ଓଡିଶା

odisha

ETV Bharat / bharat

ଆଜିଠାରୁ ସୁପ୍ରିମକୋର୍ଟରେ ଧାରା 370ର ଶୁଣାଣି - ସୁପ୍ରିମକୋର୍ଟରେ ଧାରା 370ର ଶୁଣାଣି

ଆଜିଠାରୁ ଧାରା 370 ଉଚ୍ଛେଦକୁ ବିରୋଧ କରି ଦାୟର ହୋଇଥିବା ମାମଲାର ଶୁଣାଣି କରିବେ ସାମ୍ବିଧାନିକ ଖଣ୍ଡପୀଠ । ଜଷ୍ଟିସ ରମଣଙ୍କ ଅଧ୍ୟକ୍ଷତାରେ ମାମଲାର ଶୁଣାଣି କରାଯିବ ।

ଫାଇଲ ଫଟୋ

By

Published : Oct 1, 2019, 8:42 AM IST

ନୂଆଦିଲ୍ଲୀ: ଆଜି ଧାରା 370 ଉଚ୍ଛେଦ ମାମଲାର ହେବ ଶୁଣାଣି । କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଉପରେ ଶୁଣାଣି କରିବେ 5 ଜଣିଆ ସାମ୍ବିଧାନିକ ଖଣ୍ଡପୀଠ । ଧାରା ଉଚ୍ଛେଦ ବିରୋଧରେ ମାମଲା ଦାୟର କରିଥିଲେ ନ୍ୟାସନାଲ କନଫରେନ୍ସ ସମେତ ପୂର୍ବ ପ୍ରତିରକ୍ଷା ଓ ପ୍ରଶାସନିକ ଅଧିକାରୀ । ଜଷ୍ଟିସ ଏନ.ଭି ରମଣଙ୍କ ଅଧ୍ୟକ୍ଷତାରେ ସାମ୍ବିଧାନିକ ପୀଠକୁ ଦାୟିତ୍ବ ଦେଇଛନ୍ତି ଜଷ୍ଟିସ ରଞ୍ଜନ ଗୋଗୋଇ ।

ସୂଚନାଯୋଗ୍ୟ, ଜମ୍ମୁ-କାଶ୍ମୀରରେ ମାନବଧିକାର ଉଲ୍ଲଙ୍ଘନ କରୁଥିବା ସମସ୍ତ ଅଭିଯୋଗର ଶୁଣାଣି କରିବେ ଜଷ୍ଟିସ ରମଣଙ୍କ ଖଣ୍ଡପୀଠ । ବର୍ତ୍ତମାନ ଜଷ୍ଟିସ ଗୋଗୋଇ ଅଯୋଧ୍ୟା ମାମଲାରେ ବ୍ୟସ୍ତ ଅଛନ୍ତି । ଜଷ୍ଟିସ ରମଣଙ୍କ ଖଣ୍ଡପୀଠରେ ରହିବେ ଜଷ୍ଟିସ ସଞ୍ଜୟ କିଶାନ କୌଲ, ଜଷ୍ଟିସ ଆର ସୁଭାଷ ରେଡ୍ଡୀ, ଜଷ୍ଟିସ ବି ଆର ଗୱେ ଓ ଜଷ୍ଟିସ ସୂର୍ଯ୍ୟକାନ୍ତ ।

ଏଥିସହ ଏହି ଖଣ୍ଡପୀଠରେ କେନ୍ଦ୍ର ସରକାର ଦ୍ବାରା ଘାଟୀରେ ଲାଗୁ ହୋଇଥିବା ପ୍ରତିବନ୍ଧକ ଓ ମୌଳିକ ସୁବିଧା ଭଳି ଖାଦ୍ୟ ଓ ଔଷଧ ଅପହଞ୍ଚ ରହିଛି । ଯାହାକୁ ନେଇ ବ୍ୟକ୍ତିଗତ ଯାଚିକାର ମଧ୍ୟ ଶୁଣାଣି କରାଯିବ ।

ABOUT THE AUTHOR

...view details