ଓଡିଶା

odisha

ETV Bharat / bharat

10 ମିନିଟର ରାସ୍ତା ପାଇଁ ଲାଗୁଛି ଏକଘଣ୍ଟା, ହାଇକୋର୍ଟରେ ଯାଚିକା ଦାଖଲ - Protest against CAA

ନୋଏଡାକୁ ଯୋଡୁଥିବା କାଳିନ୍ଦୀ କୁଞ୍ଜ ମାର୍ଗରେ ଥିବା ବ୍ୟାରିକେଟକୁ ହଟାଇବା ପାଇଁ ଦିଲ୍ଲୀ ହାଇକୋର୍ଟରେ ଯାଚିକା ଦାଖଲ କରାଯାଇଛି । ସିଏଏକୁ ନେଇ ବିରୋଧ ପ୍ରଦର୍ଶନ ବେଳେ ବନ୍ଦ କରାଯାଇଥିଲା ରାସ୍ତା । ଆଗକୁ ପଢନ୍ତୁ...

Petition filed in Delhi HC
ଫଟୋ ସୌଜନ୍ୟ: ଏଏନଆଇ

By

Published : Jan 13, 2020, 4:49 PM IST

ନୂଆଦିଲ୍ଲୀ: ଦିଲ୍ଲୀ, ବଦରପୁର ଓ ନୋଏଡାକୁ ଯୋଡୁଥିବା କାଳିନ୍ଦୀ କୁଞ୍ଜ ମାର୍ଗରେ ଥିବା ବ୍ୟାରିକେଟକୁ ହଟାଇବା ପାଇଁ ଆଜି(ସୋମବାର) ଦିଲ୍ଲୀ ହାଇକୋର୍ଟରେ ଯାଚିକା ଦାଖଲ କରାଯାଇଛି । ଯାଚିକାରେ ମଥୁରା ରୋଡରୁ କାଳିନ୍ଦୀ କୁଞ୍ଜ ଯାଉଥିବା କାଳିନ୍ଦୀ କୁଞ୍ଜ-ଶାହିନ ବାଗ୍ ମାର୍ଗ ଓ ମଥୁରା ରୋଡରୁ କାଳିନ୍ଦୀକୁଞ୍ଜର ଓଖଲା ଅଣ୍ଡରପାସକୁ ପୁଣି ସାଧାରଣ ଲୋକଙ୍କ ପାଇଁ ଖୋଲିବାକୁ ଅନୁରୋଧ କରାଯାଇଛି ।

ଫଟୋ ସୌଜନ୍ୟ: ଏଏନଆଇ

ରବିବାର ଦିଲ୍ଲୀର ସରିତାବିହାରରେ ଲୋକ ଅଧିକ ସଂଖ୍ୟାରେ ଜମା ହୋଇ ଯାତାୟତକୁ ପୁଣି ପୂର୍ବଭଳି କରାଯାଉ ବୋଲି ଆନ୍ଦୋଳନ କରିଥିଲେ । ପ୍ରକାଶଥାଉକି, ନାଗରିକତା ସଂଶୋଧନ ଆଇନକୁ ବିରୋଧ କରି ଶାହିନବାଗରେ ଚାଲିଥିବା ପ୍ରଦର୍ଶନକୁ ଧ୍ୟାନରେ ରଖି ଗତ କିଛି ଦିନ ହେବ ରାସ୍ତାକୁ ବନ୍ଦ ରଖାଯାଇଥିଲା । ଏହା ଦ୍ବାରା ଦିଲ୍ଲୀ-ନୋଏଡାକୁ ଯାତାୟତ ବେଳେ ସମସ୍ୟା ଉପୁଜୁଥିଲା ।

ରାସ୍ତା ବନ୍ଦ ହେବା କାରଣରୁ ଦକ୍ଷିଣ ଦିଲ୍ଲୀ, ଫରିଦାବାଦ ଓ ନୋଏଡା ସହ ସମ୍ପର୍କ ଛିନ୍ନ ହୋଇଯାଇଛି । 10 ମିନିଟର ରାସ୍ତା ବର୍ତ୍ତମାନ ଏକ ଘଣ୍ଟା ଲାଗୁଛି । ଏହା ଦ୍ବାରା ରାସ୍ତାରେ ଅଧିକ ଭିଡ ମଧ୍ୟ ଦେଖିବାକୁ ମିଳୁଛି ।

ABOUT THE AUTHOR

...view details