ଓଡିଶା

odisha

ETV Bharat / bharat

‘ଭାରତ ବିନା ଆରସିଇପି ଦୁର୍ବଳ’

ଭାରତ ଆରସିଇପିରେ ଯୋଗ ନଦେବା ଅନ୍ତର୍ଜାତୀୟ ସ୍ତରରେ ଏକ ବଡ ବିଷୟ । ଉଦାରୀକରଣ ଓ ବ୍ୟାପରକୁ ନେଇ ହେଉଥିବା ଚୁକ୍ତିରେ ଭାରତର ଲାଭ ହେବ ନାହିଁ ବୋଲି କେତେକ କହୁଥିବା ବେଳେ ଆଉ କେତେକ ଲାଭ ହେବ ବୋଲି କହିଛନ୍ତି । ଏ ମଧ୍ୟରେ ଅଷ୍ଟ୍ରେଲିଆର ପୂର୍ବ କୂଟନୀତିଜ୍ଞ ପିଟର୍ ଭର୍ଗିଜଙ୍କ ସହ ସାକ୍ଷାତକାର କରିଛନ୍ତି ଇଟିଭି ଭାରତର ବରିଷ୍ଠ ସାମ୍ବାଦିକା ସ୍ମୃତି ଶର୍ମା...

By

Published : Nov 12, 2019, 12:20 PM IST

ଫଟୋ ସୌଜନ୍ୟ: ଇଟିଭି ଭାରତ

ହାଇଦ୍ରାବାଦ: ରିଜିଓନାଲ କମ୍ପ୍ରେହେନ୍‌ସିଭ୍‌ ଇକୋନୋମିକ୍‌ ପାର୍ଟନରଶିପ୍‌ (ଆରସିଇପି) ଚୁକ୍ତିକୁ ନେଇ ଏବେ ଚର୍ଚ୍ଚା । ଥାଇଲାଣ୍ଡ ଯାତ୍ରାରେ ମୋଦି ଥିବା ବେଳେ ଆରସିଇପି ଚୁକ୍ତିରୁ ଭାରତ ଓହରିଯାଇଥିଲା । ଏନେଇ ଅଷ୍ଟ୍ରେଲିଆର ପୂର୍ବ କୂଟନୀତିଜ୍ଞ ପିଟର୍ ଭର୍ଗିଜ ଦିଲ୍ଲୀ ପହଞ୍ଚିଛନ୍ତି । ଉଭୟ ଆଞ୍ଚଳିକ ଓ ଜାତୀୟ ସ୍ତରରେ ଆରସିଇପି ପାଇଁ ଭାରତର ଇଚ୍ଛା ଅଛି ବୋଲି ଯୁକ୍ତି କରିଛନ୍ତି ଭର୍ଗିଜ୍ । ଏନେଇ ଅଧିକ ଚର୍ଚ୍ଚା ପାଇଁ ନୂଆଦିଲ୍ଲୀରେ ସିଆଇଆଇ ପକ୍ଷରୁ ଏକ ସମ୍ମିଳନୀର ଆୟୋଜନ କରାଯାଇଥିଲା ଓ ଏଥିରେ ଆଗାମୀ ଭବିଷ୍ୟତରେ ଭାରତ ଆରସିଇପି ସହ ନିଶ୍ଚିତ ମିଶିବ ବୋଲି ଆଶା ରଖିଛନ୍ତି ଭର୍ଗିଜ୍ ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ

