

ଇଣ୍ଡିଆନ ଅଏଲ ୱେବସାଇଟ ଅନୁଯାୟୀ, ଦିଲ୍ଲୀର ପ୍ରେଟୋଲ ଲିଟର ପିଛା ଦର ବୃଦ୍ଧି ହୋଇ 74.35 ଟଙ୍କା ରହିଥିବା ବେଳେ କୋଲକାତାରେ 77.04 ଟଙ୍କା ହୋଇଛି। ସେହିପରି ମୁମ୍ବାଇରେ ଲିଟର ପିଛା ପେଟ୍ରୋଲ ଦର 80.01 ଟଙ୍କା ଥିବାବେଳେ ଚେନ୍ନାଇରେ 77.29 ଟଙ୍କା ରହିଛି।

ଶୁକ୍ରବାର ପେଟ୍ରୋଲ ମାର୍କେଟିଂ କମ୍ପାନୀ ଏହି ଚାରୋଟି ମହାନଗରୀରେ ପେଟ୍ରୋଲ ଦର ବୃଦ୍ଧି କରିଛି । ଚେନ୍ନାଇରେ ଲିଟର ପିଛା 15 ପଇସା ବୃଦ୍ଧି ହୋଇଥିବା ବେଳେ ଦିଲ୍ଲୀ, ମୁମ୍ବାଇ, କଲିକତାରେ 16 ପଇସା ବୃଦ୍ଧି ହୋଇଛି ।

ABOUT THE AUTHOR

...view details