ନୂଆଦିଲ୍ଲୀ :ପୁଣି ବଢିଲା ତୈଳଦର । କୋରୋନା ସଙ୍କଟ ବେଳେ ବେଲଗାମ ତୈଳଦର । ଲଗାତାର ବୃଦ୍ଧି ପାଇବାରେ ଲାଗିଛି ପେଟ୍ରୋଲ-ଡିଜେଲ । ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦରରେ ହ୍ରାସ ଘଟୁଥିଲେ ମଧ୍ୟ ଭାରତୀୟ ତୈଳ ବଜାରରେ କୌଣସି ପ୍ରଭାବ ପଡ଼ୁନଥିବା ଦେଖିବାକୁ ମିଳିଛି । ପେଟ୍ରୋଲ ଲିଟର ପିଛା 0.56 ପଇସା ଓ ଡିଜେଲ ଲିଟର ପିଛା 0.63 ପଇସା ବୃଦ୍ଧି ପାଇଛି।
ବେଲଗାମ ତୈଳଦର: ପେଟ୍ରୋଲ 56, ଡିଜେଲ 63 ପଇସାକୁ ବୃଦ୍ଧି
ବେଲଗାମ ତୈଳଦର: ପେଟ୍ରୋଲ 56 ଓ ଡିଜେଲ 63 ପଇସାକୁ ବୃଦ୍ଧି । 13 ଦିନ ଧରି ତୈଳଦର ବୃଦ୍ଧି ପାଇଥିବା ସୂଚନା । ଅଧିକ ପଢନ୍ତୁ.....
ବେଲଗାମ ତୈଳଦର: ପେଟ୍ରୋଲ 56, ଡିଜେଲ 63 ପଇସାକୁ ବୃଦ୍ଧି
ଦିଲ୍ଲୀରେ ପେଟ୍ରୋଲ ମୂଲ୍ୟ 77.81 ରୁ ଲିଟର ପିଛା 78.37 ଟଙ୍କାକୁ ବୃଦ୍ଧି ପାଇଥିବାବେଳେ ଡିଜେଲ ଦର 76.43 ରୁ ଲିଟର 77.06 ଟଙ୍କାକୁ ବୃଦ୍ଧି କରାଯାଇଛି । କ୍ରମାଗତ ଭାବେ, 13 ଦିନ ଧରି ତୈଳଦର ବୃଦ୍ଧି ପାଇବାରେ ଲାଗିଛି ।
ସୌଜନ୍ୟ @ANI