ଯଦି ବିଶ୍ବର ଅର୍ଥନୀତି ଓ ବ୍ୟାପାର ଉଦାରୀକରଣ ସାମ୍ନାରେ ଥିବା ପ୍ରତିବନ୍ଧକ ଉପରେ ଦୃଷ୍ଟି ରଖୁଛେ ତେବେ ଏକ ଚୁକ୍ତିର ଆବଶ୍ୟକତା ରହିଛି । ଏହା ବିଶ୍ବର ଏକ ତୃତୀୟାଂଶ ଜିଡିପି ଓ ଏକ ତୃତୀୟାଂଶ ଜନସଂଖ୍ୟାକୁ ସାମିଲ କରିପାରିବା ବୋଲି କହିଛନ୍ତି ଭର୍ଗିଜ୍ । ବ୍ୟାପାର ଉଦାରୀକରଣକୁ ଗମ୍ଭୀରତାର ସହ ନିଆଯାଉଛି, ଯାହା ବର୍ତ୍ତମାନ ପାଇଁ ଜରୁରୀ । ଭାରତର ଆର୍ଥିକ ଦୃଷ୍ଟି ଓ ଆଂକାକ୍ଷାରୁ ଏହା ଜଣାପଡୁଛି ଯେ, ଭାରତ ନିଶ୍ଚିତ ଆରସିଇପି ସହ ସାମଲି ହେବ ବୋଲି ଜୋର୍ ଦେଇଛନ୍ତି ଭର୍ଗିଜ୍ ।

ଏହି ବିଷୟକୁ ନେଇ ଇଟିଭି ଭାରତର ବରିଷ୍ଠ ସାମ୍ବାଦିକା ସ୍ମିତା ଶର୍ମା, ପିଟର ଭର୍ଗିଜଙ୍କ ସହ ସ୍ବତନ୍ତ୍ର ସାକ୍ଷାତକାର କରିଛନ୍ତି । ଆସନ୍ତୁ ସାକ୍ଷାତକାର ବିଷୟରେ ଜାଣିବା...

ପ୍ରଶ୍ନ-ଭାରତ ଅର୍ଥବ୍ୟବସ୍ଥା ରଣନୀତି ରିପୋର୍ଟ ଉପରେ କଣ ମହତ୍ତ୍ବପୂର୍ଣ୍ଣ ପ୍ରଗତି ହୋଇଛି ?

ଉତ୍ତର-ଯେଉଁଠାରେ ପ୍ରଗତି ହୋଇଛି, ସେଠାରେ ଭାରତ ଜାଣିଶୁଣି ପଦ୍ଧତିଗତ ଦୃଷ୍ଟିକୋଣକୁ ଆପଣେଇଛନ୍ତି । କାର୍ଯ୍ୟ ଉପରେ ସୁନିଶ୍ଚିତ ପ୍ରଗତି କରିବା ପାଇଁ ଆମ ପାଖରେ ବର୍ତ୍ତମାନ ଏକ ହତିଆର ଅଛି ।

ପ୍ରଶ୍ନ-ଆରସିଇପିରୁ ଭାରତ ଓହରିବା ପରେ ବିଶ୍ବକୁ କଣ ବାର୍ତ୍ତା ଦେବେ ?

ଉତ୍ତର- ଆରସିଇପି ଭାରତ ସହ ଏକ ଦୃଢ ଚୁକ୍ତି କରିବାକୁ ଚାହେଁ । ଭାରତ ଓହରିଯିବ ବୋଲି ମୁଁ କେବେ ଭାବିନଥିଲି, କିନ୍ତୁ ଭାରତ ଯୋଡି ହେବ ବୋଲି ଆମର ଆଶା । ଆରସିଇପି ଦ୍ବାରା ଭାରତ ପାଇଁ ସର୍ବଦା ଖୋଲା ।

ପ୍ରଶ୍ନ- ଭାରତୀୟ ଉଦ୍ୟୋଗପତିଙ୍କ ମତରେ ଭାରତରେ ଶସ୍ତା ଚିନ ସାମଗ୍ରୀ ଭାରତରେ ବୃଦ୍ଧି ପାଉଛି ଓ ଏସିଆନ ଦେଶଙ୍କ ସହ ଏଫଟିଏ କାରଣରୁ ବ୍ୟାପାର କ୍ଷତି ସହୁଛି ବୋଲି ସରକାର ତର୍କ କରୁଛି, ଆପଣଙ୍କ ମତ ?

