ନୂଆଦିଲ୍ଲୀ: ଜଷ୍ଟିସ ଫର ରାଇଟ୍ସ ଫାଉଣ୍ଡେସନ ସୁପ୍ରିମକୋର୍ଟରେ ଏକ ଜନହିତ ଯାଚିକା ଦାଖଲ କରିଛି । ଲକଡାଉନ୍ ସମୟରେ ସେମିଷ୍ଟର ଫି ନନେବା ପାଇଁ ସମସ୍ତ ବିଶ୍ବବିଦ୍ୟାଳୟକୁ ସରକାର ନିର୍ଦ୍ଦେଶ ଦିଅନ୍ତୁ ବୋଲି ଯାଚିକାରେ କୁହାଯାଇଛି ।
କଲେଜ୍ ଫି ଛାଡ୍ କରିବାକୁ ସୁପ୍ରିମକୋର୍ଟରେ ଯାଚିକା ଦାଖଲ - justice for rights
ଜଷ୍ଟିସ ଫର ରାଇଟ୍ସ ଫାଉଣ୍ଡେସନ ସୁପ୍ରିମକୋର୍ଟରେ ଏକ ଜନହିତ ଯାଚିକା ଦାଖଲ କରିଛି । ଲକଡାଉନ୍ ସମୟରେ ସେମିଷ୍ଟର ଫି ନନେବା ପାଇଁ ସମସ୍ତ ବିଶ୍ବବିଦ୍ୟାଳୟକୁ ସରକାର ନିର୍ଦ୍ଦେଶ ଦିଅନ୍ତୁ ବୋଲି ଯାଚିକାରେ କୁହାଯାଇଛି ।
![କଲେଜ୍ ଫି ଛାଡ୍ କରିବାକୁ ସୁପ୍ରିମକୋର୍ଟରେ ଯାଚିକା ଦାଖଲ Petition filed in SC](https://etvbharatimages.akamaized.net/etvbharat/prod-images/768-512-7041291-812-7041291-1588494269319.jpg)
ସୁପ୍ରିମକୋର୍ଟରେ ଯାଚିକା ଦାଖଲ
ଆବେଦନକାରୀ ଯୁକ୍ତି କରିଛନ୍ତି ଯେ ଲକଡାଉନ୍ ସମୟରେ କଲେଜଗୁଡିକ ବନ୍ଦ ରହିଛି ତେଣୁ ଫି ଦାବି କରିବାର ପ୍ରଶ୍ନ ଉଠୁନି । ଏହି ଯାଚିକା ଯୁକ୍ତି କରିଛି ଯେ, ଧାରା 21 ଓ ଧାରା 21କ ଅନୁଯାୟୀ ଶିକ୍ଷା ବାଣିଜ୍ୟର ଏକ ଅଂଶ ନହେବା ଉଚିତ୍ । ମାନ୍ୟବର କୋର୍ଟ ଆଇନ ପ୍ରଣୟନ କରିଛନ୍ତି ଯେ ଶିକ୍ଷାନୁଷ୍ଠାନଗୁଡିକ ବ୍ୟବସାୟିକ ଉଦ୍ୟୋଗ ନୁହଁନ୍ତି ଏବଂ ତେଣୁ ଲାଭକୁ ପ୍ରାଥମିକତା ଦିଆଯିବ ନାହିଁ ବୋଲି ଯାଚିକାରେ କୁହାଯାଇଛି ।