ଲକ୍ଷ୍ନୌ: କାଶୀ ବିଶ୍ବନାଥ ମନ୍ଦିରରେ ପ୍ରିୟଙ୍କା ଗାନ୍ଧୀଙ୍କ ପୂଜାପାଠକୁ ବିରୋଧ କରି କୋର୍ଟରେ ଦାଖଲ ହୋଇଥିବା ଆବେଦନକୁ ଖାରଜ କରିଦେଇଛି ଅଦାଲତ । ବାରଣାସୀ କୋର୍ଟରେ ଆଜି(ମଙ୍ଗଳବାର) ଏହି ମାମଲାର ଶୁଣାଣି କରାଯାଇଥିଲା । ଅଦାଲତ ମାମଲାର ଶୁଣାଣି କରି କହିଛନ୍ତି ଯେ, ମନ୍ଦିରରେ କାହାର ପୂଜା କରିବା ଦ୍ବାରା କାହାର ଭାବନା ଆଘାତ ହୁଏନାହିଁ ।
ସୂଚନା ଅନୁଯାୟୀ ଓକିଲ କମଲେଶ ଚନ୍ଦ୍ର ତ୍ରିପାଠୀ 2019 ମସିହା ମାର୍ଚ୍ଚ 20 ତାରିଖରେ ପ୍ରିୟଙ୍କା ଭଦ୍ରା ଗାନ୍ଧୀଙ୍କ କାଶୀ ବିଶ୍ବନାଥ ମନ୍ଦିର ପ୍ରବେଶକୁ ନେଇ ହୋଇଥିବା ଏକ ଆବେଦନକୁ ଖାରଜ କରି ଦେଇଛନ୍ତି । ଏହି ଆବେଦନ ମୁଖ୍ୟ ଜୁଡିସିଆଲ୍ ମାଜିଷ୍ଟ୍ରେଟ୍ ଏସପି ଯାଦବଙ୍କ କୋର୍ଟରେ ଥିଲା, ଆବେଦନ ପତ୍ରର ଶୁଣାଣିବେଳେ କୁହାଯାଇଛି ଯେ, ବାବା ବିଶ୍ବନାଥଙ୍କର କୌଣସି ଜାତି, ଧର୍ମ ନାହିଁ । ବାବା ସମସ୍ତଙ୍କର ବୋଲି ମନ୍ଦିରର ମହନ୍ତ କହିଛନ୍ତି ।