ଉତ୍ତର- ଏହି ନିର୍ଣ୍ଣୟ କେବଳ ଭାରତ କରିପାରିବ । ବ୍ୟାପାର ଉଦାରୀକରଣରେ ଆମେ ମଧ୍ୟ ସର୍ବଦା ଡୋମେଷ୍ଟିକ ସମସ୍ୟାର ସମ୍ମୁଖିନ ହେଉ । ଆମ ସମସ୍ତଙ୍କୁ ଲାଭ ଉପରେ ସନ୍ତୁଳନ ରକ୍ଷା କରିବାକୁ ପଡିବ । ଆଉ ଡିଲକୁ ଦେଖିଲେ, ଆମେ ସମସ୍ତେ ଚାଇନା, ଜାପାନ ଓ ଅଲଗା ଦେଶର ବ୍ୟାପାର କରୁ ଓ ଏଥିରେ ଉଭୟ ଦେଶର ଲାଭ ହୁଏ । ଆମକୁ ଏମିତି ବ୍ୟବସାୟ କରିବା ଦରକାର, ଯେଉଁଥିରେ ଉଭୟ ଦେଶକୁ ଲାଭ ହେବ ଓ ବିଜୟ-ପରାଜୟ ନଥିବ ।

ପ୍ରଶ୍ନ-ଆପଣଙ୍କୁ ଲାଗୁଛି କି ଚାଇନା ପାଇଁ ଭାରତ ଅଳିଆ ଗଦା ପାଲଟିଯିବ ?

ଉତ୍ତର-ଭାରତର ଚିନ୍ତାକୁ ଆମେ ବୁଝିପାରୁଛୁ । କିନ୍ତୁ ସର୍ବଶେଷରେ ସନ୍ତୁଳନ ରକ୍ଷା କରିବାକୁ ପଡିବ । କେହି ହେଲେ ସବୁ କ୍ଷେତ୍ରରେ ଉନ୍ନତ ନୁହେଁ । ଏହି ନିର୍ଣ୍ଣୟ କେବଳ ସରକାର ହିଁ କରିବ ।

ପ୍ରଶ୍ନ-କଣ ଆପଣ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ସମ୍ପନ୍ନ ଥିବା ସିଇସିଏ(କମ୍ପ୍ରେହେନ୍‌ସିଭ୍‌ ଇକୋନୋମିକ୍ କୋ-ଅପରେସନ୍ ଏଗ୍ରୀମେଣ୍ଟ)କୁ ନେଇ ଆଶାବାଦୀ ?

ଉତ୍ତର- ଆରସିଇପି ପାଇଁ ସିଇସିଏକୁ ବର୍ତ୍ତମାନ ହୋଲ୍ଡରେ ରଖାଯାଇଛି । ଆରସିଇପି ବର୍ତ୍ତମାନ ସରକାରଙ୍କ ପାଇଁ ମୁଖ୍ୟ । ଆର୍ଥିକ ସମ୍ବନ୍ଧ ରଖିବା ପାଇଁ ଏବେ ବି ଅନେକ କିଛି କରିବାର ଅଛି । ବ୍ୟାପାର ଓ ନିବେଶକୁ ବିସ୍ତାର କରିବା ପାଇଁ ସିଇସିଏକୁ ବର୍ତ୍ତମାନ ଦୃଷ୍ଟି ଦେବା ଜରୁରୀ ନୁହେଁ । ଏହା ବର୍ତ୍ତମାନ ବହୁତ ଦୂରରେ ।


ପ୍ରଶ୍ନ-ଭାରତ ଆରସିଇପିରେ ଯୋଗ ନଦେଲେ କଣ ଆରସିଇପି କ୍ଷତି ସହିବ ?

ଉତ୍ତର- ଭାରତ ବିନା ଆରସିଇପି ବହୁତ ଦୁର୍ବଳ ହେବ । ଭାରତ ଥିଲେ ଆରସିଇପି ଅଧିକ ଦୃଢ ହେବ । ଭାରତ ପାଇଁ ଅଷ୍ଟ୍ରେଲିଆର ଦ୍ବାର ସର୍ବଦା ଖୋଲା । ସେଥିପାଇଁ ଆମେ ଭାରତର ଫେରିବା ନେଇ ଆଶାବାଦୀ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details