ଓଡିଶା

odisha

ETV Bharat / bharat

ଦିଲ୍ଲୀ ହିଂସା: କଂଗ୍ରେସ-ଆପ୍ ନେତାଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ଆବେଦନକାରୀଙ୍କ ଦାବି - delhi violence

ଦିଲ୍ଲୀରେ ହୋଇଥିବା ହିଂସା ଉପରେ ଆବେଦନକାରୀ ଅଜୟ ଗୌତମ ଏହି ମାମଲାରେ ଆମ୍ ଆଦମୀ ପାର୍ଟି ଓ କିଛି କଂଗ୍ରେସ ନେତାଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ହାଇକୋର୍ଟରେ ଦାବି କରିଛନ୍ତି।

ଦିଲ୍ଲୀ ହିଂସା
ଦିଲ୍ଲୀ ହିଂସା

By

Published : Jul 27, 2020, 4:08 PM IST

ନୂଆଦିଲ୍ଲୀ: ଦିଲ୍ଲୀ ହିଂସା ଘଟଣାରେ ଆବେଦନକାରୀ ଅଜୟ ଗୌତମ ଏହି ମାମଲାରେ ଆମ୍ ଆଦମୀ ପାର୍ଟି ଓ କିଛି କଂଗ୍ରେସ ନେତାଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ହାଇକୋର୍ଟରେ ଦାବି କରିଛନ୍ତି। ଏହାସହ ଅଜୟ ଗୌତମ ତାଙ୍କ ଆବେଦନରେ କହିଛନ୍ତି ଯେ ସିଏଏ ବିରୋଧ ପ୍ରଦର୍ଶନ ପଛରେ ଆଣ୍ଟିନ୍ୟାସନାଲ ଫୋର୍ସ ସମର୍ଥନରେ ଏନଆଇଏ ତଦନ୍ତ ହେବା ଉଚିତ।

ଏହି ପ୍ରଦର୍ଶନ ପଛରେ ଗଭୀର ଷଡଯନ୍ତ୍ର ସମ୍ପର୍କରେ ଦିଲ୍ଲୀ ପୋଲିସ ମଧ୍ୟ ଏହାର ଉତ୍ତର ଦାଖଲ କରିଛି। ଏହି ମାମଲାରେ କେବଳ ଦିଲ୍ଲୀ ପୋଲିସର ତଦନ୍ତ ପର୍ଯ୍ୟାପ୍ତ ନୁହେଁ। ଏହି ଷଡଯନ୍ତ୍ରର ଏନଆଇଏ ଅନୁସନ୍ଧାନ ଆବଶ୍ୟକ । ଆସନ୍ତା ସପ୍ତାହ ପର୍ଯ୍ୟନ୍ତ ଆବେଦନକାରୀଙ୍କ ଆବେଦନ ଉପରେ ଜବାବ ଦେବାକୁ ହାଇକୋର୍ଟ ଦିଲ୍ଲୀ ପୋଲିସକୁ କହିଛନ୍ତି। ଆସନ୍ତା ସପ୍ତାହରେ ପୁନର୍ବାର ଏହି ମାମଲାର ଶୁଣାଣି ହେବ।

ଉତ୍ତର-ପୂର୍ବ ଦିଲ୍ଲୀ ଦଙ୍ଗା ମାମଲାରେ ନିରପେକ୍ଷ ତଦନ୍ତ ନିଶ୍ଚିତ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜାଫରାବାଦ୍-ମୌଜପୁର ମେଟ୍ରୋ ଷ୍ଟେସନରୁ ଓ ଫଟୋଗ୍ରାଫରଙ୍କ କ୍ୟାମେରାରୁ ଭିଡିଓ ଫୁଟେଜ୍ ଏଯାଏଁ ପୋଲିସ ଜବତ କରିନଥିବା ମଧ୍ୟ କୋର୍ଟ କହିଛନ୍ତି ।

ଏହି ମାମଲାରେ ଭିଡିଓ ଫୁଟେଜର ଗୁରୁତ୍ବ ଉପରେ ଅତିରିକ୍ତ ସେସନ୍ ଜଜ୍ ଡିସିପିଙ୍କୁ ବ୍ୟକ୍ତିଗତ ଭାବେ ତଦାରଖ କରିବାକୁ କହିଛନ୍ତି। ପିଞ୍ଜରା ତୋଡ୍ କାର୍ଯ୍ୟକର୍ତ୍ତା ଦେବାଙ୍ଗନା କାଲିତା, ନତାଶା ନରୱାଲ ଓ ପୂର୍ବତନ କଂଗ୍ରେସ କାଉନସିଲର ଇଶ୍ରାତ ଜାହାନଙ୍କ ନ୍ୟାୟିକ ହେପାଜତକୁ ଅଗଷ୍ଟ 14 ପର୍ଯ୍ୟନ୍ତ ବଢାଇବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଦିଲ୍ଲୀ ହିଂସା ଘଟଣାର ୟୁଏପିଏ ମାମଲାରେ ଦିଲ୍ଲୀ ସ୍ପେଶାଲ ସେଲ ଦ୍ବାରା ଅନୁସନ୍ଧାନ କରାଯାଉଛି।

ABOUT THE AUTHOR

...view details