ଓଡିଶା

odisha

By

Published : Jun 17, 2020, 9:05 AM IST

ETV Bharat / bharat

ପୁଣି ବଢିଲା ତୈଳ ଦର: ପେଟ୍ରୋଲ 55 ଓ ଡିଜେଲ 69 ପଇସାକୁ ବୃଦ୍ଧି

ବେଲଗାମ ତେଲ ଦର । କ୍ରମାଗତ ଭାବରେ ବଢି ଚାଲିଛି ପେଟ୍ରୋଲ ଡିଜେଲ ଦର । 11 ଥର ପାଇଁ ତୈଳ ଦର ବୃଦ୍ଧି ପାଇଛି । ଦିଲ୍ଲୀରେ ପେଟ୍ରୋଲ 55 ପଇସା ମହଙ୍ଗା ହୋଇଥିବାବେଳେ ଡିଜେଲ 69 ପଇସାକୁ ବୃଦ୍ଧି ପାଇଛି ।

ପୁଣି ବିଢିଲା ତୈଳ ଦର: ପେଟ୍ରୋଲ 55 ଓ ଡିଜେଲ 69 ପଇସାକୁ ବୃଦ୍ଧି
ପୁଣି ବିଢିଲା ତୈଳ ଦର: ପେଟ୍ରୋଲ 55 ଓ ଡିଜେଲ 69 ପଇସାକୁ ବୃଦ୍ଧି

ନୂଆଦିଲ୍ଲୀ: ଲଗାତାର ଭାବରେ ବଢି ଚାଲିଛି ତୈଳ ଦର । 11 ଥର ପାଇଁ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇଛି । ଦିଲ୍ଲୀରେ ପେଟ୍ରୋଲ 55 ପଇସା ମହଙ୍ଗା ହୋଇଥିବାବେଳେ ଡିଜେଲ 69 ପଇସାକୁ ବୃଦ୍ଧି ପାଇଛି ।

ଦର ବୃଦ୍ଧି ପରେ ଏବେ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା 77.28 ଟଙ୍କା ଥିବା ବେଳେ ଡିଜେଲର ମୂଲ୍ୟ 75.79 ଟଙ୍କାକୁ ବୃଦ୍ଧି ପାଇଛି ।

ତୈଳ ଦରରେ ଲାଗୁନି ଲଗାମ । ଗତକାଲି ବା ମଙ୍ଗଳବାର ପେଟ୍ରୋଲ 47 ପଇସା ଓ ଡିଜେଲ 57 ପଇସାକୁ ବୃଦ୍ଧି ପାଇଥିବାବେଳେ ଆଜି ପୁଣି ତୈଳ ଦର ବୃଦ୍ଧି ହୋଇଛି । ଚଳିତ ମାସ ତୈଳ ଦର 6 ରୁ ଊର୍ଦ୍ଧ୍ବ ଟଙ୍କା ବୃଦ୍ଧି ପାଇଛି । ସେପଟେ ଏପରି ଲଗାତାର ବୃଦ୍ଧି ହେତୁ ସରକାରଙ୍କୁ ଘେରିଛନ୍ତି ବିରୋଧୀ ଦଳ ।

ABOUT THE AUTHOR

...view details