ନୂଆଦିଲ୍ଲୀ: ବନ୍ଦେ ମାତରମକୁ ମିଳିଲାନି ଜାତୀୟ ସଙ୍ଗୀତର ମାନ୍ୟତା । ଏହା ଉପରେ ଦାଏର ଏକ ପିଟିସନକୁ ଶୁକ୍ରବାର ଦିଲ୍ଲୀ ହାଇକୋର୍ଟ ଶୁଣାଣି କରି ଖାରଜ କରିଛନ୍ତି ।
ବନ୍ଦେ ମାତରମକୁ ଜାତୀୟ ସଙ୍ଗୀତ ମାନ୍ୟତା, ଖାରଜ କଲେ ଦିଲ୍ଲୀ ହାଇକୋର୍ଟ
ବନ୍ଦେ ମାତରମକୁ ଜାତୀୟ ସଙ୍ଗୀତ ମାନ୍ୟତା ପ୍ରସଙ୍ଗ । ଯାଚିକାକୁ ଖାରଜ କଲେ ଦିଲ୍ଲୀ ହାଇକୋର୍ଟ । କହିଲେ, ପିଟିସନ ଶୁଣାଣିର ଆବଶ୍ୟକତା ନାହିଁ ।
ଫାଇଲ ଫଟୋ
ଏହି ପିଟିସନର ଶୁଣାଣି ପାଇଁ ଏକ ଖଣ୍ଡପୀଠ ଗଠନ କରାଯାଇଥିଲା । ତେବେ ବନ୍ଦେ ମାତରମ ଜାତୀୟ ସଙ୍ଗୀତ ମାନ୍ୟତା ପାଇଁ ଗୁରୁତ୍ବପୂର୍ଣ୍ଣ କାରଣ ନଥିବାରୁ ପିଟିସନ ଶୁଣାଣିର କୌଣସି ଆବଶ୍ୟକତା ନାହିଁ ବୋଲି ଖଣ୍ଡପୀଠର ମୁଖ୍ୟ ବିଚାରପତି ସି. ହରିଶଙ୍କର କହିଛନ୍ତି ।
ଖବର ଅନୁଯାୟୀ, ଏହି ପିଟିସନଟି ବିଜେପି ନେତା ଅଶ୍ବିନୀ ଉପାଧ୍ୟାୟ ଦାଏର କରିଥିଲେ । ସେ ଉଲ୍ଲେଖ କରି ଲେଖିଥିଲେ କି ପ୍ରତ୍ୟେକ ଦିନ ସ୍କୁଲରେ ଜାତୀୟ ସଙ୍ଗୀତ ଜନଗଣମନ ପରି ବନ୍ଦେ ମାତାରମ ମଧ୍ୟ ଗାନ କରିବା ନିହାତି ଜରୁରୀ ।